କୋମଳ ଶିଶୁର ଚିକିତ୍ସା ନିମନ୍ତେ କନ୍ଧମାଳ ଏବିଭିପି ପକ୍ଷରୁ ଅର୍ଥ ସଂଗ୍ରହ ଅଭିଯାନ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):ସମଗ୍ର କନ୍ଧମାଳ ଜିଲ୍ଲାରେ ଏବିଭିପି ଘରେ ଘରେ ପରଚିତ l ମହାବିଦ୍ୟାଳୟ ରେ ଛାତ୍ରଛାତ୍ରୀଙ୍କ ସୁବିଧା ଅସୁବିଧା ନେଇ ପ୍ରଶାସନକୁ ଅବଗତ କରାଇବା ସହିତ ମହାବିଦ୍ୟାଳୟରେ ରାଷ୍ଟ୍ରୀୟ ଶିକ୍ଷାକୁ ପ୍ରଧାନ୍ୟ ଦେବା, ବନ୍ୟା ବିପତ୍ତି ଏପରିକି କରୋନା ମହାମାରୀ ସମୟରେ କରୋନା ପଜିଟିଭ ଚିହ୍ନଟ ପରେ ତାଙ୍କ ବାସଗୃହକୁ ଯାଇ ସାନିଟାଇଜ କରିବା, ଲକଡାଉନ, ସଟଡାଉନ ସମୟରେ ଖାଦ୍ୟ ବିତରଣ କରିବା ସହିତ ମାଗଣା ମାସ୍କ, ସାନିଟାଇଜର ବଣ୍ଟନ କରିବା ଏପରି ଅନେକ ମହତ କାର୍ଯ୍ୟ କରି ଆସିଛି ।ଏବେ ମଧ୍ୟ କନ୍ଧମାଳ ଜିଲ୍ଲା ବିଶିପଡା ଗ୍ରାମର ଦୂରା ରୋଗରେ ଆକ୍ରାନ୍ତ ହେଇଥିବା ୧୯ ମାସର କୋମଳ ଶିଶୁ ରାଜବୀରର ଚିକିତ୍ସା ନିମନ୍ତେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ, କନ୍ଧମାଳ ଜ଼ିଲ୍ଲା ଟିକାବାଲି ନଗର ଶଙ୍କରାଖୋଲ ଶାଖା ତରଫରୁ ଆରମ୍ଭ ହୋଇଥିବା ଦଶ ଦିନିଆଁ ଅର୍ଥ ସଂଗ୍ରହ ଅଭିଯାନ ସମାପ୍ତ ହୋଇଅଛି । ସଂଗ୍ରହ ହେଇଥିବା ଅର୍ଥ ରାଜବୀରର ପିତାଙ୍କ ଆକାଉଣ୍ଟ ନମ୍ବରରେ ଉକ୍ତ ଅର୍ଥକୁ ଜମା କରି ଦିଆଯାଇଛି । ପ୍ରଭୁ ଜଗନ୍ନାଥଙ୍କ ନିକଟରେ ଏବିଭିପି ପରିବାର କୋମଳମତି ଶିଶୁ ରାଜବୀରର ସୁସ୍ଥଜୀବନ ପ୍ରାର୍ଥନା କରୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ