ରନ୍ଧନ ଗ୍ୟାସ ଦର ବୃଦ୍ଧି ବିରୁଦ୍ଧରେ ପ୍ରତିବାଦ ସଭା, ଧାରଣାଓ ସ୍ମାରକ ପତ୍ର ପ୍ରଦାନ

ପୋଲସରା, (ଅନିଲ କୁମାର ମହାରଣା):ରାଜ୍ୟ ବିଜୁ ଜନତା ଦଳର ନିଷ୍ପତ୍ତି ପ୍ରକାରେ ଗଞ୍ଜାମ ଜିଲ୍ଲାର ପୋଲସରା ବ୍ଲକ ଓ ଏନଏସି ବିଜୁ ଜନତା ଦଳ ପକ୍ଷରୁ ପୋଲସରା ବ୍ଲକ ଅଫିସ ସମ୍ମୁଖରେ ରନ୍ଧନ ଗ୍ୟାସ ଦର ବୃଦ୍ଧି ବିରୁଦ୍ଧରେ ନଭେମ୍ବର ୨୪ ତାରିଖ ଦିନ ପ୍ରତିବାଦ ସଭା, ଧାରଣା ଓ ବିଡ଼ିଓଙ୍କ ଜରିଆରେ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ କରାଯାଇଛି। ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଓ ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ହଜାର ହଜାର ନେତା ଓ କର୍ମୀ ବ୍ଲକ ଅଫିସ ସମ୍ମୁଖରେ ଏକତ୍ରିତ ହୋଇଥିଲେ । ରନ୍ଧନ ଗ୍ୟାସ ଦର ବୃଦ୍ଧି ପ୍ରତିବାଦ ସଭାରେ ବକ୍ତାମାନେ ନିଜ ବକ୍ତବ୍ୟରେ କେନ୍ଦ୍ର ସରକାରଙ୍କ ଜନମାରଣା ନୀତି ଯୋଗୁଁ ରନ୍ଧନ ଗ୍ୟାସ ଦର ଦୁଇଗୁଣ ବୃଦ୍ଧି ପାଇଥିବା ପ୍ରକାଶ କରିଥିଲେ। କେନ୍ଦ୍ର ସରକାରଙ୍କ ଉଜ୍ଜଳା ଯୋଜନା ସମ୍ପୂର୍ଣ ଭାବେ ବିଫଳ ହୋଇଥିବା ଦର୍ଶାଇବା ସହ ଗ୍ୟାସ ଦର ବୃଦ୍ଧି ଯୋଗୁଁ ଗରିବ ଲୋକଙ୍କୁ ମିଳିଥିବା ଗ୍ୟାସ ହାଣ୍ଡି ଓ ଚୁଲା ଏବେ ହାତଭାଡ଼ି ଉପରେ ରହି ପୂର୍ବପରି କାଠ ଚୂଳରେ ରୋଷେଇ କରୁଛନ୍ତି ବୋଲି ବକ୍ତବ୍ୟରେ ମତ ପ୍ରଦାନ କରିଥିଲେ। ମଧ୍ୟବିତ୍ତ ପାରିବାରଙ୍କୁ ମଧ୍ୟ ଗ୍ୟାସ ଦର ବୃଦ୍ଧି ହନ୍ତସନ୍ତ କରିସାରିଲାଣି ବୋଲି କହିଥିଲେ। ବ୍ଲକ ଅଫିସ ସମ୍ମୁଖରେ ବିଜେଡି କର୍ମୀ ବୃନ୍ଦ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ନାନା ନାରାବାଜି ଦେବାସହ ହାତରେ ପ୍ଲାକକାର୍ଡ ଧରି ଧାରଣାରେ ବସିଥିଲେ। ରନ୍ଧନ ଗ୍ୟାସ ଦର କମାଇବା ପାଇଁ ମହାମହିମ ରାଷ୍ଟ୍ରପତି ମହୋଦୟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ସ୍ମାରକ ପତ୍ରରେ ଅନୁରୋଧ କରାଯାଇ ପୋଲସରା ବିଡ଼ିଓ ସୁରଞ୍ଜନ କୁମାର ସାହୁଙ୍କ ଜରିଆରେ ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ସାହୁ ଓ ବ୍ଲକ ବିଜେଡି ସଭାପତି ଶ୍ରୀ ପ୍ରଧାନଙ୍କ ସମେତ ବ୍ଲକ ଅଧ୍ୟକ୍ଷ ବଳରାମ ସେଠୀ, ଉପାଧ୍ୟକ୍ଷା ସଂଯୁକ୍ତା ବାଡ଼ତ୍ୟା, ବ୍ଲକ ବିଜେଡି ସମ୍ପାଦକ ଅଶୋକ କୁମାର ବିଷୋୟୀ, ମୋଚିରାମ ସାହୁ, ଏନଏସିର ପ୍ରାକ୍ତନ ନଗରପାଳ ପ୍ରଫୁଲ କୁମାର ପ୍ରଧାନ, ଜିଲ୍ଲା ପରିଷଦ ସଦସ୍ୟ ଜଗନ୍ନାଥ ବେହେରା, ଜିଲ୍ଲା ପରିଷଦ ସଦସ୍ୟା ସସ୍ମିତା ତାରାଇ ଓ ସୁଚିତ୍ରା ବିଷୋୟୀ, ବିଜେଡି ନେତ୍ରୀ ଝୁନୁ ଦାସ, ବିଜୁ ଯୁବ ଜନତା ଦଳ ସଭାପତି ସନ୍ତୋଷ କୁମାର ବେହେରା, ରଞ୍ଜିତ ସାହୁ ଙ୍କ ସମେତ ହଜାର ହଜାର ସଂଖ୍ୟାରେ ବିଜେଡି ସମର୍ଥିତ ଲୋକପ୍ରତିନିଧି ଓ ବିଜେଡି କର୍ମୀଙ୍କ ସମେତ ଛାତ୍ର, ଯୁବ ଓ ମହିଳା ସଂଗଠନ କର୍ମୀ ବୃନ୍ଦ ଯୋଗଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ