“ମୁକ୍ତା” ଯୋଜନାରେ ୩.୯୨ କୋଟି ଟଙ୍କା

ବୁଗୁଡ଼ା, (ଅନିଲ କୁମାର ମହାରଣା) : ରାଜ୍ୟ ସରକାର “ମୁକ୍ତ” ଯୋଜନା ମାଧ୍ୟମରେ ସହରାଞ୍ଚଳର ବିକାଶ ପାଇଁ ପଦକ୍ଷେପ ଗ୍ରହଣ କରିଛନ୍ତି । ସେହି ପ୍ରରିପେକ୍ଷିରେ ଗଞ୍ଜାମ ଜିଲ୍ଲାର ପୋଲସରା ବିଜ୍ଞାପିତ ଅଞ୍ଚଳ ପରିଷଦର ୧୦୯ ଗୋଟି ପ୍ରକଳ୍ପ ପାଇଁ ରାଜ୍ୟ ସରକାର ମୁକ୍ତା ଯୋଜନାରେ ୩ କୋଟି ୯୨ ଲକ୍ଷ ଟଙ୍କା ମଞ୍ଜୁରୀ କରିଛନ୍ତି । ନଭେମ୍ବର ୧୭ ତାରିଖ ଦିନ ବିଧାୟକ ଶ୍ରୀକାନ୍ତ ସାହୁ, ନିର୍ବାହୀଅଧିକାରୀ ପ୍ରଶନ କୁମାର ଦାଶ ଓ ସହରର ବିଶିଷ୍ଟ ବ୍ୟକ୍ତି ବୃନ୍ଦ ଛତ୍ରପୁର ଯାଇ ଜିଲ୍ଲାପାଳଙ୍କ ସଭା ଗୃହରେ ଫାଇଭି ଟି ସଚିବ ଭି. କେ. ପାଣ୍ଡିଆନଙ୍କ ସହ ଭିଡିଓ କନ୍ଫରେନ୍ସ ମାଧ୍ୟମରେ ବିଭିନ୍ନ ପ୍ରକଳ୍ପ ପାଇଁ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଙ୍କ ଉପସ୍ଥିତିରେ ପ୍ରସ୍ତାବ ଦେଇଥିଲେ । ସେହି ପ୍ରସ୍ତାବ ପ୍ରକାରେ ରାଜ୍ୟ ସରକାର ପୋଲସରା ସହରର ଉନ୍ନତି ପାଇଁ ୩ କୋଟି ୯୨ ଲକ୍ଷ ଟଙ୍କା ମଞ୍ଜୁରୀ କରିଥିବା ଯୋଗୁଁ ନଭେମ୍ବର ୨୭ ତାରିଖ ଦିନ ପୋଲସରା ମାତୃଶକ୍ତି କଲ୍ୟାଣ ମଣ୍ଡପ ପରିସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଶୁଭେଚ୍ଛା ଓ କୃତଜ୍ଞତା ଜଣାଇବା ପାଇଁ ସହରବାସୀଙ୍କ ପକ୍ଷରୁ ଏକ ସଭାର ଆୟୋଜନ କରାଯାଇଥିଲା । ଏହି ସଭାରେ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ, ପୂର୍ବତନ ନଗରପାଳ ପ୍ରଫୁଲ ପ୍ରଧାନ, ସାଂସଦ ପ୍ରତିନିଧି ମୋଚିରାମ ସାହୁ, ନଗର ବିଜେଡି ସଭାପତି ରଞ୍ଜିତ କୁମାର ସାହୁ, ନଗର ଯୁବ ବିଜେଡି ସଭାପତି ସନ୍ତୋଷ କୁମାର ବେହେରା, ଭଗବାନ ସାହୁ ଓ ଗୋପାଳ କୃଷ୍ଣ ସାହାଣୀ ପ୍ରମୁଖ ମଞ୍ଚାସୀନ ଥିଲେ । ଏହି ସଭାରେ ସହରର ବହୁ ବୁଦ୍ଧିଜୀବୀ ଓ ଗଣମାଧ୍ୟମ ପ୍ରତିନିଧି ବୃନ୍ଦ ଯୋଗଦେଇଥିଲେ । ରାଜ୍ୟ ସରକାର ପୋଲସରା ସହରର ଉନ୍ନତି ପାଇଁ ୧୦୯ ଗୋଟି ପ୍ରକଳ୍ପର ନିର୍ମାଣ ଓ ଉନ୍ନତିକରଣ ପାଇଁ ୩.୯୨ କୋଟି ଟଙ୍କା ମଞ୍ଜୁରୀ କରିଥିବା ଯୋଗୁଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହୋଦୟଙ୍କୁ ପୋଲସରା ସହର ପକ୍ଷରୁ ଶୁଭେଚ୍ଛା ଜଣେଇବା ସହ କୃତଜ୍ଞତା ପ୍ରକାଶ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ