ଆସପାୟାର ପକ୍ଷରୁ ଶିଶୁ ଅଧିକାର ସପ୍ତାହ ପାଳିତ
ହାଟଡ଼ିହି, (ବିକାଶ ବିଶ୍ୱାଳ):ଆସପାୟାର ପକ୍ଷରୁ ହାଟଡିହି ବ୍ଲକ ଜମ୍ଭୀରା ପଞ୍ଚାୟତର ଲାଖବିନ୍ଧା ଠାରେ ଶିଶୁ ଅ୍ରଧିକାର ସପ୍ତାହ ପାଳିତ ହୋଇଯାଇଛି ।ଏହି ଉତ୍ସବରେ ଆମନ୍ତ୍ରିତ ଅତିଥି ଭାବେସିଆରସିସି ସୁମନ୍ତ କୁମାର ନାୟକ, ଉଚ୍ଚ ପ୍ରାତମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜଚିନ୍ଦ୍ର କୁମାର ମଲ୍ଲିକ, ସାନ ଆମ୍ବଗଡିଆ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଭାରତୀ ମଲ୍ଲିକ, ସୁନ୍ଦରାପାଳ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବେଣୁଧର ସାହୁ, ଶିକ୍ଷକ ମନମୋହନ ଜେନା, ରବିନ୍ଦ୍ର ମୁଦୁଲି, ସୁଶ୍ରୀ ସଂଙ୍ଗୀତା ମିଶ୍ର, ଅର୍ପିତା ମିଶ୍ର ପ୍ରମୁଖ ଯୋଗଦେଇ ଶିଶୁ ସୁରକ୍ଷା ଅଧିକାର ସମ୍ପର୍କରେ ଆଲୋକପାତ କରିଥିଲେ ।ଏହି କାର୍ଯ୍ୟକ୍ରମରେ ଆସପେୟାରର ମୁଖ୍ୟ କର୍ମକର୍ତ୍ତା ତଥା ବ୍ଲକ ସଂଯୋଜକ କୃପାସିନ୍ଧୁ ସିଂ, ଶିକ୍ଷଣ ସଂଯୋଜକ ଦିବାକର ଦାସ, ତଥ୍ୟ ପରିଚାଳକ ସୁମିତ ସୁବାଶିଷ ପାତ୍ର, ସହକର୍ମୀ ସୁଶାନ୍ତ ବଳ, ଜମ୍ଭୀରା ଜିପିସିଏମ ନିବେଦୀତା ମଲ୍ଲିକ, ହାଟଡିହି ଜିପିସିଏମ ତୁଷାର ଜେନା, ଏଲଇପି ଶିକ୍ଷକ ଅରିଜିତ ନନ୍ଦ, ମରୈଗାଁ ଜିପିସିଏମ ମନୋରମା ଘଡେଇ, ଏଲଇପି ଶିକ୍ଷକ ସସ୍ମିତା ସାମଲ, ସୋସୋ ଜିପିସିଏମ ଅବିନାଶ ଆଇଚ, ଏଲଇପି ଶିକ୍ଷକ ସଞ୍ଜୁଲତା ରଣା, ସଢ଼ା ଜିପିସିଏମ ପ୍ରୀୟଙ୍କା ଖୁଣ୍ଟିଆ ପ୍ରମୁଖ ଯୋଗଦେଇ ଶିଶୁ ସୁରକ୍ଷା ଓ ଶିଶୁ ଅଧିକାର, ଶିଶୁ ଶ୍ରମିକ ଉଚ୍ଛେଦ, ବାଲ୍ୟ ବିବାହ ଉଚ୍ଛେଦ ଉପରେ ଶିଶୁ ଓ ଗ୍ରାମବାସୀଙ୍କୁ ସଚେତନ କରାଇଥିଲେ । ଏହି ଅବସରରେ ଶିଶୁ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗୀତା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହୋଇଥିଲା ।