ଇନ୍‌ଟାକ୍ ବାଲେଶ୍ୱର ଚାପ୍‌ଟର୍‌ର ପ୍ରତିଷ୍ଠା ଦିବସ ପାଳନ

ବାଲେଶ୍ୱର,(ସରୋଜ ପଣ୍ଡା): ଇନ୍‌ଟାକ୍ ବାଲେଶ୍ୱର ଚାପ୍‌ଟର୍‌ର ୧୭ (ସତରତମ) ପ୍ରତିଷ୍ଠା ଦିବସ ‘ଉଦ୍ୟୋଗ ଭବନ’ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ପ୍ରଥମେ ଆବାହନ ପୂର୍ବକ ଆମନ୍ତ୍ରିତ ଅତିଥିମାନଙ୍କୁ ମଞ୍ଚରେ ଆସୀନ ନିମନ୍ତେ ମଞ୍ଚ ଆହ୍ୱାନ କରିଥିଲେ ଗୀତାଞ୍ଜଳୀ ପାଣିଗ୍ରାହୀ। ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ ସହ ପ୍ରଦୀପ ପ୍ରଜ୍ଜ୍ୱଳନରେ ସାହାଯ୍ୟ କରିଥିଲେ ଏହି ଚାପ୍‌ଟର୍‌ର ଅନ୍ୟତମ ସହ ଆବାହକ ସୁଶ୍ରୀ ଅର୍ଚ୍ଚନା ନନ୍ଦୀ, ସଦସ୍ୟା ଅଲିଭା ଦାସ ଓ ଗୀତାଞ୍ଜଳି ପାଣିଗ୍ରାହୀ।
ଆବାହକ ଉଦୟ ରଞ୍ଜନ ଦାସ ଆବାହନୀ ବକ୍ତବ୍ୟରେ ଆମନ୍ତ୍ରିତ ଅତିଥିମାନଙ୍କୁ ସ୍ୱାଗତ କରିବା ସହ, ବାଲେଶ୍ୱର ଚାପ୍‌ଟର୍ ସମ୍ବନ୍ଧରେ ଓ ଏହାର କାର୍ଯ୍ୟାବଳୀ ବିଷୟରେ ସମ୍ୟକ୍ ଧାରଣା ପ୍ରଦାନ କରିଥିଲେ। ଏହି ଚାପ୍‌ଟର୍‌ର ସହ ଆବାହକ ସଂଗ୍ରାମ କୁମାର ଦାସ ବାର୍ଷିକ ବିବରଣୀ ପାଠ କରିଥିଲେ। ଅତିରିକ୍ତ ସହ ଆବାହକ ସୁଶ୍ରୀ ଅର୍ଚ୍ଚନା ନନ୍ଦୀ, ଜୟନ୍ତ ମର୍ଦ୍ଦରାଜ ହରିଚନ୍ଦନ, ଅନ୍ୟତମ ସଭ୍ୟ ସୌରଭ କୁମାର ବେହେରା ଓ ଅନ୍ୟତମ ଅତିରିକ୍ତ ସହ ଆବାହକ ନିକୁଞ୍ଜ ବିହାରୀ ଦାସ ଯଥାକ୍ରମେ ରାଜ୍ୟ କନ୍‌ଭେନର୍ ଓ ବିଶ୍ୱଜିତ୍ ମହାନ୍ତି ଓ ଡ. ଅମ୍ଳାନ ତ୍ରିପାଠୀ (ଆଇ.ଆର.ଏସ୍‌.) ରିଟାୟଡ଼୍‌ଙ୍କର ବିଷୟରେ କଥା ରଖି ତାଙ୍କର ପରିଚୟ ପ୍ରଦାନ କରିଥିଲେ। ଡ. ବିଶ୍ୱଜିତ୍ ମହାନ୍ତି ବାଲେଶ୍ୱର ଚାପ୍‌ଟର୍ କାର୍ଯ୍ୟାବଳୀ ସମ୍ବନ୍ଧରେ ସମ୍ୟକ୍ ଆଲୋକପାତ କରି ଏହାର କାର୍ଯ୍ୟଶୈଳୀକୁ ଭୂୟସୀ ପ୍ରଶଂସା କରିଥିଲେ। ଡ. ଅମ୍ଳାନ ତ୍ରିପାଠୀ (ଆଇ.ଆର.ଏସ୍‌) ଚିଫ୍ କମିଶନର ଅଫ୍ ଇନ୍‌କମ୍ ଟ୍ୟାକ୍ସ (ଅବସରପ୍ରାପ୍ତ), ମୁମ୍ବାଇ ତାଙ୍କ ବକ୍ତବ୍ୟରେ ଓ ରାଜା ମହାରାଜ ଜୟନ୍ତ ମର୍ଦ୍ଦରାଜ ହରିଚନ୍ଦନ ଉଭୟ ବାଲେଶ୍ୱର ଚାପ୍‌ଟର୍‌ର ଉଦ୍ୟମକୁ ପ୍ରଶଂସା କରିଥିଲେ। ଏହି ଚାପ୍‌ଟର୍‌ର ପତ୍ରିକା ‘ପରମ୍ପରା’କୁ ସଭ୍ୟ ଭାବଗ୍ରାହୀ ମହାନ୍ତିଙ୍କ ତତ୍ତ୍ୱାବଧାନରେ ଅତିଥିମାନେ ଉନ୍ମୋଚନ କରିଥିଲେ। ଏହି ଅବସରରେ ପାରମ୍ପରିକ ଭାବେ ଗୁରୁଦିବସରେ ଜଣେ ସ୍ୱନାମଧନ୍ୟ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା। ଗୋପାଳ ଚନ୍ଦ୍ର ନାୟକ ଯେ କି ପି.ଏମ୍‌.ଶ୍ରୀ ମଣିନାଗେଶ୍ୱର ଉଚ୍ଚ ବିଦ୍ୟାଳୟରେ ପ୍ରଧାନଶିକ୍ଷକ ଭାବେ କାର୍ଯ୍ୟକରି ଅବସର ଗ୍ରହଣ କରିଛନ୍ତି, ତାଙ୍କୁ ମାନପତ୍ର ଓ ଉତ୍ତରୀୟ ଦେଇ ସମ୍ମାନ କରାଗଲା। ଏହି ସମ୍ବର୍ଦ୍ଧନାର ବିବରଣୀ ଓ ମାନପତ୍ର ପାଠ କରିଥିଲେ ସଭ୍ୟ ଶ୍ରୀ ଅଖିଳ କୁମାର ଦାସ। ବିଦ୍ୟାଳୟଭିତ୍ତିକ ବିଭିନ୍ନ ପ୍ରତିଯୋଗିତାରେ ସଫଳ ହୋଇଥିବା କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଡ. ଦେବାଶୀଷ ମିଶ୍ର, ଶ୍ରୀମତୀ ଅଲିଭା ଦାସ ଓ ଶ୍ରୀମତୀ ଗୀତାଞ୍ଜଳି ପାଣିଗ୍ରାହୀ ଏହି ପୁରସ୍କାର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଅଲିଭା ଦାସ ଓ ସଂଘମିତ୍ରା ମହାନ୍ତି ଆମନ୍ତ୍ରିତ ଅତିଥିମାନଙ୍କୁ ମୋମେଣ୍ଟୋ ପ୍ରଦାନ କରି ସମ୍ମାନୀତ କରିଥିଲେ। ଶେଷରେ ଅନ୍ୟତମ ସଭ୍ୟ ହରେନ୍ ରଣା ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଚାପ୍‌ଟର୍‌ର ଅନ୍ୟତମ ସଭ୍ୟ ଲକ୍ଷ୍ମୀକାନ୍ତ ତ୍ରିପାଠୀ, ହରିଶ ଚନ୍ଦ୍ର ବେହେରା, ଶିତିକଣ୍ଠ ଦୀକ୍ଷିତ, ଯଶୋଦାନନ୍ଦନ ଆସ୍‌, ଦେବେନ୍ଦ୍ର ଧଳ ଓ ଗୌରହରି ନାୟକ ପ୍ରମୁଖ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ