ପୋଷ୍ୟ ସନ୍ତାନ ଗ୍ରହଣ ସଚେତନତା ରଥକୁ

ଛତ୍ରପୁର, (ଦେବଦତ୍ତ ମହାରଣା) : ଓଡିଶା ରାଜ୍ୟ ଶିଶୁ ସୁରକ୍ଷା ସମିତି, ମହିଳା ଶିଶୁ ବିକାଶ, ମିଶନ ଶକ୍ତି ବିଭାଗ ପକ୍ଷରୁ ପୋଷ୍ୟ ସନ୍ତାନ ସପ୍ତାହ ପାଳନ କରାଯାଉଛି । ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ମଙ୍ଗଳବାର ଏକ ସଚେତନତା ରଥକୁ ଛତ୍ରପୁର ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଶୁଭାରମ୍‌ଭ କରିଛନ୍ତି । ଏହି ରଥ ଆଜି ଠୁ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ସମଗ୍ର ଜିଲ୍ଲା ବୁଲି ପୋଷ୍ୟ ସନ୍ତାନ ଗ୍ରହଣ ପାଇଁ ଲୋକଙ୍କୁ ସଚେତନ କରିବ । ଏଥିପାଇଁ ଯୋଗ୍ୟତା, ପୋଷ୍ୟ ସନ୍ତାନ ସନ୍ତାନ ଗ୍ରହଣ ସମ୍ପର୍କିତ ନିୟମାବଳୀ ଏବଂ ସବିଶେଷ ସୂଚନା. ପୋଷ୍ୟ ସନ୍ତାନ ଗ୍ରହଣ ଲାଗି ଆବଶ୍ୟକୀୟ କାଗଜ ସମ୍ପର୍କିତ ସୂଚନା, ଏଜେନ୍ସି ଗୁଡିକ ରେ ପୋଷ୍ୟ ସନ୍ତାନ ଗ୍ରହଣ ଲାଗି ଉପଲବ୍ଧ ରହିଥିବା ଶିଶୁ ମାନଙ୍କ ସୂଚନା, ଅନଲାଇନ ପଞ୍ଜୀକରଣ ସୂଚନା ଉପରେ କରାଯିବ ବୋଲି ଏହି ରଥ ମାଧ୍ୟମରେ ପ୍ରଚାର କରାଯିବ । ଏହି ରଥ ଦିନକୁ ୩ଟି ବ୍ଲକ ବୁଲିବାର କାର୍ଯ୍ୟକ୍ରମ ରହିଛି । ପୋଷ୍ୟ ସନ୍ତାନ ଗ୍ରହଣ ନିମନ୍ତେ ନିର୍ଦ୍ଧାରିତ ଦେୟ ରହିଛି । ଏହି ନିର୍ଦ୍ଧାରିତ ଦେୟ ବ୍ୟତୀତ ଅନ୍ୟ କୌଣସି ଆର୍ଥିକ କିମ୍ବା ଅଣ ଆର୍ଥିକ ନେଣଦେୟ ସମ୍ପୁର୍ଣ୍ଣ ଭାବେ ବେଆଇନ ଅଟେ ବୋଲି ମଧ୍ୟ ସଚେତନ କରାଯିବ । ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଲୀନା କୁମାରୀ ଖେସ୍‌, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ିସୁରେଖା ସୁନ୍ଦରୀ ମଲ୍ଲିକ, ଅତିରିକ୍ତ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସାଧନ ଚଦ୍ର ଦାଶ, ଜିଲ୍ଲା ମଙ୍ଗଳ ଅଧିକାରୀ ପରିକ୍ଷିତ ଦାସ, ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ପୁଷା ମୁଣ୍ଡା, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁବୋଧ କୁମାର ଷଡଙ୍ଗୀ, ଛତ୍ରପୁର ସିଡିପିଓ କ୍ରିଷ୍ଣା କୁମାରୀ ନନ୍ଦ, ଆକ୍ସନ-ଏଡ ର ଜିଲ୍ଲା ସଂଯୋଜକ ଦେବବ୍ରତ ମାହୁନ୍ତ, ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟର ଶରତ ଚନ୍ଦ୍ର ମହାରଣା, ଶିବ ପ୍ରସାଦ ରଥ, ସୁଶାନ୍ତ କୁମାର ସାହୁ ଓ ସୁଜିତ୍ କୁମାର ସାହୁଙ୍କ ସମେତ ଅନ୍ୟାନ୍ୟ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ । ଜିଲ୍ଲାରେ ଏବେ ସୁଦ୍ଧା ପ୍ରାୟ ୩୦ ଜଣ ଶୀଶୁଙ୍କୁ ପୋଷ୍ୟ ଗ୍ରହଣ କରାଯାଇଥିବା ବିଭାଗ ପକ୍ଷରୁ ସୂଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ