କାର ଦୁର୍ଘଟଣାଗ୍ରସ୍ତ, ୫ଆହତ

ଭଣ୍ଡାରିପୋଖରୀ, (ଦୁର୍ଯୋଧନ ଲେଙ୍କା) : ଭଣ୍ଡାରିପୋଖରୀ ବ୍ଲକ ଦେଇଯାଇଥିବା ୧୬ନଂ ଜାତୀୟ ରାଜପଥର ଧାମନଗର ଛକ ନିକଟ ମଜୁରିଗଡ଼ିଆ ପୋଲ ଉପରେ ଏକ ଟ୍ରକ ସହିତ କାର ଧକ୍କା ହେବାରୁ ୫ଜଣ ଆହତ ହୋଇଥିବା ଜଣାଯାଇଛି । ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁଯାୟୀ ଓଆର୦୯ଡି୭୭୪୭ ଟ୍ରକଟି ପାଣିକୋଇଲି ପଟୁ ଭଦ୍ରକ ଅଭିମୁଖେ ଯାଉଥିବା ବେଳେ ପଛପଟରୁ ଓଡ଼ି ୦୧ଏଇ୯୪୬୦କାରଟି ଅତିକ୍ରମ କରିବାକୁ ଚେଷ୍ଟା କରିଥିଲା । ଫଳରେ ଟ୍ରକ ଓ କାର ମଧ୍ୟରେ ଧକ୍କା ହେବା ଯୋଗୁ ଏଥିରେ ୫ଜଣ ଆହତ ହୋଇଥିବା ଜଣାପଡିଛି।ଟ୍ରକ ଡ୍ରାଇଭରଙ୍କ ଉପସ୍ଥିତ ବୃଦ୍ଧି ଯୋଗୁ କାରରେ ଥିବା ସମସ୍ତ ଲୋକ ନିଶ୍ଚିତ ମୃତ୍ୟୁ ମୁଖରୁ ବର୍ତ୍ତୀଯାଇଥିଲେ । ଦୁଇ ଗୋଟି ଗାଡି ରାସ୍ତା ଉପରେ ଓଲଟି ପଡିଥିବା ବେଳେ ଟ୍ରକ ଡ୍ରାଇଭର ରଘୁନାଥ ସ୍ବାଇଁଙ୍କ ସମେତ ଖଲାସି ଓ କାରରେ ଯାଉଥିବା ଅନ୍ୟ ତିନିଜଣ ଆହତ ହୋଇଥିଲେ । ଘଟଣାସ୍ଥଳରେ ଦମକଳ ବାହିନୀ ପହଂଚି ଆହତଙ୍କୁ ଉଦ୍ଧାର କରି ଭଦ୍ରକ ମୁଖ୍ୟ ଡାକ୍ତର ଖାନାକୁ ପଠାଇଥିବା ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ