ବିଜେପିର ଜନ ଆକ୍ରୋଶ ମହିଳା ସମାବେଶ

କବିସୂର୍ଯ୍ୟନଗର, (କୃଷ୍ଣ ଚନ୍ଦ୍ର ନାହକ): କବିସୂର୍ଯ୍ୟନଗର ଠାରେ ଭାରତୀୟ ଜନତା ପାର୍ଟି ନଗର ମଣ୍ଡଳ ସଭାପତି ଅଶୋକ ଜେନାଙ୍କ ନେତୃତ୍ୱରେ ଜନ ଆକ୍ରୋଶ ମହିଳା ସମାବେଶ ଅନୁଷ୍ଠିତ ହୋଇଯାଇଛି l ଲୋକସଭାରେ ମହିଳା ସଂରକ୍ଷଣ ବିଲ ବିରୋଧୀଙ୍କ ବିରୋଧ ରେ କାଟ ଖାଇବା ପରେ ମହିଳାଙ୍କ ପ୍ରତି ହୋଇଥିବା ଅନ୍ୟାୟ କୁ ତୃଣ ସ୍ଥରରେ ମହିଳା ଙ୍କ ନିକଟରେ ପହଞ୍ଚାଇବା ପାଇଁ ବିଜେପି ପକ୍ଷରୁ ସମାବେଶ ଆୟୋଜନ କରାଯାଉଛି l ଏହି ପରୀପ୍ରେକ୍ଷୀରେ କବିସୂର୍ଯ୍ୟନଗର ଠାରେ ବିଜେପି ଆସିକା ଋଷିକୂଲ୍ୟା ସାଙ୍ଗଠନିକ ଜିଲ୍ଲାର ମହିଳା କାର୍ଯ୍ୟକର୍ତା ପକ୍ଷରୁ ଜନ ଆକ୍ରୋଶ ମହିଳା ସମାବେଶ ଅନୁଷ୍ଠିତ ହୋଇଯାଇଛି । ମହିଳା ମାନେ ହାତରେ ପୋଷ୍ଟର ବେନେର ଧରି ନାରାବାଜି କରି ସହର ର ଲୋକନାଥ ମନ୍ଦିର ଠାରୁ ଏକ ରାଲି ବାହାରି ସହର ପରିକ୍ରମା କରିବା ସହ ବସଷ୍ଟାଣ୍ଡ ନିକଟରେ ପହଞ୍ଚିଥିଲା l ଏଠାରେ ବିରୋଧି ଦଳ ନେତା ମାନଙ୍କ କୁଶ ପୁତ୍ତଳିକା ଦାହ କରାଯାଇଥିଲା l ଉକ୍ତ କାର୍ଯ୍ୟକ୍ରମ ରେ କବିସୂର୍ଯ୍ୟନଗର ବିଜେପି ମହିଳା ମୋର୍ଚ୍ଚା ସଭାପତି ଜୟନ୍ତୀ ବେହେରା, କାଉନସିଲର ଦିପ୍ତୀରଣୀ ମହାପାତ୍ର, ସୁସୁମା ପ୍ରଧାନ ସହ ସାଂସଦ ପ୍ରତିନିଧି ଶ୍ରୀକାନ୍ତ ମହାପାତ୍ର, ବ୍ଲକ ସାଂସଦ ପ୍ରତିନିଧି ଜଗନ୍ନାଥ ବିଶୋଇ,ଜିଲ୍ଲା ଯୁବ ମୋର୍ଚ୍ଚା ଉପସଭାପତି ବିଶ୍ୱଜିତ ମହାପାତ୍ର ସହ ଦେବାଶିଷ ଜେନା, ସୁରେନ୍ଦ୍ର ମାଝି ସମେତ ବହୁ ବିଜେପି କର୍ମୀ ଯୋଗ ଦେଇ ମହିଳା ସଂରକ୍ଷଣ ବିଲ କାଟ ଖାଇବା ପ୍ରସଙ୍ଗ ରେ ବିରୋଧୀ ଦଳଙ୍କୁ ତୀବ୍ର ସମାଲୋଚନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ