ଆଜି ଜାତୀୟ ଅପସ୍ମାର ଦିବସ
ଆସିକା (ୱାଇଏନ୍ଏସ୍) : ନଭେମ୍ବର ମାସ ୧୭ ତାରିଖରେ ପାଳିତ ହୋଇଥାଏ ଜାତୀୟ ଅପସ୍ମାର ଦିବସ । ସମାଜରେ ଅପସ୍ମାର ରୋଗୀଙ୍କୁ ସଦାସର୍ବଦା ସହାନୁଭୁତି ଏବଂ ମାନସିକ ସ୍ତରରେ ସମର୍ଥନ ଯୋଗାଇଦେବା ପାଇଁ ପ୍ରତ୍ୟେକ ବର୍ଷ ନଭେମ୍ବର ମାସ ୧୭ ତାରିଖକୁ ଜାତୀୟ ଅପସ୍ମାର ଦିବସ ରୂପେ ପାଳନ କରାଯାଇଆସୁଛି । ଜାତୀୟ ଅପସ୍ମାର ଦିବସ ପାଳନ ଅବସରରେ ଆସିକା ଉପଖଣ୍ଡ ଚିକିତ୍ସାଳୟର ଅଧୀକ୍ଷକ ଡାକ୍ତର ବାଲ୍ଗୋପାଳ ବେହେରା ପରାମର୍ଶ ଦେଇ କହିଛନ୍ତି ଯେ ଅପସ୍ମାର ରୋଗୀଙ୍କୁ ସଠିକ୍ ସମୟରେ ଚିକିତ୍ସା କରାଇବା ଏବଂ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ନିୟମିତ ଔଷଧ ଖାଇବା ଦ୍ୱାରା ରୋଗୀ ସଂପୁର୍ଣ୍ଣ ସୁସ୍ଥ ହୋଇପାରିବ ଏବଂ ସାଧାରଣ ଭାବେ ଜୀବନଯାପନ କରିପାରିବ । ସଠିକ୍ ସମୟରେ ଅପସ୍ମାର ରୋଗୀଙ୍କୁ ଚିକିତ୍ସା ଓ ସହାୟତା ଯୋଗାଇ ଦିଆଗଲେ ରୋଗୀ ସାଧାରଣତଃ ସୁସ୍ଥ ଜୀବନ ବଞ୍ଚିବାରେ ବେଶ୍ ସହାୟକ ହୋଇପାରିବ । ତେଣୁ ଭୟାବହ ଅପସ୍ମାର ରୋଗର ଭୟାବହତା ସଂପର୍କରେ ଜନସାଧାରଣ ସଚେତନ ହେବା ନିତାନ୍ତ ଆବଶ୍ୟକ ।


