ମେଡିକାଲ୍ କଲେଜ୍ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ‘ପ୍ରେରଣା ଦିବସ’

ବାଲେଶ୍ୱର, (ସରୋଜ ପଣ୍ଡା): ସରକାରୀ ମେଡିକାଲ୍ କଲେଜ୍ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ‘ପ୍ରେରଣାଦିବସ-୨୦୨୬’ ପାଳିତ ହୋଇଯାଇଛି। ଶନିବାର ଦିନ ଅପରାହ୍ନରେ ବାଲେଶ୍ୱର ଓକିଲ ସଂଘ ସଭାଗୃହରେ ନିରଞ୍ଜନ ପରିଡ଼ାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥିଭାବେ ଆଇଟିଆର୍‌ର ଯୁଗ୍ମ ନିର୍ଦ୍ଦେଶକ ଡ. ନୀଳାଦ୍ରି ରାୟ ଯୋଗଦେଇ ମେଡିକାଲ୍ କଲେଜ୍ କ୍ରିୟାନୁଷ୍ଠାନ କମିଟିର କାର୍ଯ୍ୟକୁ ଉଚ୍ଚପ୍ରଶଂସା କରିଥିଲେ। ଏମ୍ସ୍ ସାଟେଲାଇଟ୍ ସେଣ୍ଟରର ବହିର୍ବିଭାଗ ସାପ୍ତାହିକ ସେବା ପ୍ରଦାନ କରିବାରେ ବାଲେଶ୍ୱରବାସୀଙ୍କ ଅବଦାନକୁ ଧନ୍ୟବାଦ ଦେଇଥିଲେ। କ୍ରିୟାନୁଷ୍ଠାନ କମିଟିର ସାଧାରଣ ସଂପାଦକ ପ୍ରଦୀପ ଦାସ, ପ୍ରାକ୍ତନ ସଭାପତି ପ୍ରଫେସର ଅନନ୍ତ ପ୍ରଧାନ, ନାରୀନେତ୍ରୀ ସୁଶ୍ରୀ ଅର୍ଚ୍ଚନା ନନ୍ଦୀ, ରେମୁଣା ବ୍ଲକ୍ ସଭାପତି ରାଜେନ୍ଦ୍ର ରାଉତ, ଓକିଲ ସଂଘର ସଭାପତି ମନୋଜ ନାୟକ ପ୍ରମୁଖ ସେମାନଙ୍କ ବକ୍ତବ୍ୟରେ ଗତ ୨୦୧୨ ମସିହା ସେପ୍ଟେମ୍ବର ୫ ତାରିଖ ଦିନ ବାଲେଶ୍ୱରରେ ଏକ ସରକାରୀ ମେଡିକାଲ୍ କଲେଜ୍ ପ୍ରତିଷ୍ଠା ଦାବିରେ ବିଧାନସଭା ସମ୍ମୁଖରେ ଗଣଧାରଣାରେ ଯୋଗଦେଇ ବାଲେଶ୍ୱର ଫେରୁଥିବା ବସ୍‌ରେ ୩୬ଜଣ ଆନ୍ଦୋଳନକାରୀ ଏକ ଦୁର୍ଘଟଣାରେ ବହୁ ସଦସ୍ୟ ସଦସ୍ୟା ଗୁରୁତର ଭାବେ ଆହତ ହୋଇଥିଲେ। ଏହି ଦିନକୁ ସ୍ମରଣୀୟ କରିବା ପାଇଁ ଉକ୍ତ ଦିନକୁ ‘ପ୍ରେରଣା ଦିବସ’ ଭାବେ କ୍ରିୟାନୁଷ୍ଠାନ କମିଟି ପ୍ରତିବର୍ଷ ପାଳନ କରିଆସୁଛି। ଏହି ଅବସରରେ ଉକ୍ତ ଦୁର୍ଘଟଣାରେ ଆହତମାନଙ୍କୁ ପୁଷ୍ପପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା। ସର୍ବଶ୍ରୀ କୁମୁଦରଞ୍ଜନ ଗିରି, ଶତ୍ରୁଘ୍ନ ମଲ୍ଲିକ, ଅକ୍ଷୟ କୁମାର ତ୍ରିପାଠୀ, ଶ୍ୟାମସୁନ୍ଦର ଜେନା ପ୍ରମୁଖ ସେମାନଙ୍କ ବକ୍ତବ୍ୟରେ ବାଲେଶ୍ୱର ଜିଲ୍ଲାବାସୀଙ୍କୁ ଉନ୍ନତ ସ୍ୱାସ୍ଥ୍ୟସେବା ପ୍ରଦାନ ପାଇଁ ଅବିରତ ଉଦ୍ୟମ ଜାରି ରଖିଛି ବୋଲି ମତପ୍ରଦାନ କରିଥିଲେ। ଗୌରାଙ୍ଗ ପାଣିଗ୍ରାହୀ ପ୍ରେରଣା ଦିବସ ପାଳନର ଗୁରୁତ୍ୱ ସଂପର୍କରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ଯତୀନ୍ ପାତ୍ର, କ୍ରିଷ୍ଣା ସାହା, ଶରତ ମହାନ୍ତି ଓ ଜଗତାନନ୍ଦ ବିଶ୍ୱାଳ ପ୍ରମୁଖ ସହଯୋଗ କରିଥିଲେ। ପ୍ରଫୁଲ୍ଲ କୁମାର ଦାସ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଶତାଧିକ ସଦସ୍ୟ, ସଦସ୍ୟା ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ