ବିଦ୍ୟାଳୟରେ ପୋଷାକ ବଣ୍ଟନ

ବୁଗୁଡା,(ଯୁଗାବ୍ଦ ନ୍ୟୁଜ୍‌): ବୁଗୁଡା ଅଂଚଳରେ ଅବସ୍ଥିତ ବୁଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏବଂ ଗୋଳାବନ୍ଧ ବିଦ୍ୟାଳୟ ଦ୍ୱୟରେ ପୋଷାକ ବଣ୍ଟନ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଏହି ପୋଷାକ ବଣ୍ଟନ ମେଳାରେ ମୁଖ୍ୟ ଅତିଥିଭାବେ ଏବିଇଓ ପ୍ରମୋଦ ଚନ୍ଦ୍ର ସେନାପତି ମୁଖ୍ୟ ଅତିଥିଭାବେ ଯୋଗ ଦେବା ସହ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିବା ବେଳେ ଉଭୟ ବିଦ୍ୟାଳୟର ଶିକ୍ଷୟତ୍ରୀ ସବିତା ଦାସ ଗୋଳାବନ୍ଧର ପ୍ରଧାନ ଶିକ୍ଷକ ପ୍ରଭାକର ଦାସ ଅଧକ୍ଷତା କରିଥିଲେ ।ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥିଭାବେ ବୁଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଚନ୍ଦ୍ର ଶେଖର ପୋଲାଇ ଏବଂ ଗୋଳାବନ୍ଧ ସରପଞ୍ଚ ବସନ୍ତ କୁମାର ସାମଲ ,ବେତରାସିଙ୍ଗ ପ୍ରଧାନ ସନ୍ତୋଷ କୁମାର ବେହେରା, ସାଇବାସୁଦେବପୁର ପ୍ରଧାନ ଶିକ୍ଷକ ଜବାହରଲାଲ ନାୟକ ଓ ସିଆରସିସି ରାଜା କିଶୋର ଦାଶ ଯୋଗ ଦେଇଥିଲେ । ଏଥିସହ ଅତିଥି ମାନେ କାର୍ଯ୍ୟକ୍ରମରେ ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ପୋଷାକ ଓ ଜୋତା ବଣ୍ଟନ କରାଯାଇଥିଲା । ଏଥିସହ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟତ୍ରୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ