ମାଳଦା ସିରିଜ ଚୋରି ପର୍ଦାଫାଶ : ଚୋରକୁ ଗିରଫ କଲା ପୁଲିସ

ଭଣ୍ଡାରିପୋଖରୀ, (ଦୁର୍ଯୋଧନ ଲେଙ୍କା) : ଭଣ୍ଡାରିପୋଖରୀ ଥାନା ମାଳଦା ବଜାର ଠାରୁ ଗତ୧୫ଦିନ ପୂର୍ବେ ଏକ ସିରିଜ ଚୋରି ଘଟଣା ପୁଲିସର ଚିନ୍ତା ବଢ଼ାଇ ଦେଇଥିଲା। ଚୋର ମାନେ ବିଭିନ୍ନ ବ୍ୟବସାୟ କେନ୍ଦ୍ରର ସ୍କାଏ ଲାଇଟ ଭାଙ୍ଗି ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି କରିଥିବା ନେଇ ଥାନାରେ ଅଭିଯୋଗ ହେବାପରେ ପୁଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିଲା। ଥାନା ଅଧିକାରୀ ମୃତ୍ୟୁଞ୍ଜୟ ପ୍ରଧାନଙ୍କ ତତ୍ୱବଧାନରେ ଗୁପ୍ତ ଭାବେ ତଦନ୍ତ ଚାଲିଥିବା ବେଳେ ପୁଲିସକୁ ଏଦିଗରେ ବଡ ସଫଳତା ମିଳିଛି। ଉକ୍ତ ଚୋରିରେ ସମ୍ପୃକ୍ତି ଥିବା ମୟୁରଭଞ୍ଜ ଜିଲ୍ଲାର ବାପୁନି ସିଂ , ଚନ ମୁଣ୍ଡା, ଟୁଟୁ ମାରାଣ୍ଡି, ବାପୁନ ମୁଣ୍ଡା, ମଙ୍ଗୁ ମୁଣ୍ଡା ଓ ସୁବ୍ରତ ବବଙ୍ଗାକୁ ପୁଲିସ ଗିରଫ କରିଥିବା ବେଳେ ସେମାନଙ୍କ ଠାରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜବତ କରିଛି। ଏମାନେ ସମସ୍ତେ ଭଦ୍ରକ ସହର ଓ ଏହାର ଆଖପାଖ ଅଞ୍ଚଳରେ ବସବାସ କରି ଆସୁଥିବା ବେଳେ ବିଭିନ୍ନ ଡକାୟତ ଘଟଣାରେ ଜଡ଼ିତ ରହିଥିଲେ। ସେମାନେ ଗିରଫ ହେବା ପରେ ମାଳଦା ବଜାରରେ ଚୋରି କରିଥିବା କିଛି ସାମଗ୍ରୀକୁ ନିକଟ ଧାନ ବିଲରେ ଫିଙ୍ଗି ଦେଇଥିବା ଆଜି କ୍ଷେତ୍ରକୁ ଆସି ଡକାୟତ ମାନେ ପୁଲିସକୁ କହିଥିଲେ। ତଦନୁଯାୟୀ ପୁଲିସ ଧାନ କିଆରୀରୁ ଲାପଟପ ସହିତ ଅନ୍ୟାନ୍ୟ ସାମଗ୍ରୀ ଉଦ୍ଧାର କରିଥିବା ବେଳେ ଡକାୟତ ମାନଙ୍କ ଠାରୁ ମୋବାଇଲ , ନଗଦ ଅର୍ଥ ସହିତ ଅନ୍ୟାନ୍ୟ ଯାନ୍ତ୍ରିକ ସାମଗ୍ରୀ ମଧ୍ୟ ଜବତ କରାଯାଇଛି। ଏନେଇ ପୁଲିସ ପକ୍ଷରୁ ମାମଲା ରୁଜ୍ଜୁ ହୋଇଥିବା ବେଳେ ଆଜି ୬ଜଣ ଡକାୟତଙ୍କୁ କୋର୍ଟ ଚାଲାଣ କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ