ରନ୍ଧନ ଗ୍ୟାସ ଦର କମ କରିବା ପାଇଁ ବିଜେଡ଼ିର ଧାରଣା

ବୁଗୁଡା, (ଅନିଲ କୁମାର ମହାରଣା):ହାଣ୍ଡିଶାଳ ଉପରେ କେନ୍ଦ୍ର ସରକାରଙ୍କ ପ୍ରହାର। ରନ୍ଧନ ଗ୍ୟାସ ଦରର ଆକାଶ ଛୁଆଁ ବୃଦ୍ଧି। ଗ୍ୟାସ ଡର ୨୦୧୬-୧୭ ରେ ୧୪.୨ ସିଲିଣ୍ଡରର ଦାମ ୫୪୯.୬୯ ଟଙ୍କା ଥିବା ବେଳେ ବର୍ତ୍ତମାନ ସେହି ସିଲିଣ୍ଡରର ଦାମ ବୃଦ୍ଧି ପାଇ ୯୨୬ ଟଙ୍କାରେ ପହଞ୍ଚିଲାଣି। ଏଲ.ପି.ଜି.ଗ୍ୟାସ ଦର କେନ୍ଦ୍ର ସରକାର ତୁରନ୍ତ କମାଇବାକୁ ଦାବି କରି ରାଜ୍ୟ ବିଜୁ ଜନତା ଦଳର ନିଷ୍ପତ୍ତି ପ୍ରକାରେ ଗଞ୍ଜାମ ଜିଲ୍ଲାର ବୁଗୁଡା ବ୍ଲକ ଓ ଏନଏସି ବିଜୁ ଜନତା ଦଳ ପକ୍ଷରୁ ବୁଗୁଡା ବ୍ଲକ ଅଫିସ ସମ୍ମୁଖରେ ନଭେମ୍ବର ୨୪ ତାରିଖ ଦିନ ପ୍ରତିବାଦ ସଭା, ଧାରଣା ଓ ସ୍ମାରକ ପତ୍ର ପ୍ରଦାନ କରାଯାଇଛି। ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଓ ବ୍ଲକ ବିଜେଡି ସଭାପତି ମଦନ ଗୋପାଳ ଦୋରାଙ୍କ ନେତୃତ୍ୱରେ ହଜାର ହଜାର ବିଜେଡ଼ି ନେତା ଓ କର୍ମୀ ବୁଗୁଡା ବ୍ଲକ ଅଫିସ ସମ୍ମୁଖରେ ଧାରଣାରେ ବସିଥିଲେ । ରନ୍ଧନ ଗ୍ୟାସ ଦର ବୃଦ୍ଧି ପ୍ରତିବାଦ ସଭାରେ ବକ୍ତାମାନେ ନିଜ ବକ୍ତବ୍ୟରେ କେନ୍ଦ୍ର ସରକାରଙ୍କ ରନ୍ଧନ ଗ୍ୟାସ ଦର ବୃଦ୍ଧି ହାଣ୍ଡିଶାଳ ଉପରେ ପ୍ରଭାବ ପାକାଇଥିବା ପ୍ରକାଶ କରିଥିଲେ। ରନ୍ଧନ ଗ୍ୟାସ ବୃଦ୍ଧି ଯୋଗୁଁ କେନ୍ଦ୍ର ସରକାରଙ୍କ ଉଜ୍ଜଳା ଯୋଜନା ସମ୍ପୂର୍ଣ ଭାବେ ବିଫଳ ହୋଇଥିବା ଦର୍ଶାଇ ଗରିବ ଲୋକଙ୍କୁ ମିଳିଥିବା ଗ୍ୟାସ ହାଣ୍ଡି ଓ ଚୁଲା ଏବେ ଭାଡ଼ି ଉପରେ ରହି ପୂର୍ବପରି କାଠ ଚୂଳରେ ରୋଷେଇ କରୁଛନ୍ତି ବୋଲି ମତ ପ୍ରଦାନ କରିଥିଲେ। ସମସ୍ତ ଜନସାଧାରଣଙ୍କୁ ମଧ୍ୟ ଗ୍ୟାସ ଦର ବୃଦ୍ଧି ହନ୍ତସନ୍ତ କରିସାରିଲାଣି ବୋଲି କହିଥିଲେ। ବ୍ଲକ ଅଫିସ ସମ୍ମୁଖରେ ବିଜେଡି କର୍ମୀ ବୃନ୍ଦ କେନ୍ଦ୍ର ସରକାରଙ୍କ ରନ୍ଧନ ଗ୍ୟାସ ତୁରନ୍ତ କମାଇବା ପାଇଁ ହାତରେ ପ୍ଲାକକାର୍ଡ ଧରି ଧାରଣାରେ ବସିଥିଲେ। ରନ୍ଧନ ଗ୍ୟାସ ଦର କମାଇବା ପାଇଁ ମହାମହିମ ରାଷ୍ଟ୍ରପତି ମହୋଦୟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରାଯାଇ ବୁଗୁଡା ବିଡ଼ିଓ ତନ୍ମୟ ପାତ୍ରଙ୍କ ଜରିଆରେ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ସାହୁ ଓ ବ୍ଲକ ବିଜେଡି ସଭାପତି ଶ୍ରୀ ଦୋରାଙ୍କ ସମେତ ବ୍ଲକ ଅଧ୍ୟକ୍ଷା ମାମୀ ସେନାପତି, ଉପାଧ୍ୟକ୍ଷ ଟୁକୁନା ସ୍ବାଇଁ, ଜିଲ୍ଲା ପରିଷଦ ସଦସ୍ୟ ରେବତୀ ମୋହନ ନାୟକ ଓ ଅଶୋକ କୁମାର ସେଠୀ, ଜିଲ୍ଲା ପରିଷଦ ସଦସ୍ୟା ଭୁବନେଶ୍ୱର ଖଟରେଇ, ବିଧାୟକଙ୍କ ପ୍ରତିନିଧି କିଶୋର ଚନ୍ଦ୍ର ବେହେରା, ସାଂସଦ ପ୍ରତିନିଧି କବିରାଜ ଗୌଡ଼, ବିଜେଡି ଜିଲ୍ଲା ସମ୍ପାଦକ ସୁଧାଂଶୁ ଶେଖର ପାଢ଼ୀ, ଗୋଲିଆ,ମାଣିତରା ଓ ଅନ୍ତରପଡା ସରପଞ୍ଚଙ୍କ ପ୍ରତିନିଧି ମାନସ ପ୍ରଧାନ, ବବୁଲ ନାୟକ, ଓ ସନ୍ତୋଷ କୁମାର ଭୋଳ, ସରପଞ୍ଚ ଧୋବା ପ୍ରଧାନ, ସୁଶାନ୍ତ ଆପଟ, ବସନ୍ତ ସାମଲ, ସୂର୍ଯ୍ୟମଣି ଗୌଡ଼ ପ୍ରମୁଖ, କୃଷ୍ଣ ରା, ବିବେକାନନ୍ଦ ବାରିକ, ଖଦାଳ ଖଟେଇ, ବୁଗୁଡା ଏନଏସି ପ୍ରାକ୍ତନ ଉପନଗରପାଳ ଚିତ୍ରସେନ ପ୍ରଧାନ, କେ ତ୍ରିଲୋଚନ ଦୋରା ପ୍ରମୁଖଙ୍କ ସମେତ ହଜାର ହଜାର ସଂଖ୍ୟାରେ ବିଜେଡି ସମର୍ଥିତ ଲୋକପ୍ରତିନିଧି ଓ ବିଜେଡି କର୍ମୀଙ୍କ ସମେତ ଛାତ୍ର, ଯୁବ ଓ ମହିଳା ସଂଗଠନ କର୍ମୀ ବୃନ୍ଦ ଯୋଗଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ