ଜିଲ୍ଲାରେ କାର୍ଯ୍ୟକାରୀ ହୋଇଥିବା ବିଭିନ୍ନ ପ୍ରକଳ୍ପ ଗୁଡିକ ବୁଲି ଦେଖିଲେ କେନ୍ଦ୍ର ସରକାରଙ୍କ ଅର୍ଥନୈତିକ ପରାମର୍ଶଦାତା
ଛତ୍ରପୁର, (ଦେବଦତ୍ତ ମହାରଣା):କେନ୍ଦ୍ର ସରକାରଙ୍କ ଅର୍ଥନୈତିକ ପରାମର୍ଶଦାତା କଲ୍ୟାଣୀ ମିଶ୍ର ବୁଧବାର ଗଞ୍ଜାମ ଜିଲ୍ଲା କୁ ଦିନିକିଆ ଗସ୍ତରେ ଆସି ଜିଲ୍ଲାର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ବିଭିନ୍ନ ଯୋଜନାରେ କାର୍ଯ୍ୟକାରୀ ହୋଇଥିବା ପ୍ରକଳ୍ପ ଗୁଡ଼ିକ ବୁଲି ଦେଖିଛନ୍ତି। ଜିଲ୍ଲାର ସଦର ମହକୁମା ଛତ୍ରପୁର ବ୍ଲକର ଭିକାରୀପଲ୍ଲି ପଞ୍ଚାୟତର ଲଣ୍ଡା ବାଉଁଶ ଗ୍ରାମରେ ଏମ ନରେଗା ରେ ନିର୍ମାଣ ହୋଇଥିବା ଏକ ଡ୍ରେନ କାର୍ଯ୍ୟ ବୁଲି ଦେଖିବା ସହ ବିଭାଗୀୟ ଅଧିକାରୀ ଓ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଥିଲେ।ପରେ ନୁଆଁପଲ୍ଲୀ ଗ୍ରାମ ନିକଟରେ ପାଞ୍ଚଟି ଏସଏଚଜି ପକ୍ଷରୁ କରାଯାଇଥିବା ଅର୍କିଟ୍ ଓ ଜାବ୍ରା ଫୁଲ ଚାଷ କ୍ଷେତ ପରିଦର୍ଶନ କରିଥିଲେ। ଛତ୍ରପୁର ରେଳ ଷ୍ଟେସନ ନିକଟରେ ଥିବା ଦିନ ଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଲ୍ୟ ଯୋଜନା ର ତାଲିମ କେନ୍ଦ୍ର କୁ ବୁଲି ଦେଖିବା ସହ ସେଠାରେ ତାଲିମ ପ୍ରାପ୍ତ ଯୁବତୀ ମାନେ କିଭଳି କାର୍ଯ୍ୟ କରୁଛନ୍ତି ଶ୍ରୀମତୀ ମିଶ୍ର ସେମାନଙ୍କ ସହ ଆଲୋଚନା କରିଥିଲେ। ଏହି ପରିଦର୍ଶନ ବେଳେ ଡିଆରଡିଏ ଏପିଡି଼ (ପ୍ରଶାସନ ) ଜ୍ୟୋତି ଶଙ୍କର ରାୟ,ଛତ୍ରପୁର ବିଡ଼ିଓ ସାରଦା ପ୍ରସନ୍ନ ପଣ୍ଡା,ଏପିଡି଼(ଗ୍ରାମୀଣ ଗୃହ) ସୌମ୍ୟ ରଞ୍ଜନ ହୋତା,ଓଡ଼ିଶା ଜୀବିକା ମିଶନ ଜିଲ୍ଲା ସଂଯୋଜକ ନବୀନ ସେନାପତି, ଓରମାସ ଡେପୁଟି ସିଇଓ ଡ.ଜ୍ୟୋତି ପ୍ରକାଶ ମହାନ୍ତି,ଏମ ନରେଗା(୧) ଜିଲ୍ଲା ସଂଯୋଜିକା ରିନା ପାଢ଼ୀ,ଏମନରେଗା(୨) ଜିଲ୍ଲା ସଂଯୋଜିକା ସନ୍ଧ୍ୟା ରାଣୀ ପଟ୍ଟନାୟକ,ଛତ୍ରପୁର ବ୍ଲକର ସହକାରୀ ନିର୍ବାହୀ ଯନ୍ତ୍ରୀ ଦିଗାମ୍ବର ନାୟକ,କନିଷ୍ଠ ଯନ୍ତ୍ରୀ ପ୍ରଫୁଲ୍ଲ କୁମାର ବେହେରା, ଓଡ଼ିଶା ଜୀବିକା ମିଶନ ର ବ୍ଲକ ପ୍ରକଳ୍ପ ସଂଯୋଜିକା ମାନିନୀ ଜେନା ଙ୍କ ସମତେ ବହୁ ବିଭାଗୀୟ ଅଧିକାରୀ ଓ ଏସଏଚଜି ମା ମାନେ ଉପସ୍ଥିତି ଥିଲେ। ପରେ ଶ୍ରୀମତୀ ମିଶ୍ର ଜିଲ୍ଲାର ଅନ୍ୟାନ୍ୟ ବ୍ଲକ ଗସ୍ତ କରି ଏମନରେଗା ସମତେ ବିଭିନ୍ନ ଯୋଜନା ରେ କାର୍ଯ୍ୟକାରୀ ହୋଇଥିବା ପ୍ରକଳ୍ପ ଗୁଡ଼ିକ ବୁଲି ଦେଖିଥିଲେ।ସନ୍ଧ୍ୟା ରେ ଛତ୍ରପୁର ଠାରେ ଜିଲ୍ଲାରେ କାର୍ଯ୍ୟକାରୀ ହେଇଥିବା ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ସମ୍ବନ୍ଧ ରେ ବିଭିନ୍ନ ଅଧିକାରୀ ମାନଙ୍କ ନେଇ ସମୀକ୍ଷା କରିଥିଲେ।