ଓଡ଼ିଶା ପ୍ରେସ୍ ଏକାଡ଼େମୀ କାର୍ଯ୍ୟାଳୟରେ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ପ୍ରେସ୍ କାଉନସିଲ୍ ଅଫ୍ ଇଣ୍ଡିଆ ଦ୍ୱାରା ଘୋଷିତ ଜାତୀୟ ପ୍ରେସ୍ ଦିବସ ଅବସରରେ ଓଡ଼ିଶା ପ୍ରେସ୍ ଏକାଡ଼େମୀ ପକ୍ଷରୁ ପ୍ରେସ୍ ଦିବସ ପାଳିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୂର୍ବତନ ଅର୍ଥମନ୍ତ୍ରୀ ଡଃ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ କହିଲେ ଯେ, କୋଭିଡ଼ ମହାମାରୀ ଫଳରେ ମୁଦ୍ରିତ ପ୍ରିଣ୍ଟମିଡ଼ିଆ ଅର୍ଥାତ୍ ମୁଦ୍ରିତ ସମ୍ବାଦପତ୍ର ଘୋର ଆର୍ଥିକ ଅନାଟନ ମଧ୍ୟରେ ଗତି କରୁଛନ୍ତି । ରାଜ୍ୟ ସରକାର ସହାନୁଭୂତି ସହ ବିଚାର କରି ବିଜ୍ଞାପନ ସମାନୁପାତିରେ ଆବଣ୍ଟନ କଲେ ବହୁ ସମ୍ବାଦପତ୍ର ବଂଚିପାରନ୍ତେ । କଂଗ୍ରେସର ବାର୍ତ୍ତା ସମ୍ପାଦକ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ମୁଖ୍ୟବକ୍ତା ଭାବରେ ଯୋଗଦେଇ କହିଲେ ଯେ, ସାମ୍ବାଦିକମାନଙ୍କର ଆର୍ଥିକ ଅବସ୍ଥା ସଙ୍କଟାପନ୍ନ ଅବସ୍ଥାରେ ଗତି କରୁଛି । ରାଜ୍ୟ ସରକାର ସାମ୍ବାଦିକମାନଙ୍କ କଲ୍ୟାଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡରୁ ଆର୍ଥିକ ବ୍ୟବସ୍ଥା କରାଇଲେ ଗଣମାଧ୍ୟମ ସୁସ୍ଥ ହୋଇପାରିବ । ଏହି ଉତ୍ସବରେ ଓଡ଼ିଶା ପତ୍ରକାର ସଂଘର ସଭାପତି ଅବିନାଶ ମିଶ୍ର, ସାମ୍ବାଦିକ ରମେଶ ଚନ୍ଦ୍ର ସ୍ୱାଇଁ, ବଳାରାମ ପ୍ରସାଦ ନନ୍ଦ, ରମେଶ ସାମନ୍ତରାୟ, ବିବେକାନନ୍ଦ ଜେନା, ବୈଷ୍ଣବ ଜେନା, ବିଜୟ କୁମାର ପଣ୍ଡା, ବିଜୟ ପରିଡ଼ା, ହଳଦଧର ଧୀର, ଆଲ୍‌ଫା ରାୟ ପ୍ରମୁଖ ଯୋଗଦେଇ ସମ୍ବାଦିକମାନଙ୍କ ବହୁବିଧ ଅସୁବିଧା ସମ୍ପର୍କରେ ଆଲୋଚନା କରିଥିଲେ । ଉତ୍ସବରେ ଓଡ଼ିଶା ପ୍ରେସ୍ ଏକାଡ଼େମୀର ଅଧ୍ୟକ୍ଷ ଶ୍ରୀ ସଞ୍ଜୟ କୁମାର ପ୍ରଧାନ ମତଦେବା ଅବସରରେ ସାମ୍ବାଦିକ ମାନଙ୍କର ପଞ୍ଜିକରଣ ଓ ପେନସନ ବ୍ୟବସ୍ଥା ସମ୍ପର୍କରେ ନୀତିଗତ ଭାବେ ନଷ୍ପତ୍ତି ନେବା ପାଇଁ ରାଜ୍ୟ ସରକାରଙ୍କଠାରେ ପ୍ରସ୍ତାବ ଦେଇଛନ୍ତି । ଶେଷରେ ପ୍ରେସ୍ ଏକାଡ଼େମୀର ସମ୍ପାଦକ ରୀତାଞ୍ଜଳି ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ