ଭାସମାନ ହାଟ

କାଶ୍ମୀର ନିଜର ସୁନ୍ଦରତା ପାଇଁ ଦୁନିଆରେ ବେଶ୍ ଚର୍ଚ୍ଚିତ । ଏହା ଏପରି ସୌନ୍ଦର୍ଯ୍ୟପୂର୍ଣ୍ଣସ୍ଥଳୀ ଯେ ଆପଣ ବୁଲିବାକୁ ଗଲେ ନଜର ହଟିବ ନାହିଁ । ଏଭଳି କିଛି ଦେଖିବାକୁ ସୁନ୍ଦର ଡଲ ହ୍ରଦ । ଏହି ହ୍ରଦରେ ଲାଗିଥିବା ବଜାର ଦୁନିଆର ଲୋକଙ୍କୁ ନିଜ ଆଡକୁ ଆକର୍ଷିତ କରେ । ଏହି ହ୍ରଦ ମଧ୍ୟରେ ଏକ ଭାସମାନ ପରିବା ବଜାର ରହିଛି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଏହି ପରିବା ବଜାରରୁ ପରିବା କିଣିବା ପାଇଁ ଲୋକମାନେ ନୌକାରେ ବସିଆସନ୍ତି । ଡାଲ ହ୍ରଦର ଏହି ପରିବା ବଜାର ସକାଳୁ ସକାଳୁ ଖୋଲାଯାଏ । ପାଖିପାଖି ୨ରୁ ୩ ଘଣ୍ଟା ପର୍ଯ୍ୟନ୍ତ ହାଟ ବସେ । ତେବେ ଘାଟିରୁ ଧାରା ୩୭୦ ଉଚ୍ଛେଦ ପରେ ଏବେ ସେଠାକାର ସ୍ଥିତି ସାମାନ୍ୟ ହୋଇଥିବା ଦେଖାଯାଇଛି । ସେହି ସମୟରେ ସରକାର ଦାବି କରିଛନ୍ତି ଯେ, ବିଦ୍ୟାଳୟଗୁଡିକରେ ଶିକ୍ଷକ ଓ ସରକାରୀ କାର୍ଯ୍ୟାଳୟଗୁଡିକରେ କର୍ମଚାରୀଙ୍କ ଉପସ୍ଥିତି ସ୍ୱାଭାବିକ ହୋଇଛି । ତେଣୁ କୌଣସି ପ୍ରକାର ଅପପ୍ରଚାର ଉପରେ ଧ୍ୟାନ ନଦେବାକୁ ସରକାର ଅପିଲ କରିଛନ୍ତି । ସେହି ସମୟରେ କାଶ୍ମୀରରେ ଏକ ମାସ ଧରି ପ୍ରତିବନ୍ଧକ ଲାଗିଥିବା କାରଣରୁ ବ୍ୟାପାର ଓ ଉଦ୍ୟୋଗ ପ୍ରଭାବିତ ହୋଇଥିବା ଦେଖାଯାଇଛି । ଟ୍ରେଡର୍ସ ଫେଡେରେସନ ବେୟର ହାଉସ ନେହରୁ ମାର୍କେଟର ମହାସଚିବ ଦୀପକ ଗୁପ୍ତା କହିଛନ୍ତି ଯେ, ଜାମ୍ମୁ କାଶ୍ମୀରର ସ୍ଥିତି ଏବେ ନିୟନ୍ତ୍ରଣରେ ରହିଛି । ସରକାରଙ୍କ ଦ୍ୱାରା ନିଆଯାଇଥିବା ପଦକ୍ଷେପ ସମ୍ପୂର୍ଣ୍ଣ ଭାବରେ ଠିକ୍ । କିନ୍ତୁ ପ୍ରତିବନ୍ଧକ ଲାଗିଥିବା କାରଣରୁ ଜାମ୍ମୁର ବ୍ୟାପାର ଉପରେ ଏହାର ଅଳ୍ପ ପ୍ରଭାବ ପଡ଼ିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ