ସାରସ୍ୱତ ସାଧନା ଓ ସମାଜସେବା ପାଇଁ କଳିଙ୍ଗ ଭାରତୀ ସମ୍ମାନ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜୟନ୍ତୀ ଅବସରରେ ଗତ ମଙ୍ଗଳବାର ନୁଆଦିଲ୍ଲୀ ସ୍ଥିତ ଅଗ୍ରଣୀ ସେବା ଅନୁଷ୍ଠାନ ‘କଳିଙ୍ଗ ଭାରତୀ ଫାଉଣ୍ଡେସନ’ ଦ୍ୱାରା “ଆଜାଦିକା ଅମୃତ ମହୋତ୍ସବ” ସମାରୋହ ଆୟୋଜିତ ହୋଇଥିଲା । ବିଶିଷ୍ଟ ସମାଜସେବୀ ତଥା ଫାଉଣ୍ଡେସନର ପ୍ରତିଷ୍ଠାତା ଇଂଜିନିୟର ଅକ୍ଷୟ କୁମାର ସାମଲ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ବ୍ୟକ୍ତିବିଶେଷଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରିଥିଲେ । ଏହି କ୍ରମରେ ଓଡିଆ ସାରସ୍ୱତ ଜଗତର ଜଣାଶୁଣା କବି ଓ ସମାଜସେବୀ ରଶ୍ମିତା ଜେନା ମହାପାତ୍ରଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶ୍ରୀମତି ଜେନା ଜଣେ ସୁସାହିତ୍ୟିକା ଓ ବିଭିନ୍ନ ସାମାଜିକ ସଂଗଠନ ସହ ଜଡିତ । ତାଙ୍କର ଏହି ସଫଳତା ପାଇଁ ବିଭିନ୍ନ ବ୍ୟକ୍ତି ବିଶେଷ ଓ ସଂସ୍ଥା ପକ୍ଷରୁ ତାଙ୍କୁ ସୁବେଚ୍ଛା ଜ୍ଞାପନ କରାଯାଇଛି ।


