ଦୁଗ୍ଧ ଉତ୍ପାଦନ ବୃଦ୍ଧି ନିମନ୍ତେ ଅଯୋଲା ଚାଷ
ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ଗୋପାଳନ କ୍ଷେତ୍ରରେ ଦୁଗ୍ଧ ଉତ୍ପାଦନ ବୃଦ୍ଧି ନିମନ୍ତେ ସବୁଜ ଘାସର ଉପାଦେୟତା ଅନେକ ରହିଛି । ଏହି ପରିପ୍ରେକ୍ଷୀରେ ନାଉଗାଁ ବ୍ଲକର ଗୋଚାଷୀମାନଙ୍କର ଗାଈମାନଙ୍କ ନିମନ୍ତେ ଅଯୋଲା ଚାଷର ପ୍ରଦର୍ଶନ କ୍ଷେତ୍ର ରୋହିଆ ଗ୍ରାମର ଗୋଚାଷୀ ଗୀତାଂଜଳି ମହାନ୍ତିଙ୍କ ଅଗଣାରେ କରାଯାଇଥିଲା । ଏଠାରେ ଗୋଷ୍ଠୀ ପ୍ରାଣୀ ଚିକିତ୍ସକ ଡା. ରାଜା ଉଦୟଭାନୁ ରାଉତ ଓ ଅତିରିକ୍ତ ପ୍ରାଣୀ ଚିକିତ୍ସକ ଡା.ଶୁଭେନ୍ଦୁ ରଂଜନ ସେଠୀ ଉପସ୍ଥିତ ରହି ଅଯୋଲା ଚାଷର ଉପକାରିତା ବିଷୟରେ ଆଲୋକପାତ କରିଥିଲେ । ଫଡର ଅଫିସର ଗୋଲକବିହାରୀ ଭୋଇ ଓ ସଂଜୟ ପାଣି ଚାଷୀମାନଙ୍କୁ ଅଯୋଲା ଚାଷର ପଦ୍ଧତି ବିସ୍ତୃତ ଭାବେ ଦେଖାଇଥିଲ । ଏହି କାର୍ଯ୍ୟକ୍ରମରେ ଅନ୍ୟ ଗ୍ରାମରୁ ୧୦ଜଣ ଚାଷୀ ସାମିଲ ହୋଇଥିଲେ । ସରକାରଙ୍କ ତରଫରୁ ଚାଷୀ ନିମନ୍ତେ ସମସ୍ତ ଆନୁସଂଗିକ ସାମଗ୍ରୀ ସହିତ ୩୦୦ ଟଙ୍କାର ଆର୍ôଥକ ସହାୟତା ଯୋଗାଇ ଦିଆଯାଇଥିଲା । ଅଯୋଲା ଚାଷ ପାଇଁ ବ୍ଲକର ଅନ୍ୟ ଆଗ୍ରହୀ ଚାଷୀମାନେ ବ୍ଲକ ପ୍ରାଣୀ ଚିକିତ୍ସାଳୟରେ ଯୋଗାଯୋଗ କରି ସରକାରୀ ପ୍ରୋତ୍ସାହନ ପାଇଁ ଆବେଦନ କରିବାକୁ ଗୋଷ୍ଠୀ ପ୍ରାଣୀ ଚିକିତ୍ସକ ଡା. ରାଉତ ସୂଚନା ଦେଇଛନ୍ତି ।


