ବିଦ୍ୟୁତ ଫାସରେ ଲାଗି ମୃତ୍ୟୁ ଘଟଣାରେ ଦୁଇ ଗିରଫ

ବୁଗୁଡା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲା, ବୁଗୁଡା ଥାନା ଅନ୍ତର୍ଗତ କରଚୁଲି ପଞ୍ଚାୟତ ର କହ୍ନେଇପୁର ଗ୍ରାମରେ ବରାହ ଶିକାର ପାଇଁ ପକାଇଥିବା ବିଦ୍ୟୁତ ଫାସରେ ଲାଗି ସେହି ଗ୍ରାମର ଜଣେ ଯୁବକ ପ୍ରାଣ ହରାଇଥିବା ବେଳେ ବିଦ୍ୟୁତ ଫାସ ପକାଇଥିବା ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଅନୁସନ୍ଧାନ ଦାୟିତ୍ୱ ନେଇଥିବା ଉପ-ଆରକ୍ଷୀ ନିରୀକ୍ଷକ କ୍ଷେତ୍ରମଣି ସାହୁ ପ୍ରକାଶ କରିଛନ୍ତି। ଗତ ନଭେମ୍ବର ୨୬ ତାରିଖ ରାତ୍ରରେ କହ୍ନେଇପୁର ଗ୍ରାମର ଶ୍ରୀକାନ୍ତ ଗୌଡ଼ ଓ ପ୍ରକାଶ ଗୌଡ଼ ଘାଇକୁ ସ୍ନାନ ଶୌଚ ପାଇଁ ଗଲାବେଳେ ବରାହ ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ ଫାସରେ ପଡ଼ିଥିଲେ। ଏହି ଘଟଣାରେ ଶ୍ରୀକାନ୍ତ ଗୌଡ଼ଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ପ୍ରକାଶ ଗୌଡ଼ ସାମାନ୍ୟ ଆହତ ହୋଇ ଅଳ୍ପକେ ରକ୍ଷା ପାଇଥିଲେ। ବୁଗୁଡା ପୋଲିସ ଏହି ଘଟଣା ନେଇ ୫୨୫/୨୧ ପ୍ରକାରେ ଏକ ମାମଲା ରୁଜୁ କରି ଅନୁସନ୍ଧାନ ଜାରି ରଖିଥିଲେ। ନଭେମ୍ବର ୩୦ ତାରିଖ ଦିନ ବୁଗୁଡା ପୋଲିସ ସେହି କହ୍ନେଇପୁର ଗ୍ରାମର ଯୁଧିଷ୍ଠିର ଦାସ ଓ ଧର୍ମୁ ପ୍ରଧାନ ଦୁଇଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ