ଅଟୋସହ ଗଂଜେଇ ଜବତ ଜଣେ ଗିରଫ
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):ଗଂଜେଇ ଚାଲାଣ ସମୟରେ ବାଲିଗୁଡା ପୋଲିସ ଦ୍ୱାରା ଜଣେ ଗିରଫ ହେବା ସହ ଗଂଜେଇ ଓ ଅଟୋକୁ ଜବତ କରାଯାଇଛି । ସୁଚନାରୁ ପ୍ରକାସ ଯେ ବାଲିଗୁଡା ପୋଲିସ ଏଏସଆଇ ସସ୍ମିତା ପ୍ରଧାନ ଓ ଅନ୍ୟ ପୋଲିସ ବାହିନୀ ପେଟ୍ରୋ ଲିଂ କରୁଥିବା ସମୟରେ ଗୋଟିଏ ଅଟୋରେ ଗଂଜେଇ ଯାଉଥିବା ସନ୍ଦେହ କରି ସେହି ଗାଡିକୁ ପିଛା କରିବା ପରେ ଅଟୋକୁ ତଦନ୍ତ କରିବା ବେଳେ ଅଟୋ ଭିତରୁ ୧୫୦କେଜି ଗଂଜେଇ ବାହାରିଥିଲା । ଏହାପରେ ଅଟୋ ନମ୍ବରଓଡି୧୨ଏ୩୭୩୫ଓ ଗଂଜେଇକୁ ଜବତ କରିଥିବା ବେଳେ ବିଦ୍ୟାଧର ମଳିକକୁ ଗିରଫ କରିଛନ୍ତି ଓ କେଶ ନମ୍ବର ୨୫୮/୨୧ ରେ ମାମଲାରୁଜୁ କରି କୋର୍ଟ ଚାଲଣ କରଯାଇଥିବା ଆଇଆଇସି ବାବା ଶଙ୍କର ସରାଫ ସୁଚନା ଦେଇଛନ୍ତି ।


