ଅଭିନେତ୍ରୀ କଙ୍ଗନାଙ୍କ ଅଶାଳୀନ ମନ୍ତବ୍ୟକୁ ଦୃଢ଼ ବିରୋଧ ଓ ପ୍ରତିବାଦ ଜଣାଇଲେ ଉତରାଧିକାରୀ ସଂଯୁକ୍ତ ସଂଗଠନ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଅଭିନେତ୍ରୀ କଙ୍ଗନା ରାଣାୱତଙ୍କର ଅଶାଳୀନ ଓ ବିବାଦୀୟ ମନ୍ତବ୍ୟକୁ ଦୃଢ଼ ବିରୋଧ ଓ ପ୍ରତିବାଦ ଜଣାଇଲେ ଅଖିଳ ଭାରତୀୟ ସ୍ୱତନ୍ତ୍ରତା ସେନାନୀ ଓ ଉତ୍ତରାଧିକରୀ ସଂଯୁକ୍ତ ସଂଗଠନ । ଏହି ପରିପ୍ରେକ୍ଷୀରେ କଙ୍ଗନାଙ୍କ ମନ୍ତବ୍ୟ ଥିଲା ଦେଶ ସ୍ୱାଧୀନତା ଭିକରେ ମିଳିଛି ଏବଂ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଅଶାଳୀନ ମନ୍ତବ୍ୟ । ଏହାର ପ୍ରତିବାଦ ସ୍ୱରୂପ ୟୁନିଟ-୩ସ୍ଥିତ ଭାରତ ସ୍କାଉଟ ଗାଇଡ ସମ୍ମୁଖ ଫାଟକ ପାଖରେ ତାଙ୍କୁ ବିରୋଧ କରିବା ସହିତ ଏକ ଶୋଭାଯାତ୍ରା ରାଲି ଆୟୋଜନ କରାଯାଇଥିଲା । ଏଥିରେ ଉକ୍ତ ରାଲିକୁ ସମ୍ବୋଧନ କରି ଉତ୍ତରାଧିକାରୀ ସଂଯୁକ୍ତ ସଂଗଠନ ଓଡ଼ିଶା ଶାଖାର ମୁଖ୍ୟ ସଂଯୋଜକ ସମାଜସେବୀ ଶିବନାରାୟଣ ମିଶ୍ର ମତବ୍ୟକ୍ତ କରିଥିଲେ ଯେ ସ୍ୱାଧୀନତା ସଂଗ୍ରାମୀ ଓ ମହାପୁୁରୁଷମାନେ ବହୁ କଷ୍ଟ କରି ଆମକୁ ସ୍ୱାଧୀନତା ପ୍ରଦାନ କରିଛନ୍ତି । ୧୦ ହଜାର ସ୍ୱାକ୍ଷର ସଂଗ୍ରହ କରାଯାଇ ଅଯୋଗ୍ୟ କଙ୍ଗନାଙ୍କର ପଦ୍ମଶ୍ରୀ ଫେରାଇ ଆଣିବା ପାଇଁ ମହାମହିମ ରାଷ୍ଟ୍ରପତିଙ୍କୁ ଆବେଦନ କରାଯିବା ସହିତ ବିହିତ ପଦକ୍ଷେପ ଗ୍ରହଣ କରାଯିବା ସହିତ ଉଚ୍ଚନ୍ୟାୟାଳୟରେ ଆବେଦନ କରାଯିବ ।କଙ୍ଗନାଙ୍କ ଉକ୍ତ ମନ୍ତବ୍ୟ ସମସ୍ତ ସ୍ୱାଧୀନତା ସଂଗ୍ରାମୀ ତଥା ତାଙ୍କ ଉତ୍ତରଦାୟାଦମାନଙ୍କୁ ଘୋର ଅପମାନ ଦେଇଛି ବୋଲି କହିଥିଲେ । ଗାନ୍ଧିଙ୍କ ଶାନ୍ତି, ଅଂହିସାର ଆଜିବି ପ୍ରାସଙ୍ଗିକତା ରହିଛି ବୋଲି ମତବ୍ୟକ୍ତ କରିବା ସହିତ ବିଭିନ୍ନ ଜିଲ୍ଳାରୁ ଆସିଥିବା ସ୍ୱାଧୀନତା ସଂଗ୍ରାମୀ ଉତ୍ତରଦାୟାଦମାନେ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ମୁଖପାତ୍ର ଅରବିନ୍ଦ ତ୍ରିପାଠୀ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ