ନନ୍ଦିକ ଗ୍ରାମରେ ଗଞ୍ଜାମ ଜିଲ୍ଲା ଲୋକକଳା ଜିଲ୍ଲା ସ୍ତରୀୟ କାର୍ତ୍ତିକପୂର୍ଣ୍ଣିମା ମହୋତ୍ସବ ଅନୁଷ୍ଠିତ

ଛତ୍ରପୁର, (ଦେବଦତ୍ତ ମହାରଣା) : ଓଡିଆ ଭାଷା ସାହିତ୍ ୟ ଓ ସଂସ୍କୃତି ବିଭାଗ ଓଡିଶାଙ୍କ ଆନୁକୂଲ୍ୟରେ ଜିଲ୍ଲା ସଂସ୍କୃତି ପରିଷଦ ଦ୍ବାରା କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଜିଲ୍ଲା ଲୋକକଳା ହିଞ୍ଜିଳିକାଟୁ ବ୍ଲକ୍ ନନ୍ଦିକ ଗ୍ରାମ ଠାରେ ପାରମ୍ପରିକ ଲୋକକଳା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଂସ୍କୃତି ଅଧିକାରୀ ଅକ୍ଷୟ କୁମାର ସେଠୀଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଡଙ୍ଗା ପ୍ରସ୍ତୁତି, ଝୋଟିଚିତା,ହୁଳହୁଳି,ଓଡିଆପିଠା, ଗ୍ରାମ ସଫେଇ, ଓଡିଆଣି ବେଶ, ମାଣବସା, ଲକ୍ଷ୍ମୀପୁରାଣ ପାଠ, ଗହୃହ ସମ୍ମୁଖରେ ଝୋଟି ପ୍ରଭୃତି ପାରମ୍ପରିକ ଲୋକକଳା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି ।ଏହି ଅବସରରେ ଆଯୋଜିତ ପୁରସ୍କାର ବିତରଣ ଉତ୍ସବରେ ହିଞ୍ଜିଳିକାଟୁ ନିର୍ବାଚନ ମଣ୍ଡଳୀର ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ତଥା ପୂର୍ବତନ ପ୍ରଶାସକ ଶରତ ଚନ୍ଦ୍ର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଲୋକକଳାର ବିକାଶ ଦିଗରେ ଆୟୋଜିତ ପ୍ରତିଯୋଗିତାର ଆଭିମୁଖ୍ୟ ସମ୍ପର୍କରେ ଅବଗତ କରାଇ ଜଣାଇଥିଲେଯେ, ଆମ ଦୈନନ୍ଦିନ ଜୀବନରେ ଘରମାନଙ୍କରେ ମା ବୋହୁଗଣ ଯେଉଁ କାର୍ଯ୍ୟ କରନ୍ତି ତାହାହିଁ ଲୋକକଳା । ସେହିକଳାକୁ ଆଗାମୀ ପିଢୀ ସକାଶେ ବଞ୍ଚାଇବା ଦିଗରେ ଏଭଳି ପ୍ରତିଯୋଗିତା ଦ୍ବାରା ସମ୍ଭବ । ଏଥି ସକାଶେ ମୁଖ୍ୟମନ୍ତ୍ରୀଙ୍କ ପ୍ରଚେଷ୍ଟାଯେ, କଳାର ପ୍ରଚାର ଓ ପ୍ରସାର ଦିଗରେ ଯେଉଁ କାର୍ଯ୍ୟକ୍ରମ ଚାଲିବ ତାହା ଜଣାଇଥିଲେ । ତତ୍ ସଙ୍ଗେସଙ୍ଗେ ଗଞ୍ଜାମ ଜିଲ୍ଲାରେ ଭରପୁର ଥିବା କଳାକୁ ଏବଂ କଳାକାର ମାନଙ୍କୁ ପ୍ରଦାନ କରାଯାଉଥିବା ପ୍ରୋତ୍ସାହନ ସମ୍ପର୍କରେ ଅବଗତ କରାଇଥିଲେ । ହିଞ୍ଜିଳିକାଟୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁବ୍ରତ କୁମାର ଜେନା, ତହସିଲଦାର ପ୍ରଭାତ କୁମାର ପରିଡା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା, ସଂସ୍କୃତି ବିଭାଗର ପୂର୍ବତନ ସହକାରୀ ନିର୍ଦ୍ଦେଶକ କୃଷ୍ଣଚନ୍ଦ୍ର ନିଶାଙ୍କ, ବ୍ଲକ୍ କଳା ସଂଘ, ଭଞ୍ଜନଗର ବ୍ଲକ୍ ର ଉପସଭାପତି ଜଗଦୀଶ୍ ପାଣିଗ୍ରାହୀ, ବେଗୁନିଆପଡା ବ୍ଲକ୍ ର ଉପସଭାପତି ମହେଶ୍ବର ବରାଡ, ଓଡିଶା ସଙ୍ଗୀତ ନାଟକ ଏକାଡେମୀର ଗଞ୍ଜାମ ଶାଖା ସଭ୍ୟ ଆଲୋକ ବିଷୋୟୀ, ପୂର୍ବତନ ସରପଞ୍ଚ ରୋହିତ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରିଥିଲେ । ଓଡିଆଣୀ ପ୍ରତିଯୋଗୀତାରେ ସନ୍ତୋଷିନୀ ସେଠୀ ପ୍ରଥମ, ବୀଣା ଦାଶ ଦ୍ବିତୀୟ, ଜ୍ୟୋତ୍ସ୍ନାରାଣୀ ସାହୁ ତୃତୀୟ, ବୋଇତ ପ୍ରସ୍ତୁତି ପ୍ରତିଯୋଗୀତାରେ ମା ଶ୍ୟାମାକାଳୀ ସ୍ବୟଂ ସହାୟିକା ଗୋଷ୍ଠୀ ପ୍ରଥମ, ସୁରଭି ସ୍ବୟଂ ସହାୟିକା ଗୋଷ୍ଠୀ ଦ୍ବିତୀୟ ଏବଂ ସଙ୍କଟ ମୋଚନ ସ୍ବୟଂ ସହାୟିକା ଗୋଷ୍ଠୀ ତୃତୀୟ ସ୍ଥାନ ଅଧିକାର କରିଥିଲେ । ପିଠଉ ଚିତା ଝୋଟି ପ୍ରତିଯୋଗିତାରେ ଅପରାଜିତା ସ୍ବାଇଁ ପ୍ରଥମ, ପ୍ରିତି ଭୋଳ ଦ୍ବିତୀୟ ଏବଂ ବିଜୟ ଲକ୍ଷ୍ମୀ ପାଣିଗ୍ରାହୀ ତୃତୀୟ ସ୍ଥାନ ଅଧିକାର କରିଥିଲେ । ହୁଳହୁଳି ପ୍ରତିଯୋଗିତାରେ ମା ସନ୍ତୋଷି ସ୍ବୟଂ ସହାୟିକା ଗୋଷ୍ଠୀ ପ୍ରଥମ, ଶ୍ରୀକ୍ଷେତ୍ର ସ୍ବୟଂ ସହାୟିକା ଗୋଷ୍ଠୀ ଦ୍ବତୀୟ ଓ ମା ସନ୍ତୋଷୀ ସ୍ବୟଂ ସହାୟିକା ଗୋଷ୍ଠୀ ତୃତୀୟ ସ୍ଥାନ ଅଧିକାର କରିଥିଲେ । ସେହିପରି ଲକ୍ଷ୍ମୀପୁରାଣ ଗାନରେ ପ୍ରତିମା ସେଠୀ, ସାବିତ୍ରୀ, ବାସନ୍ତୀ ଏବଂ ଜ୍ୟୋତ୍ସ୍ନାରାଣୀ ସାହୁ ଯଥାକ୍ରମେ ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ । ଓଡିଆ ଘରର ପିଠା ପ୍ରତିଯୋଗିତାରେ ଐଶ୍ବର୍ୟା ସ୍ବୟଂ ସହାୟିକା ଗୋଷ୍ଠୀ, ଉପାସନା ସ୍ବୟଂ ସହାୟିକା ଗୋଷ୍ଠୀ, ପଦ୍ମିନୀ ସ୍ବୟଂ ସହାୟିକା ଗୋଷ୍ଠୀ ଯଥାକ୍ରମେ ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ