ଆଦର୍ଶ ପ୍ରଧାନ ଶିକ୍ଷକ ଦୁର୍ଯ୍ୟୋଧନ ଦାସଙ୍କ ସ୍ମୃତିସଭା

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡା ବ୍ଲକ ଅନ୍ତର୍ଗତ କେୟାରବାଙ୍କ ଗ୍ରାମର ସୁନାମଧନ୍ୟ ସମାଜସେବୀ ତଥା ଆଦର୍ଶ ପ୍ରଧାନ ଶିକ୍ଷକ ଦୁର୍ଯ୍ୟୋଧନ ଦାସଙ୍କ ଦ୍ୱାଦଶାହ ଉପଲକ୍ଷେ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି । ମହାକାଳପଡା ବିକାଶ ମଞ୍ଚ ଆନୁକୂଲ୍ୟରେ ଆୟୋଜିତ ଏହି ସ୍ମୃତିସଭାରେ ସମାଜସେବୀ ବୈକୁଣ୍ଠ ନାଥ ସ୍ୱାଇଁ ଅଧ୍ୟକ୍ଷତା କରିଥିଲେ । ପ୍ରଥମେ ସ୍ୱର୍ଗତ ଦାସଙ୍କ ଫଟୋଚିତ୍ରରେ ସାମୂହିକ ମାଲ୍ୟାର୍ପଣ କରାଯିବା ପରେ ଗୀତା ପାଠ ଓ ନିରବ ପ୍ରାର୍ଥନା କରାଯାଇଥିଲା । ଦୀର୍ଘ ତିନି ଦଶନ୍ଧିରୁ ଉର୍ଦ୍ଧ୍ୱ କାଳ ଜଗମୋହନ ହାଇସ୍କୁଲ, ବିଜୟନଗର ହାଇସ୍କୁଲ, ଆଶ୍ରମବାଲିକୁଦା ହାଇସ୍କୁଲରେ ସ୍ୱର୍ଗତ ଦାସ ଶିକ୍ଷକତା କରିବା ସହ ପରବର୍ତ୍ତୀ ସମୟରେ ମାଣିକପୁର ହାଇସ୍କୁଲରେ ପ୍ରଧାନ ଶିକ୍ଷକ ଦାୟୀତ୍ୱ ସମ୍ପାଦନ କରି ପ୍ରଶଂସିତ ଓ ସମ୍ମାନିତ ହୋଇଥିଲେ । ଶିକ୍ଷକତା ସହିତ ସାମାଜିକ ଉନ୍ନୟନ ମୂଳକ କାର୍ଯ୍ୟରେ ନିଜର ଦକ୍ଷତା ପ୍ରଦର୍ଶନ କରି ଜଣେ ବନ୍ଧୁ ବତ୍ସଳ ବ୍ୟକ୍ତି ଭାବେ ସେ ସମସ୍ତଙ୍କ ପ୍ରିୟଭାଜନ ହୋଇପାରିଥିଲେ ବୋଲି ସ୍ମୃତିସଭାରେ ଯୋଗଦେଇ ବିକାଶ ମଞ୍ଚ ସଭାପତି କାଶୀନାଥ ରାଉତରାୟ, ରବୀନ୍ଦ୍ରନାଥ ପାଳ, ପ୍ରଣବ କୁମାର ଜେନା, ହେମନ୍ତ ଜେନା, ବିଦ୍ୟୁତ ଖୁଣ୍ଟିଆ, ରତ୍ନାକର ରାଉତରାୟ, ସୈାରୀରଞ୍ଜନ ମଲ୍ଲ, ଭାଗିରଥୀ ମଲ୍ଲ, ମାଧବ ଚନ୍ଦ୍ର ବାରିକ, ରମେଶ ଚନ୍ଦ୍ର ନାୟକ, କେଶବ ଚନ୍ଦ୍ର ପରମାଣିକ, ଭ୍ରମରବର ଦାସ, ଗରୁଡ ଚରଣ ବିଶ୍ୱାଳ, ବିଜୟ କୁମାର ନାଥ, ନିରାକାର ମଲ୍ଲିକ, ସ୍ୱର୍ଗତ ଦାସଙ୍କ ପୁତ୍ର ତପନ, ଆଲୋକ, ଜୀବନ, ମିଟୁ ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ମତବ୍ୟକ୍ତ କରିଥିଲେ । ଶେଷରେ ମଞ୍ଚର ସଭ୍ୟ ଧନେଶ୍ୱର ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ