ସୁନାମ ଆଣିଲେ ଦେବାଶିଷ ଏସଏଚଜି ; ଜିଲ୍ଲା ପ୍ରଶାସନ ପକ୍ଷରୁ ଶୁଭେଚ୍ଛାର ସୁଅ

ଛତ୍ରପୁର, (ଦେବଦତ୍ତ ମହାରଣ) : ମହିଳାଙ୍କୁ ସ୍ୱାବଲମ୍ବୀ କରିବାରେ ଓଡିଶା ସରକାରଙ୍କ ଉଦ୍ୟମ ଅତୁଳନୀୟ । ମିଶନ ଶକ୍ତି ଭଳି ଯୋଜନା କରି ଗ୍ରାମ୍ୟ ମହିଳା ଗୋଷ୍ଟୀଙ୍କୁ ସଶକ୍ତ କରିବାରେ ସକ୍ଷମ ହୋଇଛନ୍ତି ଓଡିଶା ସରକାର । ଏହି କ୍ରମରେ ଗଢି ଉଠିଥିବା ମହିଳା ସ୍ୱୟଂ ସହାୟିକା ଗୋଷ୍ଟୀ ସାରା ରାଜ୍ୟରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ଏମାନଙ୍କ ଦ୍‌ବାରା ପ୍ରସ୍ତୁତି ସାମଗ୍ରୀ ଦେଶ ବିଦେଶରେ ଚମକିବା ପାଇଁ ଉଦ୍ୟମ ଜାରି ରହିଛି । ବିଭିନ୍ନ ସମୟରେ ରାଜ୍ୟ ତଥା ରାଜ୍ୟ ବାହାରକୁ ସ୍ୱୟଂ ସହାୟିକା ମହିଳା ଗୋଷ୍ଟୀ ଯାତ୍ରା କରି ସେଠାରେ ଗଞ୍ଜାମ ଜିଲ୍ଲା ଏବଂ ଓଡିଶା ପାଇଁ ସୁନାମ ଆଣୁଛନ୍ତି । ଖାସ୍ କରି ଗଞ୍ଜାମ ଜିଲ୍ଲାର ମହିଳାଙ୍କ ଦ୍‌ବାରା ପ୍ରସ୍ତୁତ ବିଭୀନ୍ନ ସାମଗ୍ରୀର ସ୍ୱତନ୍ତ୍ରତା ରହିଛି । ଚଳିତ ମାସ ୧୪ ରୁ ୨୭ ପର୍ଯ୍ୟନ୍ତ ନ୍ୟୁ ଦିଲ୍ଲୀ ଠାରେ ଆରମ୍ଭ ହୋଇଥିବା ଇଣ୍ଡିଆନ ଇଣ୍ଟରନ୍ୟାସନାଲ ଟ୍ରେଡ ଫେୟାର ମେଳାରେ ଓଡିଶାର ୫ଟି ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଯୋଗ ଦେଇଛନ୍ତି । ସେଠାରେ ଷ୍ଟଲ ରେ ମହିଳା ମାନଙ୍କ ହାତ ତିଆରି ବିଭିନ୍ନ ସାମଗ୍ରୀ ପ୍ରଦର୍ଶନ କରି ମେଳାର ଶୋଭା ବଢାଇଛନ୍ତି । ଏଥିରେ ଗଞ୍ଜାମ ଜିଲ୍ଲା ର ମଧ୍ୟ ଗୋଟିଏ ଗ୍ରୁପ ଏହି ମେଳାରେ ସାମିଲ ହୋଇଛନ୍ତି । ଜିଲ୍ଲାର ସଦର ମହକୁମା ଛତ୍ରପୁର ବ୍ଲକ ଅନ୍ତର୍ଗତ ସୁନ୍ଦରପୁର ପଂଚାୟତର ବଳରାମପୁର ଗ୍ରାମର ଦେବାଶିଷ ଏସଏଚଜି ସେଠାରେ ଷ୍ଟଲ ପ୍ରଦର୍ଶନ କରି ମା ମାନଙ୍କ ଦ୍ୱାରା ବିଭିନ୍ନ ହାତ ତିଆରି ଘରକରଣା ସାମଗ୍ରୀ ବିକ୍ରି କରୁଥିବା ଦେଖିବାକୁ ମିଳିଛି । ଏହି ସ୍ୱୟଂ ସହାୟିକା ମହିଳା ଗୋଷ୍ଠୀ ଗଞ୍ଜାମ ଜିଲ୍ଲା ପାଇଁ ସୁନାମ ଆଣିଥିବାରୁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କୁ ଶୁଭେଚ୍ଛା ପ୍ରଦାନ କରାଯିବା ସହ ଟିମ୍ ର ସଦସ୍ୟା ମାନଙ୍କୁ ଜିଲ୍ଲାପାଳ ଓ ଡିଆରଡିଏ ପିଡି ପ୍ରଶଂସା କରିଛନ୍ତି । ଗଞ୍ଜାମ ଜିଲ୍ଲା ସବୁବେଳେ ରାଜ୍ୟ ପାଇଁ ବିଭିନ୍ନ ଯୋଜନାରେ ଆଗୁଆ କାର୍ଯ୍ୟ କରି ରୋଲମୋଡେଲ ହୋଇଆସୁଛି । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଓ ଡିଆରଡିଏ ପିଡି ସିନ୍ଧେ ଦତ୍ତାତ୍ରେୟ ଭାଉସାହେବଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ମହିଳା ମାନଙ୍କୁ ସ୍ୱାବଲମ୍ବୀ କରିବାରେ ବିଭାଗର ସମସ୍ତ ଅଧୀକାରୀ ମାନେ ଅହରହ କାର୍ଯ୍ୟ କରୁଛନ୍ତି । ମହିଳା ମାନେ ବିଭିନ୍ନ ଉଲ୍ଲେଖନୀୟ କାର୍ଯ୍ୟ କରି ପଲ୍ଲୀ ଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ଯାତ୍ରା କରି ଜିଲ୍ଲା ପାଇଁ ସୁନାମ ଆଣିଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଟିମ ଓରମାସ ଓ ମହିଳା ଗୋଷ୍ଠୀର ସଦସ୍ୟ ମାନଙ୍କୁ ଶୁଭେଚ୍ଛା ପ୍ରଦାନ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ