ବାଲିପଦରରେ ବୁଗୁଡା ଥାନା “ଆମ ପୋଲିସ ସମିତି” ବୈଠକ

ବୁଗୁଡା, (ଅନିଲ କୁମାର ମହାରଣା): ବୁଗୁଡା ଥାନା “ଆମ ପୋଲିସ ସମିତି” ବୈଠକ ନଭେମ୍ବର ୨୦ ତାରିଖ ଦିନ ବାଲିପଦର ଗ୍ରାମର କଳିଙ୍ଗ ବୈଶ୍ୟ ସଙ୍ଘ ପେଣ୍ଠ ଗୃହରେ ଅନୁଷ୍ଠିତ ହୋଇଥିଲା। ବୁଗୁଡା ଥାନା ଆରକ୍ଷୀ ନିରୀକ୍ଷକ ଚିତ୍ତରଞ୍ଜନ ବେହେରାଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକ ରେ ବୁଗୁଡା ଥାନା ଅତିରିକ୍ତ ଆରକ୍ଷୀ ନିରୀକ୍ଷିକା ଶର୍ମିଷ୍ଠା ପ୍ରଧାନ, ବାଲିପଦର ଫାଣ୍ଡି ଉପଆରକ୍ଷୀ ନିରୀକ୍ଷକ ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ବାଲିପଦର ଗ୍ରାମ ପଞ୍ଚାୟତ ସରପଞ୍ଚ ପୂର୍ଣ୍ଣଚନ୍ଦ୍ର ଜେନା, ସମିତି ସଭ୍ୟ ମହେନ୍ଦ୍ର ପ୍ରସାଦ ପଣ୍ଡା, ସମାଜସେବୀ ଲକ୍ଷ୍ମୀ ପ୍ରସାଦ ନାୟକ, ବାଲିପଦର କଲେଜ ଅଧ୍ୟକ୍ଷ ଡ଼କ୍ଟର ବି.ପ୍ରକାଶ ଚନ୍ଦ୍ର ପାତ୍ର ପ୍ରମୁଖ ମଞ୍ଚାସୀନ ଥିଲେ। ବୈଠକରେ ବିଶେଷ ଭାବେ ଟ୍ରାଫିକ ସମସ୍ୟା ଓ ସାଇବର ଠକେଇ ବିଷୟରେ ଆଲୋଚନା ହୋଇଥିଲା। ଏଥିସହ ଗୁଣିଗାରେଡି ଭଳି ଅନ୍ଧ ବିଶ୍ବାସ ଠାରୁ ଦୂରେଇ ରହିବା, ଶିଶୁ ଶ୍ରମିକଙ୍କୁ କୌଣସି କାର୍ଯ୍ୟରେ ନିୟୋଜିତ ନକରିବା, ନାରୀ ନିର୍ଯ୍ୟାତନା ପ୍ରଭୃତି ବିଷୟ ନେଇ ଆଲୋଚନା କରାଯାଇ ଜନସଚେତନତା ସୃଷ୍ଟି କରାଯାଇଥିଲା। କାର୍ଯ୍ୟକ୍ରମରେ ବାଲିପଦର ଅଞ୍ଚଳର ବହୁ ଜନସାଧାରଣ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ