ମୋ ଡାକ୍ତରଖାନା-ମୋ ଗର୍ବ କାର୍ଯ୍ୟକ୍ରମରେ ସଫେଇ ଅଭିଯାନ
ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ) : ମୋ ଡାକ୍ତରଖାନା-ମୋ ଗର୍ବ କାର୍ଯ୍ୟକ୍ରମରେ ଡାକ୍ତରଖାନା ପରିସରରେ ସଂପୂର୍ଣ୍ଣ ସ୍ୱଚ୍ଛତା ରଖିବା ଉଦ୍ଦେଶ୍ୟରେ ଅକ୍ଟୋବର ୧୫ ରୁ ନଭେମ୍ବର ୧୪ ତାରିଖ ଏକମାସ ବ୍ୟାପି ସମୁହ ସଫେଇ ଅଭିଯାନ ରହିଛି । ଏହି ଅବସରରେ ଶୁକ୍ରବାର ଦିନ ମୁନିଷିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ବିଭିନ୍ନ ସଂଗଠନ , ବୁଦ୍ଧିଜୀବୀ , ଛତ୍ରପୁର ତହସିଲ ଓ ବ୍ଲକ ଷ୍ଟାପ , ସ୍ଥାନୀୟ ଅଞ୍ଚଳର ଯୁବକ ଏବଂ ବିଜୁ ଯୁବ ବାହିନୀର ସଦସ୍ୟ ମାନେ ସମୁହ ସଫେଇ ଅଭିଯାନରେ ସାମିଲ ହୋଇଥିଲେ । ସ୍ୱାସ୍ଥ୍ୟ କେନ୍ଦ୍ରର ପିଏଚ୍ଇଓ ବରୁଣ ପାଣିଗ୍ରାହୀଙ୍କ ପୌରହିତ୍ୟରେ ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ୍.ଧନଜଂୟ ରେଡ୍ଡୀ, ଛତ୍ରପୁର ତହସିଲଦାର ନୀଳମାଧବ ଭୋଇ, ଛତ୍ରପୁର ବିଡିଓ ଅମ୍ବିକା ପ୍ରସାଦ ଦାଶ, ନିର୍ବାହୀଯନ୍ତ୍ରୀ ଇଂ.ନୀରଜଂନ ପଣ୍ଡା, ମୁନିଷିପେଣ୍ଠ ସ୍ୱାସ୍ଥ୍ୟକେନ୍ଦ୍ରର ଅଧିକାରୀ ଏ.ତନୁଜା, ବିପିଏମ ସିମାଚଂଳ ପ୍ରଧାନ, ରୋଗୀ କଲ୍ୟାଣ ସମିତିର ସଭ୍ୟ ଶମ୍ଭୁନାଥ ସ୍ୱାଇଁ ଓ ସୁକାନ୍ତ କୁମାର ନାହାକଙ୍କ ସମେତ ସ୍ୱାସ୍ଥ୍ୟ କେନ୍ଦ୍ର ସମସ୍ତ କର୍ମଚାରୀ ମାନେ ଆଜିର ସଫେଇ ଅଭିଯାନରେ ସାମିଲ ହୋଇଥିଲେ ।


