ବିନା ଟ୍ରାଞ୍ଜିଟ୍ ପାସରେ ବାଲି ଚୋରାଚାଲାଣ: ହାଇୱା ଜବତ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ହିଞ୍ଜିଳିକାଟୁ ଓ ଆସିକା ଅଞ୍ଚଳ ଦେଇ ପ୍ରବାହିତ ଘୋଡାହାଡ ଓ ଋଷିକୂଲ୍ୟା ନଦୀରୁ ପ୍ରତ୍ୟହ ବାଲି ଚୋରାଚାଲାଣ ହେଉଥିବା ନଜିର ରହିଛି । ମାଲି ମାଫିଆ ମାନେ ପ୍ରଶାସନକୁ ଖୋଲା ଚ୍ୟାଲେଞ୍ଜ କରି ପ୍ରତ୍ୟହ ରାତିରେ ଶହ ଶହ ହାଇୱା, ଟିପ୍ପର, ଟ୍ରକ ଓ ଟ୍ରାକ୍ଟର ଯୋଗେ ବାଲି ଚୋରାଚାଲାଣ କରୁଥିବା ନିତିଦିନିଆ ଘଟଣା ପାଲଟିଛି । ପୁଲିସ ଓ ରାଜସ୍ୱ ପ୍ରଶାସନ ପକ୍ଷରୁ ରାତିଅଧିଆ ଚଢାଉ କରାଯାଉଥିଲେ ମଧ୍ୟ ବାଲି ମାଫିଆ ମାନେ ଚୋରା ବାଟ ଦେଇ ବାଲି ଚୋରାଚାଲାଣ କରୁଥିବା ଦେଖିବାକୁ ମିଳିଛି । ମଙ୍ଗଳବାର ବିଳମ୍ବିତ ରାତିରେ ହିଞ୍ଜିଳିକାଟୁ ତହସିଲଦାର ତପନ କୁମାର ମହାପାତ୍ର କୁକୁଡାଖଣ୍ଡି ଠାରୁ ହିଞ୍ଜିଳିକାଟୁ ଅଭିମୁଖେ ଫେରୁଥିଲେ। ସେହି ସମୟରେ ଖରିଡା ଋଷିକୂଲ୍ୟା ନଦୀରୁ ବାଲି ବୋଝେଇ କରି ବ୍ରହ୍ମପୁର ଅଭିମୁଖେ ଏକ ହାଇୱା (ଓଡି୦୭ଏକ୍ୟୁ ୭୭୭୧) ଯାଉଥିଲା । ହିଞ୍ଜିଳି ଥାନା ଚୈତନ୍ୟପଡା ପେଟ୍ରୋଲ ପମ୍ପ ନିକଟରେ ତହସିଲଦାର ସଂପୃକ୍ତ ବାଲିବୋଝେଇ ହାଇୱାକୁ ଅଟକାଇବା ସହ ବାଲି ପରିବହନ କରୁଥିବା ନେଇ ଟ୍ରାଞ୍ଜିଟ୍ ପାସ୍ ମାଗିଥିଲେ । ବିନା ଟ୍ରାଞ୍ଜିଟ୍ ପାସରେ ବାଲି ପରିବହନ ଜଣାପଡିବା ପରେ ସଂପୃକ୍ତ ବାଲି ବୋଝେଇ ହାଇଓ୍ବାକୁ ଜବତ କରଯାଇଛି । ଆଗାମୀ ଦିନରେ ବେଆଇନ ଭାବେ ବାଲି ପରିବହନ କରୁଥିବା ଗାଡି ଗୁଡିକ ଉପରେ ଚଢାଉ କରାଯିବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ତହସିଲଦାର ତପନ କୁମାର ମହାପାତ୍ର କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ