ମୟୁରଭଞ୍ଜ ବନ୍ଦ ଡାକରା,କରଞ୍ଜିଆ ରେ ଆଂଶିକ ପ୍ରଭାବ
କରଞ୍ଜିଆ, (ଯୁଗାବ୍ଦ ନ୍ୟୁଜ):ସାନ୍ତାଳୀ, ମୁଣ୍ଡାରୀ, ହୋ ଭାଷାକୁ ଓଡ଼ିଶାର ଦ୍ବିତୀୟ ରାଜ୍ୟ ଭାଷା ମାନ୍ୟତା ସହିତ ସାନ୍ତାଳୀ କୁ ଭାଷାଗତ ସଂଖ୍ୟା ଲଘୁ ମାନ୍ୟତା ଏବଂ ମୁଣ୍ଡାରୀ, ଭୂମିଜ ଓ ହୋ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସାମିଲ କରିବା ପାଇଁ ମୟୂରଭଞ୍ଜ ଆଦିବାସୀ ଛାତ୍ର ସଂଗଠନ ”ମାସା ଆର୍ମି” ପକ୍ଷରୁ ଆଜି ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ ପାଳନ କରାଯାଇଛି । ସାନ୍ତାଳୀ, ମୁଣ୍ଡାରୀ, ହୋ ଭାଷାକୁ ଓଡ଼ିଶାର ଦ୍ବିତୀୟ ରାଜ୍ୟ ଭାଷା ମାନ୍ୟତା ଦାବିରେ ମୟୂରଭଞ୍ଜ ବନ୍ଦ ପାଳନ କରିଛି ଆଦିବାସୀ ଛାତ୍ର ସଂଗଠନ ”ମାସା ଆର୍ମି”।ଏସବୁ ଭାଷା ଗୁଡିକୁ ରାଜ୍ୟ ଭାଷା ମାନ୍ୟତା ସହିତ ସାନ୍ତାଳୀକୁ ଭାଷାଗତ ସଂଖ୍ୟା ଲଘୁ ମାନ୍ୟତା ମିଳୁ। ଏବଂ ମୁଣ୍ଡାରୀ, ଭୂମିଜ ଓ ହୋ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସାମିଲ କରାଯାଉ ବୋଲି ମଧ୍ୟ ଏହି ଆଦିବାସୀ ଛାତ୍ର ସଂଗଠନ ପକ୍ଷରୁ ଦାବି କରାଯାଇ ୧୨ଘଣ୍ଟିଆ ମୟୂରଭଞ୍ଜ ବନ୍ଦ ପାଳନ କରାଯାଇଛି ।ଏହାକୁ ମୟୂରଭଞ୍ଜ ଆଦିବାସୀ ହୋ ସମାଜ,ବିର୍ସା ମୁଣ୍ଡା ସେବା ସମିତି, ଭଞ୍ଜସେନା ସହିତ ଆଉ କିଛି ସଂଗଠନ ମଧ୍ୟ ସମର୍ଥନ ଜଣାଇଥିଲେ ।ତେବେ କରଞ୍ଜିଆ ରେ ଏହାର ପ୍ରଭାବ ଆଂଶିକ ରହିଥିଲା । ଏଠାରେ ସମସ୍ତ ଦୋକାନ ବଜାର ସରକାରୀ ବେସରକାରୀ କାଯ୍ୟଳୟ ଖୋଲା ଥିବା ବେଳେ ଗାଡି ମୋଟର ମଧ୍ୟ ଚାଲୁ ରହିଥିଲା । ଏଠାକାର ମାସା ସଂଘଠନ ଓ ମୟୁରଭଞ ଆଦିବାସୀ ହୋ ସମାଜ କମିଟି ପକ୍ଷରୁ ଶାନ୍ତିପୂର୍ଣ୍ଣ ଭାବେ ସହର ପରିକ୍ରମା କରି ନିଜର ଦାବି ପୁରଣ ନିମନ୍ତେ ସ୍ଲୋଗାନ ମାନ ଦେଇ ଉପଜିଲ୍ଲାପାଳ କାର୍ଯ୍ୟାଳୟ ପାଖରେ ପହଂଚି ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟ ରେ ଉପଜିଲ୍ଲାପାଳଙ୍କ ଅନୁପସ୍ଥିତି ରେ କାର୍ଯ୍ୟାଳୟର ହେଡ଼ କ୍ଲୋର୍କ ଙ୍କୁ ଉପରୋକ୍ତ ଦାବି ନେଇ ଏକ ଦାବି ପତ୍ର ପ୍ରଦାନ କରାଯାଇଥିଲା । ଏହି ଆନ୍ଦାଳନ ରେ ମାସା ପକ୍ଷରୁ ମାସା ର ସଭାପତି ରଘୁନାଥ ସୋରେନ,ସମ୍ପାଦକ ରାଜେଶ୍ୱରୀ ନାଏକ,ଉପ ସଭାପତି ରାମ ଚନ୍ଦ୍ର ପୂର୍ତ୍ତି, ମନ ରଞ୍ଜନ ଟୁଡୁ ସେହିପରି ମୟୁରଭଞ୍ଜ ଆଦିବାସୀ ହୋ ସମାଜ କମିଟି ର ସାମାୟ ପୂର୍ତ୍ତି, ଦିପୁ ପୂର୍ତ୍ତି, ବିନୋଦ ଶୁଣ୍ଢୀ, ପୁଷ୍ପାଞ୍ଜଳି ସିଦୁ, ଅନନ୍ତ ଚାତାର,ଚଇତନ ପୂର୍ତ୍ତି,ଦେବେନ୍ଦ୍ର ନାଥ ବଲାମୁଚୁ,ନଳୀନି ପୂର୍ତ୍ତି,ସରସ୍ବତୀ କରୁଆ ପ୍ରମୁଖ ନେତୃତ୍ୱ ନେଇ କାର୍ଯ୍ୟକ୍ରମ ସମ୍ପାଦନ କରିବାବେଳେ ବହୁ ସଂଖ୍ୟକ ଆଦିବାସୀ ଛାତ୍ର ଛାତ୍ରୀ ମାନେ ମଧ୍ୟ ଆନ୍ଦାଳନରେ ଅଂଶ ଗ୍ରହଣ କରିଥିଲେ ।