ରାଜ୍ୟ ସରକାରଙ୍କ ଫକୀରମୋହନ ଭାଷା ସମ୍ମାନ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ରାଜ୍ୟ ସରକାରଙ୍କର ସଂସ୍କୃତି ବିଭାଗର ସବୁ କାମ ଏବେ କେବଳ ସାରସ୍ୱତ୍ୱ ଓ ସାଂସ୍କୃତିକ ଉତ୍ସବ ଓ ସଭା ଆଦିରେ ସୀମିତ | କିନ୍ତୁ ଚରମ ଉଦାସୀନତା ଲକ୍ଷଣୀୟ ହୋଇଛି ସାରସ୍ୱତ ସ୍ରଷ୍ଟାଙ୍କ ଉଦେଶ୍ୟରେ ପ୍ରଚଳିତ ପୁରସ୍କାର ଓ ସମ୍ମାନ ଆଦି ଦେବାରେ | ଉଲେଖ୍ୟ ଯୋଗ୍ୟ ଯେ ରାଜ୍ୟ ସରକାର 2018 ମସିହାରେ ମହାନ ସାରସ୍ୱତ ପ୍ରତିଭା କଥାଶିଳ୍ପୀ ଫକୀର ମୋହନଙ୍କୁ ଶୀର୍ଷ ସମ୍ମାନ ଜଣାଇ ଐତିହ କ୍ୟାବିନେଟରେ ବ୍ୟାସ କବି ଓଡ଼ିଆ ଭାଷା ସମ୍ମାନ ପ୍ରଦାନ କରିବାକୁ ଏକ ଐତିହାସିକ ଘୋଷଣା କରିଥିଲେ | ତଦାନୁସାରେ 2018 ଓ 2019 ମସିହାରେ ଫକୀର ମୋହନଙ୍କ ଜନ୍ମ ଜୟନ୍ତୀରେ ଏହି ମର୍ଯ୍ୟାଦାଜନକ ପୁରସ୍କାର ମଧ୍ୟ ଦୁଇଥର ଦିଆଯାଇଥିଲା | 2020 ମସିହା ପାଇଁ ବିଭାଗୀୟ ନିର୍ଦେଶକଙ୍କ ଚିଠି ସଂଖ୍ୟା -ନଂ ଓ.ସା .ଏ -01/2019,7054/ଓ.ଭା.ସା .ସଂ .18/12/20 ରେ ୩ଟି ପ୍ରମୁଖ ଖବର କାଗଜକୁ ବିଜ୍ଞାପନ ଦେବାପାଇଁ ରାଜ୍ୟ ଲୋକ ସମ୍ପର୍କ ବିଭାଗକୁ ଅଗ୍ରାଧିକାର ଦିଆ ଯିବାର ସୂଚନା ଥାଇ ଦରଖାସ୍ତ ଆହ୍ୱାନ କରାଯିବାକୁ ବିଜ୍ଞାପନରେ ବିଶେଷ ଭାବେ ସୂଚିତ କରାଯାଇଥିଲା | ଏହି କ୍ରମରେ ଉପଯୁକ୍ତ ଗବେଷକ ଓ ସାରସ୍ୱତ ସାଧକଙ୍କ ଠାରୁ ଦରଖାସ୍ତ ଗ୍ରହଣ କରିବାର ଶେଷ ତାରିଖ ଥିଲା -05/11/20121 | ଏଥିରେ ଜଣେ ବ୍ୟକ୍ତି ବିଶେଷଙ୍କୁ ପୁରସ୍କାର ଦେବା ସମ୍ପର୍କରେ ସୂଚନା ଦେବାବେଳେ ଆବେଦନ ପତ୍ରର କ୍ରମ – 05 ରେ ସେହିବ୍ୟକ୍ତି ଫକୀର ମୋହନଙ୍କ ସାହିତ୍ୟ ଉପରେ ଗବେଷଣା ତଥା ସାହିତ୍ୟିକ କାର୍ଯ୍ୟାଲୋଚନା କରିଥିବାର ପ୍ରମାଣ ରୂପେ ନଥି ସଂଯୁକ୍ତ କରିବାକୁ ମଧ୍ୟ ସୂଚିତ କରାଯାଇଥିଲା |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ