ଛତ୍ରପୁର ଥାନା ଆମ ପୋଲିସ୍ ସମିତି ପକ୍ଷରୁ

ଛତ୍ରପୁର, (ଦେବଦତ୍ତ ମହାରଣ) : ଆଗକୁ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ହେବ । ପଂଚାୟତ ଗୁଡିକରେ ଅବାଧ, ନିରପେକ୍ଷ ଓ ଶୃଙ୍ଖଳିତ ନିର୍ବାଚନ ପରିଚାଳନା କରିବା ପାଇଁ ଏବେଠୁ ହିଁ ଉଦ୍ୟମ ଆରମ୍ଭ କରିଛି ଛତ୍ରପୁର ପୋଲିସ୍ । ଛତ୍ରପୁର ଥାନା ପୋଲିସ୍ ପକ୍ଷରୁ ଥାନା ଅଧିନରେ ଥିବା ବିଭିନ୍ନ ଗ୍ରାମ ଗୁଡିକରେ ଜନସାଧାରଣଙ୍କୁ ସଚେତନତା କାର୍ଯ୍ୟକ୍ରମ ଜାରି ରଖିଛନ୍ତି । ଏହି କ୍ରମରେ  ସ୍ଥାନୀୟ ବ୍ଲକ ଅନ୍ତର୍ଗତ ଜି ଏନ. ପାଲମ ଗ୍ରାମରେ ଛତ୍ରପୁର ଥାନା ଆମ ପୋଲିସ୍ ସମିତି ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗ୍ରାମ ର ନାଇଡ଼ୁ ଏସ. ଭାଗିରଥିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଛତ୍ରପୁର ଥାନା ଅଧିକାରୀ ସତ୍ୟ ରଞ୍ଜନ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଗ୍ରାମବାସୀଙ୍କୁ ବିଭିନ୍ନ ବିଷୟ ନେଇ ସଚେତନତା କରିଛନ୍ତି । ଆଗକୁ ପଂଚାୟତ ନିର୍ବାଚନ ରହିଛି । ଗ୍ରାମରେ ଯେଉଁ ମାନେ ବିଶୃଙ୍ଖଳା ସୃଷ୍ଟି କରିବେ ବୋଲି ଅନୁମାନ କରୁଛନ୍ତି ତେବେ ସେମାନଙ୍କ ବିଷୟରେ ପୋଲିସ୍ କୁ ସୂଚନା ଦେବା ସହ ଅନ୍ୟାନ୍ୟ କ୍ଷେତ୍ରରେ ମଧ୍ୟ ଗ୍ରାମରେ ଅସାମାଜିକ କାର୍ଯ୍ୟରେ ଜଡିତ ରହୁଥିବା ବ୍ୟକ୍ତିଙ୍କ ବିଷୟରେ ସୂଚନା ଦେବା ପାଇଁ କୁହାଯାଇଛି । ଏହା ସହ ମହିଳା ମାନଙ୍କ ସୁରକ୍ଷା, ଘରୋଇ ହିଂସା ରୋକିବା, ଗୁଣି ଗାରେଡି ସନ୍ଦେହ ରୋକିବା, କୋଭିଡ୍ ନିୟମ ମାନିବା ପାଇଁ ଥାନା ଅଧିକାରୀ ଶ୍ରୀ ପ୍ରଧାନ ଉପସ୍ଥିତ ଗ୍ରାମବାସୀମାନଙ୍କୁ ପରାମର୍ଶ ଦେଇଥିଲେ । ପ୍ରତ୍ୟେକ ସମୟରେ ଗ୍ରାମବାସୀ ଓ ପୋଲିସ୍‌ଙ୍କ ସହ ଉତ୍ତମ ସମନ୍ୱୟ ରଖି କାର୍ଯ୍ୟ କରିବେ ତେବେ ପୋଲିସ୍ ଉଚିତ୍ ସମୟରେ ସହ ଯୋଗ କରିପାରିବ । ମହିଳା, ଶିଶୁ ଏବଂ ବୃଦ୍ଧ ବୃଦ୍ଧା ମାନଙ୍କୁ ସୁରକ୍ଷା ଦେବା ଲାଗି ପୋଲିସ୍ ଦିନ ରାତି କାମ କରୁଛି । ଏଥିପାଇଁ ଥାନାରେ ସ୍ୱତନ୍ତ୍ର କକ୍ଷ ରହିଛି । ଗ୍ରାମବାସୀ ପୋଲିସ୍ ସେବା କିଭଳି ସଠିକ୍ ସମୟରେ ପାଇପାରିବେ ତାହାକୁ ନେଇ ସଚେତନତା କରିବାକୁ ଥାଧିକାରୀ ଶ୍ରୀ ପ୍ରଧାନ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଛତ୍ରପୁର ଥାନାର ଏସଆଇ ସିଲୁ ଧଳ, ଗ୍ରାମ ର ସେକେଣ୍ଡ ନାଇଡ଼ୁ ଏସ. ଗଣପତି, ସଭାପତି ଜି. କାମରାଜୂ ୱାର୍ଡ ମେମ୍ବର ଏସ. ଆନନ୍ଦ ରାଓ, ଟି. ଆପା ରାଓ, ଜି. ଶ୍ରୀନିବାସ ରାଓ, ଜି. ଗୁରୁମୂର୍ତ୍ତି, ଏସ. କେଶା ରାଓ ଓ ଏମ ତ୍ରିନାଥ ଙ୍କ ସମେତ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ