ଆନୁକୂଲ୍ୟ ଦୁଇ ଶିଶୁ ଙ୍କ ଉତ୍ତମ ଚିକିତ୍ସା ନିମନ୍ତେ ସତ୍ୟ ସାଇ ହାର୍ଟ ହସ୍ପିଟାଲ ପଠାଗଲା

ଛତ୍ରପୁର, (ଦେବଦତ୍ତ ମହାରଣା) : ମୁନିସିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀନରେ ଥିବା ଆରବିଏସକେ ର ଦୁଇଟି ଟିମ ପକ୍ଷରୁ ଚିନ୍ହଟ କରାଯାଇଥିବା ଛତ୍ରପୁର ବ୍ଲକ ଅଂଚଳ ର ଦୁଇ ଅସୁସ୍ଥ ଶିଶୁ ଙ୍କୁ ଉତ୍ତମ ଓ ଅଧିକ ଚିକିତ୍ସା ନିମନ୍ତେ ଡିଇଆଇସି ପକ୍ଷରୁ ଅହମ୍ମଦବାଦ ର ସତ୍ୟ ସାଇ ହାର୍ଟ ହସ୍ପିଟାଲ କୁ ପଠାଯାଇଛି l ମୁନିସିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅଧିକ୍ଷିକ ଡାକ୍ତର ସୁଦର୍ଶନ ସାହୁ ଙ୍କ ନିର୍ଦେଶକ୍ରମେ ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ବରୁଣ କୁମାର ପାଣିଗ୍ରାହୀ ଓ ବିପିଏମ ସିମାଞ୍ଚଳ ପ୍ରଧାନ ଙ୍କ ସଂଯୋଜନା ରେ ଆରବିଏସକେ ଟିମ ର ଡାକ୍ତର ସ୍ମୃତି ସାଗର ନାୟକ, ଡାକ୍ତର ପୂର୍ଣ୍ଣ ଚନ୍ଦ୍ର ରାଓ ଓ ମଧୁସ୍ମିତା ବେହେରା, ଏଏନଏମ ସୁମିତା ବେହେରା, ବସୁନ୍ଧରା ପ୍ରଧାନ ଓ ଫାର୍ମାସିଷ୍ଟ ଦିଲ୍ଲୀପ କୁମାର ନାହାକ ଗତ ମାସ ତଳେ ହୁମର ଗ୍ରାମର ପବିତ୍ର ସ୍ୱାଇଁ ଙ୍କ 9ମାସ ର ଶିଶୁ କନ୍ୟା ଦେବାନ୍ସୀ ଓ ରୁକୁଣୀ ଗାଁ ର ସୁତନ ବେହେରା ଙ୍କ ଏକବର୍ଷ ର ଶିଶୁ ପୁତ୍ର ସାଇ ପ୍ରସାଦ ବେହେରାଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରିଥିଲେ l ଉଭୟ ଙ୍କ ସ୍ୱାସ୍ଥ୍ୟ ଖରାପ ରହିଥିଲା l ସେମାନଂକୁ ଅଧିକ ଓ ଉତ୍ତମ ଚିକିତ୍ସା ନିମନ୍ତେ ଡ଼ିଇଆଇସି ସୂଚନା ଦେଇଥିଲେ l ଏହି ଦୁଇ ଶିଶୁର ଉତ୍ତମ ଚିକିତ୍ସା ନିମନ୍ତେ ଡିଇଆଇସି ପକ୍ଷରୁ ଅହମ୍ମବାଦ ର ସତ୍ୟ ସାଇ ହାର୍ଟ ହସ୍ପିଟାଲ କୁ ପଠାଯାଇଛି l ଦୁଇ ଶିଶୁଙ୍କ ବାପା ମାଆ ଟ୍ରେନ ଯୋଗେ ଅହମ୍ମବାଦ ଗ୍ରସ୍ତ କରିଥିବା ବିପିଏମ ସୀମାଞ୍ଚଳ ପ୍ରଧାନ କହିଛନ୍ତି l ସୂଚନା ଯୋଗ୍ୟ ଯେ ରାଷ୍ଟ୍ରୀୟ ବାଲ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଆନୁକୂଲ୍ୟ ରେ ନବଜାତ ଶିଶୁ ଙ୍କ ଠାରୁ ଆରମ୍ଭ କରି 10ବର୍ଷ ରୁ ଉର୍ଧ୍ଵ ବାଳକ ପର୍ଯ୍ୟନ୍ତ ଅଙ୍ଗନବାଡି କେନ୍ଦ୍ର, ବିଭିନ୍ନ ବିଦ୍ୟାଳୟ ଓ ଘରକୁ ଘର ଯାଇ ସେମାନଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରାଯିବା କାର୍ଯ୍ୟକ୍ରମ ରହିଛି l ଯାଞ୍ଚ ବେଳେ ଯେଉଁ ଶିଶୁ ମାନଙ୍କ ସ୍ୱାସ୍ଥ୍ୟ ଖରାପ ଅଛି ସେମାନଂକୁ ଚିନ୍ହଟ କରାଯାଉଛି l ଉତ୍ତମ ଚିକିତ୍ସା ନିମନ୍ତେ ସେମାନଙ୍କୁ ଡ଼ିଇଆଇସି (ଜିଲ୍ଲା କାର୍ଯ୍ୟାଳୟ )କୁ ପଠାଯାଉଛି l ଆବଶ୍ୟକ ପଡିଲେ ଗୁରତର କିମ୍ବା ହାର୍ଟ ରୋଗୀଙ୍କୁ ଅନ୍ୟ ବାହାର ରାଜ୍ୟ ର ହସ୍ପିଟାଲ ପଠାଯାଇ ସେମାନଙ୍କ ଉତ୍ତମ ଚିକିତ୍ସା କରାଯାଉଛି l ଏସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ଙ୍କ ପକ୍ଷରୁ ପ୍ରଦାନ କରାଯାଉଛି l ରୋଗୀଙ୍କୁ କିମ୍ବା ଅଭିଭାବକ ମାନଙ୍କୁ ଦେବାକୁ ପଡୁନାହିଁ l ଏଥିନିମନ୍ତେ ପ୍ରତ୍ୟେକ ବ୍ଲକ ରେ ଦୁଇଟି ଆରବିଏସକେ ଟିମ ରହିଛନ୍ତି l ଗୋଟିଏ ଟିମ ରେ ଦୁଇଜଣ ଡାକ୍ତର, ଜଣେ ଏଏନଏମ ଓ ଫାର୍ମାସିଷ୍ଟ ରହିଛନ୍ତି l ଏହାସହିତ ଗୋଟିଏ ଗାଡି ମଧ୍ୟ ନିୟୋଜିତ ହୋଇଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ