ନାରାୟଣୀ ମନ୍ଦିରରୁ ସୁନା ଅଳଙ୍କାର ଲୁଟିଲେ ଦୃବୁତ୍ତ

 ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ ) : ଏବେ ଲୁଟେରା ଗ୍ୟାଙ୍ଗ ମାତୀଛନ୍ତି ପାଟପୁର ଥାନା ଅଞ୍ଚଳରେ କେତେବେଳେ ବନ୍ଧୁକ ଫୁଟାଇ ଲୁଟ ଉଦ୍ୟମ କରୁଛନ୍ତି ଆଉ କେତେବେଳେ ଘରେ ମନ୍ଦିରରେ ପଶି ଲୁଟ ହେଉଥିବା ଅଭିଯୋଗ ହେଉଛି।ଗତ କିଛି ଦିନ ତଳେ ପାଟପୁର ଥାନା ଅନ୍ତର୍ଗତ ଡେଙ୍ଗା ଉସ୍ତା ସୁନା ବ୍ୟବସାୟୀ ଙ୍କୁ ବନ୍ଧୁକ ରୁ ଗୁଳି ଫୁଟାଇ ଲୁଟ ଉଦ୍ୟମ ବିଫଳ ହୋଇଥିବା ବେଳେ ଏବେ ମନ୍ଦିର ଉପରେ ନଜର ପକାଇଛନ୍ତି ଦୁର୍ବୃତ୍ତ । ଏବେ ପୋଲିସ ଉପରେ ଅଞ୍ଚଳ ବାସି ଙ୍କ ନଜର । ସ୍ଥାନୀୟ ପୋଲିସ ପାଇଁ ଏକ ପ୍ରକାର ଚ୍ୟାଲେଞ୍ଜ ସୃଷ୍ଟି କରିଛି । ପାଟପୁର ଥାନା ଅନ୍ତର୍ଗତ କଙ୍କୋରଡା ମା ନାରାୟଣୀ ଙ୍କ ମନ୍ଦିର ରୁ ଶୁକ୍ରବାର ବିଳମ୍ବିତ ରାତିରେ ଦୁବୁର୍ତ ମାନେ ସୁନା, ରୂପା ଅଳଙ୍କାର ଚୋରୀ କରି ନେଇଥିବା ଜଣା ପଡ଼ିଛି l ଶନିବାର ଭୋରୁ ମନ୍ଦିର ପୂଜକ ମନ୍ଦିର କୁ ଆସି ଦେଖିଥିଲେ ମନ୍ଦିର ର ମୂଖ୍ୟ ଦ୍ୱାର ଖୋଲାଥିବା ଏବଂ ମା ଙ୍କ ବିଗ୍ରହ ରୁ ଅଳଙ୍କାର ନଥିବା ଦେଖି ମନ୍ଦିର କମିଟି କୁ ଜଣାଇଥିଲେ l ମନ୍ଦିର କମିଟି ମାଙ୍କ ମନ୍ଦିରରେ ପହଞ୍ଚି ଘଟଣା ବିଷୟ ଦେଖି ଆଶ୍ଚର୍ଯ୍ୟ ହୋଇ ଥିଲେ । ପାଟପୁର ପୋଲିସ କୁ ଜଣାଇଥିଲେ l ପାଟପୁର ପୋଲିସ ମାଙ୍କ ମନ୍ଦିରରେ ପହଞ୍ଚି ମା ନାରାୟଣୀ ଙ୍କ ନାକର ଶୁନା ଗୁଣା, ମଥାର ତିନିଗୋଟ ସୁନା ଶିରି ସହ ଦୂର୍ବୁର୍ତ ମାନେ ମାନେ ମା ଙ୍କ ଆଖି ତାଡ଼ି ନେଇଯାଇଥିବା ଦେଖିବାକୁ ମିଳିଛି l ଦୁର୍ବୁର୍ତ ମାନେ ମାଁ ଙ୍କ ମୂଖ୍ୟ ଦ୍ୱାର ଭାଙ୍ଗିବା ସହ ମନ୍ଦିର ଭିତରେ ଥିବା ଆଲମାରୀ ଭାଙ୍ଗି ଓ ମାଁ ଙ୍କ ବିଗ୍ରହ ରୁ ପ୍ରାୟ ୪ ଭରି ଓଜନର ସୁନା ରୁପା ଅଳଙ୍କାର ନେଇଯାଇଛନ୍ତି ଏହା ସହ ମନ୍ଦିରର ଦାନ ହୁଣ୍ଡି ଭାଙ୍ଗିବାକୁ ଚେଷ୍ଟା କରିଥିବା ବେଳେ ବିଫଳ ହୋଇଥିବା ଜଣାପଡିଛି l ନାରାୟଣୀ ମନ୍ଦିରରୁ ଚୋରି ଘଟଣା କୁ ନେଇ କଙ୍କୋରଡ଼ା ଅଞ୍ଚଳରେ ଆଲୋଡନ ସୃଷ୍ଟି ହୋଇଛି ।ଘଟଣା ର ସଠିକ୍ ତଦନ୍ତ କରିବା ସହ ଯଥା ଶୀଘ୍ର ଦୂର୍ବୁର୍ତ ଙ୍କୁ ଗିରଫ କରିବା ପାଇଁ ସ୍ଥାନୀୟ ଲୋକେ ଦାବୀ କରିଛନ୍ତି l
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ