କେନ୍ଦ୍ରାପଡା ନବୋଦୟ ବିଦ୍ୟାଳୟ ପୁରାତନ ଛାତ୍ର ସଂସଦର

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ଜବାହର ନବୋଦୟ ବିଦ୍ୟାଳୟ ପୁରାତନ ଛାତ୍ର ସଂସଦର ବାର୍ଷିକ ଉତ୍ସବ ବିଦ୍ୟାଳୟ ପରିସରରେ ରବିବାର ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ କେନ୍ଦ୍ରାପଡା ନବୋଦୟ ବିଦ୍ୟାଳୟ ପୁରାତନ ଛାତ୍ର ସଂସଦ ସଭାପତି ରାକେଶ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ରାମକୃଷ୍ଣ ସିଆଳ, ଓଡିଶା ନବୋଦୟ ବିଦ୍ୟାଳୟ ଆଲୁମିନି ସଙ୍ଘର ସଭାପତି ସଞ୍ଜୟ ନାୟକ, ଯୁଗ୍ମ ସମ୍ପାଦକ ଅନିଲ କୁମାର ମିଶ୍ର, ଆଲୁମିନି ଅଧିକାରୀ ଭୁବନେଶ ବର୍ମା ଓ କେନ୍ଦ୍ରାପଡା ନବୋଦୟ ବିଦ୍ୟାଳୟର ପ୍ରଥମ ବ୍ୟାଚ ଆଲୁମିନି ପିଙ୍କୁଇନ ସାମନ୍ତରାୟ ପ୍ରମୁଖ ଯୋଗଦେଇ ଓଡିଶାର ୩୧ଟି ନବୋଦୟ ବିଦ୍ୟାଳୟକୁ ଗୋଟିଏ ରଜୁରେ ବାନ୍ଧି ରଖିବା ଓ ପୁରାତନ ଛାତ୍ରଛାତ୍ରୀମାନଙ୍କୁ ଏକାଠି କରିବା ଉଦେଶ୍ୟରେ ଏଭଳି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ପୁରାତନ ଛାତ୍ରଛାତ୍ରୀମାନେ ଯୋଗଦେଇ ନିଜ ନିଜର ପୁରୁଣା ଅତିତର ସ୍ମୃତିକୁ ରୋମନ୍ଥନ କରିଥିଲେ । ଏହି ଅବସରରେ ପୁରାତନ ଛାତ୍ରସଂସଦ ପକ୍ଷରୁ ପ୍ଲାଷ୍ଟିକ ଜିନିଷର ବ୍ୟବହାରକୁ ପରିତ୍ୟାଗ କରିବା ପାଇଁ ଏକ ସଚେତନତା ଶୋଭାଯାତ୍ରା ବିଦ୍ୟାଳୟ ପରିସରରୁ ବାହାରି ବାରୋ ଗ୍ରାମ ପର୍ଯ୍ୟନ୍ତ ଯାଇ ଲୋକମାନଙ୍କୁ ସଚେତନ କରାଇଥିଲେ । ବିଦ୍ୟାଳୟ ପରିସରରେ ଫଳ ବୃକ୍ଷର ଚାରା ରୋପଣ କରାଯାଇଥିଲା ଓ ବିଦ୍ୟାଳୟର ବର୍ତ୍ତମାନର ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ଭବିଷ୍ୟତ ସ୍ୱୟଂ ସମ୍ପୂର୍ଣ୍ଣ ଭାବେ ଗଢି ତୋଳିବା ପାଇଁ ବହୁ ମୂଲ୍ୟବାନ ପରାମର୍ଶ ପ୍ରଦାନ କରାଯାଇଥିଲା । ଏହି ଅବସରରେ କେନ୍ଦ୍ରାପଡା ନବୋଦୟ ବିଦ୍ୟାଳୟର ପୂର୍ବତନ ଶିକ୍ଷକ ଅଚ୍ୟୁତାନନ୍ଦ ରାଉତ, ଫକିର ଚରଣ ନାୟକ, ପୃଥୀରାଜ ପଣ୍ଡା ଓ ଅଜିତ କୁମାର ପଣ୍ଡା ପ୍ରମୁଖଙ୍କୁ ପୁଷ୍ପଗୁଛ ଏବଂ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ପୁରାତନ ଛାତ୍ର ବିଶ୍ୱ ବିଜୟୀ ପରିଡା, ଆଶାଭାନୁ ସ୍ୱାଇଁ, ତପନ ପଟ୍ଟନାୟକ, ଅହମ୍ମଦ ରାଜାଖାନ, ସାଇ ପ୍ରସାଦ ଦାସ, ରାହୁଲ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଶିକ୍ଷକ ଡି.କେ. ବାରିକ ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ