ପାରଳା ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତରଫରୁ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ପାରଳାଖେମୁଣ୍ଡି ଠାରେ ଥିବା ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତରଫରୁ ନୂତନ ଭୋଟରଙ୍କ ନାମ ପଞ୍ଜିକରଣର ସଚେତନତା ପାଇଁ ଏକ ରାଲି ଆଜି ଅନୁଷ୍ଠିତ ହୋଇଯାଇଛି । ଗଜପତି ଜିଲ୍ଲାର ଉପ-ଜିଲ୍ଲାପାଳ ଦିଲିପ କୁମାର ମହାରଣା ଏବଂ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷା ଅମ୍ବିକା ଦେବୀ ମିଳିତ ଭାବେ ଏହି ର୍ୟାଲିର ଶୁଭାରମ୍ଭ କରିଥିଲେ । ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ ଆରମ୍ଭ ହୋଇଥିବା ଏହି ସଚେତନତା ରାଲି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରାସ୍ତା ଦେଇ ପାରଳାଖେମୁଣ୍ଡି ସହର ପରିକ୍ରମା କରି ନୂତନ ଭୋଟରଙ୍କ ନାମ ପଞ୍ଜିକରଣର ସଚେତନତା ପାଇଁ ଛାତ୍ରୀମାନେ ପ୍ଲାକାର୍ଡ ଧରି ଭୋଟରଙ୍କୁ ସଚେତନତା ପାଇଁ ସ୍ଲୋଗାନ ଦ୍ୱାରା ଆହ୍ୱାନ ଜଣାଇଥିଲେ । ଏହି କର୍ଯ୍ୟକ୍ରମରେ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଏନଏସଏସ ଅଧ୍ୟାପକ ଡ.ନୃସିଂହ ପ୍ରସାଦ ପାଣିଗ୍ରାହୀ, ରେଡକ୍ରସ ଅଧିକାରିଣୀ ସଂଜୁକ୍ତା ପାତ୍ର ପରିଚାଳନା କରିଥିବା ବେଳେ ଏନସିସି ଅଧ୍ୟାପିକା ଅନିତା ପାତ୍ରୀ, କ୍ରିଡା ଶିକ୍ଷୟତ୍ରୀ ବିଜୟ ଲକ୍ଷ୍ମୀ ପଣ୍ଡା, ପ୍ରଧ୍ୟାପିକା ଡ.ମନସ୍ୱନୀ ଦାସ ଏବଂ ସମସ୍ତ କର୍ମଚାରୀ ପ୍ରମୁଖ ଛାତ୍ରୀମାନଙ୍କ ସହ ଭାଗ ନେଇ ଭୋଟର ହେବା ଦେଶ ଗଢିବା, ଭୋଟ ଦେବା ମୌଳିକ ଅଧିକାର ଆଦି ସ୍ଲୋଗାନ ଦେଇ ପାରଳା ସହର ପରିକ୍ରମା କରି ସାଧାରଣଙ୍କୁ ସଚେତନ କରିଥିଲେ ।


