ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚାଷୀଙ୍କ ବିକ୍ଷୋଭ

ଛତ୍ରପୁର, (ଦେବଦତ୍ତ ମହାରଣା):ଖଲ୍ଲିକୋଟ ବ୍ଲକ ରମ୍ଭା ଥାନା ଅନ୍ତର୍ଗତ ବଡରାମପଲ୍ଲୀ ଓ ବାଲିଆ ସନ୍ଧିରେ ଖରଖରି ନାଳ ସହ ଯୋଡି ହୋଇ ରହିଥିବାରୁ ବହୁ ଚାଷଜମିରେ ପାଣି ପଶି ଚାଷ ଜମିକୁ ନଷ୍ଟ କରିଦେଉଛି । ଗତ ଲଘୁଚାପ ଜନିତ ଲଗାଣ ବର୍ଷାରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଚାଷଜମିରେ ପାଣି ପଶି ଚାଷଜମିକୁ ନଷ୍ଟ କରିଦେଇଥିବା ବେଳେ ଖଲ୍ଲିକୋଟ ତହସିଲର ଅନ୍ତର୍ଗତ ବଡରାମପଲ୍ଲୀ ଗ୍ରାମର ପ୍ରାୟ ୪୦୦୦ରୁ ଉର୍ଦ୍ଧ୍ୱ ଏକର ଚାଷମିରେ ଚାଷୀ ଧାନ ଅମଳ କରିସାରି ଧାନ କାଟି ରଖିଥିବା ବେଳେ ଖରଖରୀ ନାଳରୁ ପାଣି ଆସି ସେଗୁଡିକୁ ଭସେଇ ନେଇଛି । ଏହାସହ ଧାନ ଗଛରେ ଥିବା ଅବଶିଷ୍ଟ ଧାନ ଗୁଡିକ ପାଣିରେ ବୁଡି ଗଜା ହୋଇଯାଇଛି । ଏନେଇ ବୁଧୁବାର ବଡରାମପଲ୍ଲୀ ଗ୍ରାମବାସୀମାନେ ଛତ୍ରପୁର ସ୍ଥିତ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିବା ସହ କୋହଭରା କଣ୍ଠରେ କାନ୍ଦି କାନ୍ଦି ବଡରାମପଲ୍ଲୀ ଓ ବାଲିଆସନ୍ଧିରେ ଖରଖରି ନାଳ ସହ ଯୋଡି ହୋଇ ରହିଥିବା ସଂକୀର୍ଣ୍ଣ ବ୍ରିଜ ଦୁଇଟିକୁ ଭାଙ୍ଗି ୨୦୦ ଫୁଟ ଲମ୍ବର ଏକ ନୂତନ ବରିଜ ନିର୍ମାଣ କରିବା ନିମନ୍ତେ କାନ୍ଦି କାନ୍ଦି ଜିଲ୍ଲା ପ୍ରଶାସନ ଓ ଜନ ପ୍ରତିନିଧିମାନଙ୍କୁ ନିବେଦନ କରିଛନ୍ତି । ଏନେଇ ଜିଲ୍ଲାପାଳଙ୍କ ସହ ଆଲୋଚନା କରି ଉକ୍ତ ସମସ୍ୟାର ସମାଧାନ କରିବା ପାଇଁ ଚେଷ୍ଟା କରିବା ନିମନ୍ତେ ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ ଚାଷି ମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ସୂଚନାଥାଉ କି, ଉକ୍ତ ନାଳଟିରେ ବେଗୁନିଆପଡା, କୋଦଳା, କବିସୂର୍ଯ୍ୟନଗର, ପୁରୁଷୋତ୍ତମପୁର, ଖଲ୍ଲିକୋଟ ଓ ଗଞ୍ଜାମ ଭଳି ୬ଟି ବ୍ଲକର ବର୍ଷା ଜଳ ବଡରାମପଲ୍ଲୀ ଖରଖରି ଜଳରେ ମିଶେ । କିନ୍ତୁ ଉକ୍ତ ଜଳ ବଳରାମପଲ୍ଲୀ ଓ ବାଲିଆ ନିକଟରେ ଥିବା ୫୦ ଫୁଟ ଲମ୍ବର ଅଣ ଓସାରିଆ ବ୍ରିଜରେ ଜଳ ନିଷ୍କାସିତ ନ ହୋଇପାରି ୫ ରୁ ୭ ଫୁଟ ପାଣି ଜମା ହୋଇ ପ୍ରତ୍ୟେକ ବର୍ଷା ଋତୁରେ ସେମାନଙ୍କ ଅଞ୍ଚଳର ଶହ ଶହ ଏକର ଚାଷ ଜମି ଜଳମଗ୍ନ ହୋଇଥାଏ । ବଳରାମପଲ୍ଲୀ ଓ ବାଲିଆ ନିକଟରେ ଏହି ବ୍ରିଜଟି ତିଆରି ହେବା ଦିନ ଠାରୁ ଏଭଳି ଦୁର୍ଦ୍ଦଶା ହୋଇଥିବା ସେମାନେ କହିଛନ୍ତି । ଏହା କେବଳ ଚଳିତ ବର୍ଷର କଥା ନିହେଁ ପ୍ରତ୍ୟେକ ବର୍ଷ ଏଭଳି ସମସ୍ୟା ଉଜୁଜିଛି । ନିଜ ଆଖି ଆଗରେ ସେମାନଙ୍କ ସୁନାର ଫସଲ ନଷ୍ଟ ହୋଇଯାଉଥିବା ଦେଖି ସେମାନେ ବାରମ୍ବାର ସ୍ଥାନୀୟ ବିଡିଓ, ତହସିଲଦାର ତଥା ବିଭାଗୀୟ କାର୍ଯ୍ୟାଳୟକୁ ଧାଇଁ ଧାଇଁ ଗୁହାରି କରିଥିଲେ ମଧ୍ୟ କିଛି ସୁଫଳ ନ ମିଳିବାରୁ ସେମାନେ ବାଧ୍ୟ ହୋଇ ଗଞ୍ଜାମ ଜିଲ୍ଲାପାଳଙ୍କ ଗୁହାରି କରିଛନ୍ତି । ତୁରନ୍ତ ଏହି ସମସ୍ୟାର ସମାଧାନ ନ ହେଲେ ସେମାନେ ବାଧ୍ୟ ହୋଇ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି । ଏହି ବିକ୍ଷୋଭ ପ୍ରଦର୍ଶନ ବେଳେ ବଳରାମପଲ୍ଲୀ ଗ୍ରାମର ବଳରାମ ସାହୁ, ପ୍ରତାପ ବେହେରା, ଉମା ବେହେରା, ବିଶ୍ୱନାଥ ବେହେରା, ଦିବାକର ଗୌଡ, ପ୍ରଭାକର ବେହେରା, ମିଟୁ ବେହେରା, ସୁରେନ୍ଦ୍ର ବେହେରା, ପ୍ରଦ୍ୟୁମ୍ନ ବେହେରା, ତ୍ରିନାଥ ବେହେରା, ଭୀମସେନ ବେହେରା, ଦେବରାଜ ବେହେରା, ସୁବାଷ ଚନ୍ଦ୍ର ବେହେରା, କବିରାଜ ବେହେରା, ମାଧବ ବେହେରା, ବାବୁଲି ବେହେରା, ଖଲିଆ ବେହେରା, ବାଂଛା ଗୌଡ, ସିମାଂଚଳ ମହାଙ୍କୁଡ, ମଙ୍ଗୁଳୁ ବେହେରାଙ୍କ ସମେତ ବହୁ ଚାଷୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ