‘ଏକାଡ଼େଜ’ କ୍ଲାସେସ ତରଫରୁ ନିଟ୍‌-୨୦୨୧ ସଫଳ ପ୍ରାର୍ଥୀଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଭୁବନେଶ୍ୱରସ୍ଥିତ ଆଚାର୍ଯ୍ୟବିହାରଠାରେ ଏକାଡ଼େଜ କ୍ଲାସେସ ତରଫରୁ ସଫଳ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ଛାତ୍ରଛାତ୍ରୀ ସେମାନଙ୍କ ଅଭିଭାବକ ତଥା ପିତାମାତା ଉପସ୍ଥିତ ରହି ସମ୍ବର୍ଦ୍ଧନା ଉତ୍ସବକୁ ରୁଦ୍ଧିମନ୍ତ ତଥା ସଫଳ କରିଛନ୍ତି । ଶ୍ରୀମାନ ସ୍ୱାଧୀନ ପରିଡ଼ା ଢେଙ୍କାନାଳ ଅଞ୍ଚଳରୁ ଆସି ଅକ୍ଲାନ୍ତ ପରିଶ୍ରମ କରି କୋଭିଡ଼ ସମୟରେ ଘରେ ରହି ଅନଲାଇନରେ ପଢି ଅଧ୍ୟାପକଙ୍କୁ ସମୟ ସମୟରେ ନିଜର ଡାଉଟ ଗୁଡ଼ିକ ପଚାରି ନିଜର ପାଠପଢା ପ୍ରିପାର କରିଥିଲେ । ସବୁଜ ସୌରଭ ଭୁବନେଶ୍ୱରରରୁ ଓ ଅନ୍ୟ ଦୁଇ ଛାତ୍ର ମଧ୍ୟ ଅନୁଷ୍ଠାନ ପାଇଁ ଗର୍ବ ଓ ଗୌରବ ଆଣି ଦେଇଥିଲେ । ସମ୍ବର୍ଦ୍ଧନା ଉତ୍ସବକୁ ଶ୍ରୀଯୁକ୍ତ ଦେବଦତ୍ତ ମିଶ୍ର (କେମେଷ୍ଟି), ଦୀପକ କଶ୍ୟପ (ଫିଜିକ୍ସ), ରଜତ କୁମାର ପାଳ (ବାଓଲୋଜି) ଓ ସ୍ୱର୍ଗତ ମନୋଜ ପତି ସାର୍‌ଙ୍କ ଅବଦାନ ଅନୁଷ୍ଠାନର ଛାତ୍ରଛାତ୍ରୀଙ୍କ ପାଇଁ ବହୁତ ଥିଲା । ଅନୁଷ୍ଠାନର ନିର୍ଦ୍ଦେଶକ ଶ୍ରୀଯୁକ୍ତ ବିନୋଦ ରାଉତ ସଫଳ ଛାତ୍ରଛାତ୍ରୀ ତଥା ଅଭିଭାବକ ଓ ପିତାମାତାଙ୍କୁ କୃତଜ୍ଞତା ଜଣାଇଥିଲେ । ଶେଷରେ ସମସ୍ତ ଶିକ୍ଷକ ଓ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଜଣାଇବା ସହ ଉନ୍ନତି କାମନା କରିଥିଲେ । ଆଗାମୀ ଦିନରେ ଏହି ଅନୁଷ୍ଠାନ ଅନେକ ଛାତ୍ରଛାତ୍ରୀଙ୍କୁ ଏହିପରି କୃତିତ୍ୱ ଲାଭ କରିବେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ