ଆଗାମୀ ତ୍ରି-ସ୍ଥରିୟ ପଞ୍ଚାୟତ ନିର୍ବାଚନ ଓ ପୌର ନିର୍ବାଚନ ପରିଚାଳନା ପାଇଁ ବିଜେପିର ୧୯ ଜଣିଆ କମିଟି
ବାଲେଶ୍ୱର, (ସରୋଜ ପଣ୍ଡା) : ଆଗାମୀ ତ୍ରି-ସ୍ଥରିୟ ପଞ୍ଚାୟତ ନିର୍ବାଚନ ଓ ପୌର ନିର୍ବାଚନ ପରିଚାଳନା କରିବା ପାଇଁ ବିଜେପି ବାଲେଶ୍ବର ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର ଏକ ୧୯ ଜଣିଆ କମିଟି ଗଠନ କରିଛନ୍ତି। ଉକ୍ତ କମିଟିର ତଦାରଖରେ ନିର୍ବାଚନ ପରିଚାଳନା, ପାର୍ଥୀ ଚୟନ, ରଣନୀତି ପ୍ରସ୍ତୁତ, ପ୍ରଚାର ପ୍ରସାରର ସ୍ବରୂପ ଇତ୍ୟାଦି ନିର୍ଣ୍ଣୟ ହେବ। ଉକ୍ତ କମିଟିରେ ସଭାପତି ଶ୍ରୀଯୁକ୍ତ ମହାପାତ୍ରଙ୍କ ସମେତ ବାଲେଶ୍ବର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ପୂର୍ବତ୍ତନ ଜିଲ୍ଲା ସଭାପତି ଲମ୍ବୋଦର ନାୟକ, ବିଧାୟକ ସୁକାନ୍ତ ନାୟକ, ପୁର୍ବତ୍ତନ ମନ୍ତ୍ରୀ ରଘୁନାଥ ମହାନ୍ତି ଓ ପଦ୍ମଲୋଚନ ପଣ୍ଡା, ପୁର୍ବତ୍ତନ ବିଧାୟକ ଜୀବନ ପ୍ରଦୀପ ଦାସ, ପୁର୍ବତ୍ତନ ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ, ରାଜ୍ୟ ସମ୍ପାଦକ ତଥା ଭଦ୍ରକ ଲୋକସଭା ପ୍ରାର୍ଥୀ ଅଭିମନ୍ୟୁ ସେଠୀ, ରାଜ୍ୟ କାର୍ଯ୍ଯକାରୀଣୀ ସଦସ୍ୟ ଶୋଭନା ମହାନ୍ତି ଓ ଶୁଭଙ୍କର ମହାପାତ୍ର, ଜିଲ୍ଲା ସାଧାରଣ ସମ୍ପାଦକ ପର୍ଶୁରାମ ପରିଡ଼ା , ସୁନିଲ କର ଓ ଇଶ୍ବର ଚନ୍ଦ୍ର ବେହେରା, ଜିଲ୍ଲାର ବିଧାୟକ ପାର୍ଥୀ ଅଂଶୁମାନ ମହାନ୍ତି, ରାକେଶ ମଲ୍ଲିକ, ସଦର ଉପନିର୍ବାଚନ ପାର୍ଥୀ ମାନସ ଦତ୍ତ ଓ ଜଳେଶ୍ବର ସାଂସଦ ପ୍ରତିନିଧି ଶାନ୍ତନୁ ପଟ୍ଟନାୟକ ସ୍ଥାନିତ ହୋଇଛନ୍ତି। ଏହାସହିତ ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ଯିଏକି ବାଲେଶ୍ବର ଜିଲ୍ଲା ପାଇଁ ପ୍ରଭାରୀ ଅଛନ୍ତି ତାଙ୍କୁ ସ୍ଵତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଭାବେ ମନୋନୀତ କରାଯାଇଛି।