ଜାତୀୟ ମତ୍ସ୍ୟଜିବୀ ଫୋରମ୍ ର ଅଧ୍ୟକ୍ଷଙ୍କ ବିୟୋଗରେ ଶୋକସଭା
ଛତ୍ରପୁର, (ଦେବଦତ୍ତ ମହାରଣା):ବିଶ୍ୱ ମତ୍ସ୍ୟ କର୍ମୀ ଫୋରମର ସଦସ୍ୟ ତଥା ଜାତୀୟ ମତ୍ସ୍ୟକର୍ମୀ ଫୋରମ୍ ର ଅଧ୍ୟକ୍ଷ ନରେନ୍ଦ୍ର ରାମଚନ୍ଦ୍ର ପାଟିଲ୍ ଙ୍କ ବିୟୋଗରେ ଏକ ଶୋକ ସଭା ସ୍ଥାନୀୟ ଭାଗ୍ୟଲକ୍ଷ୍ମୀ ନଗର ସ୍ଥିତ ଓଡିଶା ପାରମ୍ପରିକ ମତ୍ସ୍ୟ କର୍ମୀ ୟୁନିୟନ କାର୍ଯ୍ୟାଳୟ ପରିସରରେ ଜାତୀୟ ମତ୍ସ୍ୟକର୍ମୀ ଫୋରମ୍ ର ଉପସଭାପତି ତଥା ରାଜ୍ୟ ସମ୍ପାଦକ କେ.ଏଲେୟାଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଗଞ୍ଜାମ ଜିଲ୍ଲା ମତ୍ସ୍ୟକର୍ମୀ ଫୋରମର ସଭାପତି ବି. କୋଟେସୁ, ସମ୍ପାଦକ ଏ. କାଳିଆ, ଉପସଭାନେତ୍ରୀ ଏ. ପାର୍ବତୀ, ସିଏଚ୍ ବାବାଜୀ, କେ. ତାତା ରାଓ, କେ. ସୀମା, ଜି. କ୍ରିଷ୍ଣା, ସୁଶାନ୍ତ ସାହୁ ପ୍ରମୁଖ ଯୋଗ ଦେଇ ସ୍ୱର୍ଗତ ପାଟିଲ ଅମର ଆତ୍ମାର ସତଗତି କାମନା କରିବା ସହିତ କ୍ୟାଣ୍ଡେଲ ଜାଳି ତାଙ୍କ ସ୍ମୃତି ଚାରଣ କରିଥିଲେ ।