ବେଆଇନ ଧାନ ବୋଝେଇ ଟ୍ରକ ଅଟକ
ପଦ୍ମପୁର,(ଭେଙ୍କଟ ରମଣ ପ୍ରଧାନ): ପଦ୍ମପୁର ରେ ଅତ୍ୟଧିକ ଜନତା ଚାଷ ଉପରେ ନିର୍ଭର କରି ଗୁଜୁରାଣ ମେଣ୍ଟାନ୍ତି ,କିନ୍ତୁ ତାର ପ୍ରାପ୍ୟ ବାଟମାରଣା ହୋଇଯାଏ ,ମଙ୍ଗଳବାର ରାତିରେ ପଦ୍ମପୁର ଉପଜିଲ୍ଲାପାଳ ହେମସାଗର ଭୋଇ ଛତିଶଗଡ଼ସୀମାନ୍ତ ବର୍ତୀ ଅଞ୍ଚଳ ବୁଲୁଥିବା ବେଲେ ଦୁଇଟି ଧାନ ବୋଝେଇ ହୋଇଥିବା ଟ୍ରକକୁ ଜଗଦଲପୁରରେ ଅଟକାଇ ଥିଲେ, ଟ୍ରକ ଡ୍ରାଇଭର ଛତିଶଗଡ଼ ବସନା ଅଞ୍ଚଳରୁ ଧାନ ଆଣୁଥିବା କହିଥିଲେ । ଅଧିକ ତଦନ୍ତ ପାଇଁଉପଜିଲ୍ଲାପାଳ ଭୋଇ ବୁଧବାର ସକାଳେ ଯୋଗାଣ ବିଭାଗର ଅଧିକାରୀଙ୍କୁ ଘଟଣା ସ୍ଥଳକୁ ପଠାଇଥିବା କହିଛନ୍ତି, ରବି ଧାନ ସଂଗ୍ରହ ସମୟରେ ବାହାର ରାଜ୍ୟରୁ ଧାନ ଆଣି ଓଡ଼ିଶାରେ ବିକ୍ରି କରିବା ଘଟଣା ଚାଷୀଙ୍କ ହକ୍ ଉପରେ ପ୍ରଭାବ ପକାଉଥିବାରୁ ଉପଜିଲ୍ଲାପାଳଙ୍କ ଏହି ଚଢ଼ାଉକୁ ସ୍ଥାନୀୟ ଅଞ୍ଚଳରେ ସ୍ୱାଗତ କରାଯାଇଛି।


