ସହରାଅଂଚଳ ସ୍ୱଚ୍ଛତାକୁ ନେଇ ‘ମିସନ୍ ଶୂନ ଜିପିଏସ୍‌’ କର୍ମଶାଳା

ଛତ୍ରପୁର, (ଦେବଦତ୍ତ ମହାରଣା) : ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ମହାନଗର ନିଗମ, ହିଞ୍ଜିଳି ପୌରପାଳିକା ଏବଂ ୧୬ଟି ଏନ୍‌ଏସି ସମେତ ସମୁଦାୟ ୧୮ ଟି ସହର।ଅଂଚଳ ସ୍ୱଚ୍ଛ ପରିମଳ ଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରୟାସ ରହିଛି । ପ୍ରତ୍ୟେକ ସହରରେ ଦୈନିକ ଦିନରାତି ଦୁଇବେଳା ସଫେଇ ଚାଲିଛି । ‘ମିସନ୍ ଶୂନ ଜିପିଏସ୍‌’ ଲକ୍ଷ୍ୟ ନେଇ ପ୍ରତ୍ୟେକ ସହରକୁ ସ୍ୱଚ୍ଛତା ରଖିବା ଲାଗି ସହରାଳ ଅଧିକାରୀ ଓ କର୍ମଚାରୀ କାମ କରୁଛନ୍ତି । ଏହି କ୍ରମରେ ଦେଶର ଶ୍ରେଷ୍ଠ ମଧ୍ୟମ ଧରଣ ସହର ଭାବେ ବ୍ରହ୍ମପୁର ମହାନଗର ନିଗମକୁ ସ୍ୱଚ୍ଛ ସର୍ବେକ୍ଷଣ-୨୦୨୧ ଭାବେ ରାଷ୍ଟ୍ରପତିଙ୍କ ଠାରୁ ପୁରସ୍କୃତ ହୋଇଛି । ବିଗତ ଏକ ବର୍ଷ ଧରି ବ୍ରହ୍ମପୁର ମହାନଗର ନିଗମ ଭଳି ଜିଲ୍ଲାର ବାକି ସହର ଗୁଡିକରେ ମଧ୍ୟ ଏଭଳି କାମ ଚାଲୁ ରହିଛି । ଏଣୁ କେଉଁ ଗ୍ରାଉଣ୍ଡରୁ ଆମେ ପୁରସ୍କୃତ ହୋଇପାରିଲୁ ନାହିଁ । ଏହାକୁ ତର୍ଜମା କରିବା ସହ ସହରକୁ ଆହୁରୀ ଚକାଚକ୍ କରିବା ଦିଗରେ କାମ କରିବାକୁ ହେବ । ଏଥିପାଇଁ ସହରାଳର ଅଧିକାରୀ ଓ କର୍ମଚାରୀମାନେ ତତ୍ପରତା ହେବା ସହ ସହରର ପରିମଳ ସ୍ୱଚ୍ଛତା ଦିଗରେ ପ୍ରତି ସମୟରେ ତଦାରଖ କରିବାକୁ ହେବ । ଯଦି କୌଣସି ଅଧିକାରୀ ଏଦିଗରେ କାମ କରିବାରେ ସଙ୍କୋଚ କରୁଛନ୍ତି ତେବେ ସେମାନେ ଜିଲ୍ଲା ଛାଡି ଚାଲି ଯିବାକୁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ କଡା ଚରମବାଣୀ ଶୁଣାଇଛନ୍ତି । ସ୍ଥାନୀୟ ଜିଲ୍ଲା ପରିଷଦ ଭବନ ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ‘ମିସନ୍ ଶୂନ ଜିପିଏସ୍‌’କର୍ମଶାଳାରେ ଗଞ୍ଜାମ ଜିଲ୍ଲାପାଳ ଅଧ୍ୟକ୍ଷତା କରି ସବୁ ସହରର ସୌନ୍ଦର୍ଯ୍ୟକରଣକୁ ଅଧିକ ଗୁରୁତ୍ୱ ଦିଆଯିବ । ସହରର ସଫାସୁତରା ଠାରୁ ଆରମ୍ଭ କରି ସ୍ମାର୍ଟ ପାର୍କ, ସ୍ମାର୍ଟ ରାସ୍ତା, ସ୍ମାର୍ଟ ଶ୍ମଶାନ ଏବଂ ବିଭିନ୍ନ ବିକାଶ ମୂଳକ କାମ ଜାରି ରହିଛି । ଏହି କ୍ରମରେ ‘ସଫା’ ଆପ୍ ମାଧ୍ୟମରେ ସହରାଳ ଅଧିକାରୀ ତଦାରଖ କରିବାକୁ ହେବ । ବିଭିନ୍ନ ୱାର୍ଡର ସମସ୍ୟା ଗୁଡିକୁ ତୁରନ୍ତ ସମାଧାନ ଦିଗରେ ପଦକ୍ଷେପ ନିଆଯିବ । ସପ୍ତାହର ପ୍ରତ୍ୟେକ ସୋମବାର ଦିନ ସହରର ଥିବା ପୋଖରୀ ଗୁଡିକୁ ସଫାସୁତରା କରାଯିବ । ସ୍ୱଚ୍ଛତା ଉପରେ ସହରବାସୀଙ୍କୁ ପ୍ରତ୍ୟେକ ସମୟରେ ସଚେତନତା କରାଯିବ । ସହରରେ ବୁଲୁ ଥିବା ଗାଇଗୋରୁଙ୍କୁ ଉଠାଇବା କାର୍ଯ୍ୟକୁ ଜୋରଦାର କରାଯିବ । ସେମାନଙ୍କୁ ରଖିବା ପାଇଁ ପ୍ରତି ସହରରେ ଜାଗା ଚିହ୍ନଟ କରିବା ପାଇଁ କୁହାଯାଇଛି । ୱାର୍ଡ କମିଟ ବୈଠକ ନିୟମିତ ଭାବେ କରାଯାଇ ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହେବ । ସହରର ସମସ୍ତ ସୌନ୍ଦର୍ଯ୍ୟୀକରଣ ସ୍ଥାନ ଗୁଡିକ ସଫାସୁତାର ରହିବ । ସହରର ମଧ୍ୟରେ ଥିବା କୌଣସି ଗଛରେ କା କିମ୍ବା ବିଜ୍ଞାପନ ସମ୍ବନ୍ଧୀୟ ବୋର୍ଡ ଲଗାଯିବ ନାହିଁ । ସେହିପରି ସହର ଗୁଡିକରେ ଚାଲିଥିବା ସମସ୍ତ ଉନ୍ନୟନ ପ୍ରକଳ୍ପ କାମ ଗୁଡିକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ସମ୍ପନ୍ନ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଏହି କର୍ମଶାଳାରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଧେ ଦାତ୍ରେୟ ଭାଉସାହେବ, ଅତିରିକ୍ତ ଜିଲ୍ଲାପାଳ ଲିନା କୁମାରୀ ଖେସ. ଜିଲ୍ଲା ନଗର ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସଚ୍ଚିଦାନନ୍ଦ ନାୟକ ଏବଂ ସମସ୍ତ ସହରାଳର କାର୍ଯ୍ୟ ନିର୍ବାହୀ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ