ହନୁମାନ ବିଗ୍ରହ ପ୍ରତିଷ୍ଠା ନିମନ୍ତେ କଳସଯାତ୍ରା

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : ବାଲିଗୁଡାର ଅଧଷ୍ଠାତ୍ରୀ ଦେବୀ ମା ପାଟଖଣ୍ଡା ମନ୍ଦିର ପରିସରରେ ପବନସୁତ ହନୁମାନ ବିଗ୍ରହ କରାଯାଇଛି । ହନୟମାନଙ୍କ ବିଗ୍ରହ ପ୍ରତିଷ୍ଠା ଚଳିତ ମାସ ୫ ତାରିଖରୁ ୮ତାରିଖପର୍ଯ୍ୟନ୍ତ କରାଯିବାର କାର୍ଯ୍ୟକ୍ରମ ରହିଅଛି ଓ ଏହି ପ୍ରତିଷ୍ଠା ମହୋତ୍ସବକୁ ମା ପାଟଖଣ୍ଡା ଦୁର୍ଗା ପୂଜା ସମିତି ଆନୁକୁଲ୍ୟରେ କରାଯାଉଛି । ଆଜି ପ୍ରତିଷ୍ଠାର ପ୍ରଥମ ଦିବସରେ କଳସ ଯାତ୍ରା କରାଯାଇଥିଲା,ଏଥି ନିମନ୍ତେ ପ୍ରଥମେ କର୍ତ୍ତା ଙ୍କ ଘରେ ପୂଜା ଅଚର୍ଚ୍ଚନା କରିବା ପରେ ମା ପାଟଖଣ୍ଡା ମନ୍ଦିରକୁ ଆସିଥିଲେ । ଏହାପରେ କଳସଯାତ୍ରା ଅଡଭିମୁଖେ ଯାତ୍ରା ଆରମ୍ଭ ହୋଇଥିଲା ।ବାଲିଗୁଡାର ସିନ୍ଦ୍ରିଗାଁ ପୋଲ ତଳେ ଯାଇଥିବା କଡଗନଦୀ କୁଳକୁ ଯାଇ ରିତିନିତି ପ୍ରକାରେ ପୂଜା ଅର୍ଚ୍ଚନା କରିବା ପରେ ପୂଜା କଳସକୁ ମୁଣ୍ଡାଇ ପାଟଖଣ୍ଡା ମନ୍ଦିର ଅଭିମୁଖେ ବାହାରିଥିଲେ । ବଡପଟୁଆରରେ ଏହି କଳସ ଯାତ୍ରା କରାଯାଇଥିଲା । ମନ୍ଦିର କୁ ଆସିବା ପରେ ମା ପାଟଖଣ୍ଡାଙ୍କ ବେଢା ପରିକ୍ରମା କରିବା ପରେ ପୂଜା ହୋଇଆସିଥିବା କଳସକୁ ପ୍ରତିଷ୍ଠା ନିମନ୍ତେ ସ୍ଥାପନ କରାଯାଇଥିଲା । ଏହି କଳସ ଯାତ୍ରାରେ ନାରୀ ସଂଘ ସମେତ ବାଲିଗୁଡା ଅଂଚଳର ବିଭିନ୍ନ ଅନୁଷ୍ଠାନ ମାନ ସାମିଲ ଥିଲେ । ସଂନ୍ଧ୍ୟ ସମୟରେ ଅଙ୍କୁର ପୂଜା ମନ୍ଦିର ପରିସରରେ କରାଯାଇଛି । ୬ ତାରିଖରେ ହନୁମାନ ପ୍ରତିଷ୍ଠା ନିମନ୍ତେ ପୂଜାରମ୍ଭ ହେବା ସହିତ ୧୦୮ ହନୁମାନଚାଳିସା କାର୍ଯ୍ୟକ୍ରମ ସହ ସନ୍ଧ୍ୟା ସମୟରେ ସୁନାମଧନ୍ୟ ପଣ୍ଡିତ ଜିତୁ ଦାସଙ୍କ ପ୍ରବଚନ,ସେହିଭଳି ୭ତାରିଖଦିନ ହନୁମାନଙ୍କୁ ମହାସ୍ନାନ ଓ ।ଧିବାସ ସହ ସଂନ୍ଧ୍ୟା ସମୟରେ ଜିତୁ ଦାସଙ୍କ ପ୍ରବଚନ ଏବଂ ୮ ତାରିଖ ଦିନ ପୁଣ୍ଣ୭ାହୁତି ଓ ପ୍ରସାଦସେବନର କାର୍ଯ୍ୟକ୍ରମ ରଖାଯାଇଛି । ମା ପାଟଖଣ୍ଡା ଦୁର୍ଗା ପୂଜା ସମିତିର ସଭାପତି ଲୋକନାଥ ପାଢୀ, ଉପସଭାପତି ଇନ୍ଦ୍ରମଣି ପାତ୍ର, ସମ୍ପାଦକ ଟି ଶ୍ରୀନିବାସ ରାଓ, ସହସମ୍ପାଦକଭଗବତୀ ପ୍ରସାଦ ସାବତ,ସୁଜିତ ପାଳ, କୋଷାଧକ୍ଷ ଟି ନାଗେସ୍ୱର ରାଓ, ଶ୍ରୀନିବା ଦୋରା, କୁମରଦଣ୍ଡିଆ, ପ୍ରଶାନ୍ତ ସାହୁ, ଭଗବାନ ପଣ୍ଡା, କୁନୁ ପାଢୀ,ପଂଚାନନ ପଣ୍ଡା ସମେତ ସମସ୍ର ସଦସ୍ୟମାନେ ଏହି ଉତ୍ସବରେ ସାମିଲ ଅଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ