ସରସଂଘଚାଳକ ମୋହନ ଭାଗବତଜୀଙ୍କ ଗଣମାଧ୍ୟମକୁ ବାର୍ତ୍ତା

ନୂଆଦିଲ୍ଲୀ / ଭୁବନେଶ୍ୱର: ଶ୍ରୀରାମ ଜନ୍ମଭୂମି ସଂପର୍କରେ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ଦେଇ ଥିବା ନିଷ୍ପତ୍ତିକୁ ଷ୍ଟ୍ରୀୟ
ସ୍ୱୟଂସେବକ ସଂଘ ସ୍ୱାଗତ କରିବା ସହିତ ଏହା ଦେଶର ଜନସାଧାରଣଙ୍କ ଭାବନା, ଆସ୍ଥା ଏବଂ ଶ୍ରଦ୍ଧାପ୍ରତି ଏକ ସମ୍ମାନ ବୋଲି ପରମପୂଜନୀୟ ସରସଂଘଚାଳକ ଡ.ମୋହନ ଭାଗବତଜୀ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । ଦଶକ ଦଶକ ଧରି ନ୍ୟାୟାଳୟରେ ପଡି ରହିଥିବା ମୋକଦ୍ଦମାର ଏକ ବିଧି ସମ୍ମତ ଅନ୍ତିମ ନିଷ୍ପତ୍ତି ହୋଇ ପାରିଛି । ଏହି ଲମ୍ବା ନ୍ୟାୟିକ ପକ୍ରିୟା ଭିତରେ ଶ୍ରୀ ରାମଜନ୍ମଭୂମି ବିବାଦ ସମ୍ବନ୍ଧିତ ସମସ୍ତ ତଥ୍ୟ ପ୍ରମାଣର ସୁକ୍ଷ୍ମାତି ସୁକ୍ଷ୍ମ ବିଶ୍ଲେଷଣ କରାଯାଇଛି । ସମସ୍ତ ପକ୍ଷମାନଙ୍କ ଦ୍ୱାରା ଉପସ୍ଥାପନ କରାଯାଇଥିବା ସମସ୍ତ ତର୍କକୁ ବିଚାରକୁ ନିଆଯାଇଛି । ଧର୍ଯ୍ୟପୂର୍ବକ ଏହି ସବୁ ତଥ୍ୟର ଯଥାର୍ଥ ମନ୍ଥନ କରି ସତ୍ୟ ଓ ନ୍ୟାୟକୁ ପ୍ରତିଷ୍ଠା କରିଥିବା ସମସ୍ତ ନ୍ୟାୟମୂର୍ତ୍ତି, ସମସ୍ତ ପକ୍ଷ ତଥା ଅଧିବକ୍ତାମାନଙ୍କୁ ଆନ୍ତରିକ ଧନ୍ୟବାଦ ଦେବା ସହିତ ସମସ୍ତଙ୍କୁ ସେ ଅଭିନନ୍ଦନ ଜଣାଇଛନ୍ତି । ଏହି ଲମ୍ବା ପ୍ରୟାସରେ ବିଭିନ୍ନ ପ୍ରକାରରେ ସହଯୋଗ ଦେଇଥିବ ସମସ୍ତ ସହଯୋଗୀ ଏବଂ ଏଥିପାଇଁ ଜୀବନ ବଳିଦାନ ଦେଇଥିବା ସମସ୍ତ ବ୍ୟକ୍ତି ବିଶେଷଙ୍କ ପ୍ରତି କୃତଜ୍ଞତା ଜଣାଇବା ସହିତ ସେମାନଙ୍କୁ ସ୍ମରଣ କରିଥିଲେ । ଏହି ନିଷ୍ପତ୍ତିକୁ ଗ୍ରହଣ କରି ନେବା ପାଇଁ ଅନୁକୂଳ ମାନସିକତାର ସୃଷ୍ଟି ଓ ଭାତୃତ୍ୱପୂର୍ଣ୍ଣ ସଂପର୍କ ବଜାୟ ରଖିବା ଲାଗି ସମସ୍ତ ପ୍ରକାର ବ୍ୟବସ୍ଥା କରିଥିବାରୁ ସରକାର ଓ ସମାଜର ବିଭିନ୍ନ ସ୍ତରରେ ଏଦିଗରେ କାର୍ଯ୍ୟ କରିଥିବା ଜନସାଧାରଣଙ୍କର ପ୍ରୟାସ ପାଇଁ ସେମାନଙ୍କୁ ସ୍ୱାଗତ ଜଣାଇବା ସହିତ ଅଭିନନ୍ଦନ ଜ୍ଞାପନ କରିଥିଲେ । ଅତ୍ୟନ୍ତ ସଂଯମତାର ସହିତ ଦୀର୍ଘଦିନ ଧରି ନ୍ୟାୟ ପାଇଁ ପ୍ରତୀକ୍ଷା କରି ଆସିଥିବା ଭାରତୀୟ ଜନତା ମଧ୍ୟ ଆମର ଅଭିନନ୍ଦର ପାତ୍ର ବୋଲି କହିଥିଲେ । ଏହି ନିଷ୍ପତ୍ତିକୁ ଜୟ ପରାଜୟ ଦୃଷ୍ଟିରୁ ଦେଖିବା ଉଚିତ ନୁହଁ । ସତ୍ୟ ଓ ନ୍ୟାୟର ମନ୍ଥନରୁ ବାହାରିଥିବା ଏହି ନିଷ୍କର୍ସ ଏବଂ ଭାରତ ବର୍ଷର ସମଗ୍ର ସମାଜର ଏକାତ୍ମତା ଓ ବନ୍ଧୁତାକୁ ପରିପୋଷଣ କରୁଥିବା ଏକ ନିଷ୍ପତ୍ତି ରୂପେ ଏହାକୁ ଦେଖିବା ଏବଂ ଉପଯୋଗ କରିବା ଆବଶ୍ୟକ । ସମଗ୍ର ଦେଶବାସୀଙ୍କୁ ମୋର ଅନୁରୋଧ, ବିଧି ଏବଂ ସମ୍ବିଧାନର ମର୍ଯ୍ୟାଦା ଭିତରେ ରହି ସଂଯମତା ଓ ସାତ୍ତ୍ୱିକ ରୀତିରେ ଆପଣମାନେ ନିଜର ଆନନ୍ଦକୁ ବ୍ୟକ୍ତ କରନ୍ତୁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ