କୋର୍ଟ ଷ୍ଟେସନ୍ ସାହି ଠାରେ ୱାର୍ଡ ଲେଭେଲ ବୈଠକ ଅନୁଷ୍ଠିତ

ଛତ୍ରପୁର, (ଦେବଦତ୍ତ ମହାରଣା) : ସ୍ଥାନୀୟ ୮ ନମ୍ବର ୱାର୍ଡ କୋର୍ଟ ଷ୍ଟେସନ ସାହି କୋଠଘର ପରିସରରେ ଏକ ୱାର୍ଡ ଲେଭେଲ ବୈଠକ ଅନୁଷ୍ଠିତ ହୋଇଯାଇଛି । ୱାର୍ଡ ଅଫିସର ଏସ୍‌. ଦାଲେୟାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଆଗାମୀ ଦିନରେ କରୋନାର ତୃତୀୟ ଲହର ସମ୍ଭାବନା ରହିଥିବାରୁ ଏହାର ଦାଉରୁ ରକ୍ଷା ପାଇବା ପାଇଁ ସମସ୍ତେ ମାସ୍କ ବ୍ୟବହାର କରିବା, ସାନିଟାଇଜ କରିବା ଭଳି ବିଭିନ୍ନ ସଚେତନତା କରାଯାଇଥିଲା । ସେହିଭଳି ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ନିଜକୁ ସୁରକ୍ଷିତ ରଖିବା ପାଇଁ ମଧ୍ୟ ସଚେତନତା କରାଯାଇଥିଲା । ଏହା ସହ ନିଜ ଘରର ଚତୁଃପାଶ୍ୱର୍କୁ ନିଜେ ସଫା କରିବା ସହିତ ଘରର ଅଳିଆ ଆବର୍ଜନା ଗୁଡିକୁ ଏନଏସି ପକ୍ଷରୁ ଆସୁଥିବା ଗାଡିରେ ପକାଇବା ପାଇଁ ମଧ୍ୟ ୱାର୍ଡ ବାସିନ୍ଦା ମାନଙ୍କୁ ସଚେତନତା କରାଯାଇଥିଲା । ଏହି ସଚେତନତା ବୈଠକରେ ଆଇନଜିବୀ ବି. ଶ୍ରିନିବାସ, ଅଟଳ ବିହାରି ପଟ୍ଟନାୟକ, ନରସିଂହ ବେହେରା, ଲିଙ୍ଗରାଜ ପାଣିଗ୍ରାହୀ, କେ. କାନକା ରାଓ, ବୃନ୍ଦାବନ ମହାରଣା, ସୁମିତ୍ରା ସାହୁ, କେ.କମଳା, ଏସଏଚଜି ମହିଳା ଗୋଷ୍ଠୀର ଡି. କାନ୍ତାମ୍ମା, ଟି. ଚିରଞ୍ଜିବୀ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ