ମୁଖ୍ୟମନ୍ତ୍ରୀଙ୍କ ଦିନିକିଆ ଫୁଲବାଣୀ ଗସ୍ତକୁ ନେଇ ବିଜେଡିର ବୈଠକ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):ଚଳିତ ମାସ  ୨୨ ତାରିଖରେ ଫୁଲବାଣୀ ଗସ୍ତରେ ଆସୁଛନ୍ତି ବିଜେଡି ସୁପ୍ରିମୋ ତଥା ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମିଳିଥିବା ସୂଚନା ଅନୁସାରେ ମୁଖ୍ୟମନ୍ତ୍ରୀ ଦିନିକିଆ ଗସ୍ତରେ ଫୁଲବାଣୀ ଆସିବେ । ହେଲିକପ୍ଟର ଯୋଗେ ଆସି ଫୁଲବାଣୀ ଷ୍ଟାଡିୟମରେ ଓହ୍ଲାଇବେ । ସେଠାରେ ଆୟୋଜିତ ଏକ ବିରାଟ ସାଧାରଣ ସଭାରେ ଯୋଗଦେଇ ଉଦ୍‌ବୋଧନ ଦେବେ । କାର୍ଯ୍ୟକ୍ରମରେ ଫୁଲବାଣୀରେ ମୁଖ୍ୟମନ୍ତ୍ରୀ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଡ ବଣ୍ଟନ କରିବା ସହ ବିଭିନ୍ନ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ବୋଲି ଜଣାପଡ଼ିଛି । ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତକୁ ଜିଲ୍ଲା ବିଜେଡି ଜୋରଦାର ପ୍ରସ୍ତୁତି ଆରମ୍ଭ କରିଦେଇଛି । ସେ ନେଇ ଫୁଲବାଣୀ  ଗାନ୍ଧୀ ସ୍ମୃତି ଭବନଠାରେ ଦଳ ତରଫରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ