ବିଶ୍ୱକର୍ମା କୁଳ ଗୌଞ୍ଜୁ ବଂଶର ସ୍ଥ।ୟୀ ବୈଠକ ଗୃହ ପ୍ରତିଷ୍ଠା ଉତ୍ସବ

ଛତ୍ରପୁର, (ଦେବଦତ୍ତ ମହାରଣା) : ଦକ୍ଷିଣ ଓଡିଶା ବିଶ୍ୱକର୍ମା କୂଳ ଗୌଞ୍ଜୁ ବଂଶର ନବ ନିର୍ମିତ ସ୍ଥାୟୀ ବୈଠକ ଗୃହ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଛତ୍ରପୁର ବ୍ଲକ ଅନ୍ତର୍ଗତ ଟାଙ୍ଗଣାପଲ୍ଲୀସ୍ଥିତ ଶ୍ରି ନୀଳକଣ୍ଠେଶ୍ୱର ମନ୍ଦିର ପରିସରରେ ନିର୍ମିତ ଏହି ବୈଠକ ଗୃହ ବଂଶର ସ୍ଥାୟୀ କାର୍ଯ୍ୟାଳୟ ରୂପେ ବ୍ୟବହୃତ ହେବ । ଏହି ପ୍ରତିଷ୍ଠା ଉତ୍ସବରେ ପୂର୍ବଖଣ୍ଡ ତାଲୁକା ସଭାପତି ରମେଶ ଚନ୍ଦ୍ର ମହାରଣା ଓ ମହୁରି ତାଲୁକା ପୂର୍ବତନ ସଭାପତି ଆଦିକନ୍ଦ ମହାରଣା ଅତିଥି ରୂପେ ଯୋଗ ଦେଇଥିଲେ । ପ୍ରତିଷ୍ଠା ଉତ୍ସବରେ ଗୌଞ୍ଜୁ ବଂଶର ସମ୍ପାଦକ କାମରାଜୁ ମହାରଣା ଓ ତାଙ୍କର ଧର୍ମପତ୍ନୀ ପଦ୍ମାବତୀ ମହାରଣା କର୍ତ୍ତା ରୂପେ କାର୍ଯ୍ୟ ସମ୍ପାଦକ କରିଥିବା ବେଳେ ଅନ୍ତର୍ଯ୍ୟାମୀ ଶତପଥି ପୁରୋହିତ ରୂପେ ଦାୟିତ୍ୱ ସମ୍ପାଦନ କରିଥିଲେ । ଏହି ଉତ୍ସବରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରୁ ବଂଶର ସଭ୍ୟମାନେ ଉପସ୍ଥିତ ରହି ପ୍ରତିଷ୍ଠା ଉତ୍ସବରେ ଅଂଶଗ୍ରହଣ କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ସଭାପତି ଲଡୁ କିଶୋର ମହାରଣାଙ୍କ ସମେତ କୋରା ମହାରଣା, ଯଦୁମଣି ମହାରଣା, ଉଦୟନାଥ ମହାରଣା, ବିଜୟ ମହାରଣା, ବାବୁ ମହାରଣା, ଦୁର୍ଗା ମାଧବ ମହାରଣା, ଗୋପାଳ ଚନ୍ଦ୍ର ମହାରଣା, ମାଧବ ମହାରଣା ପ୍ରମୁଖ ପରିଚାଳନା କରିଥିବା ବେଳେ ବିଜୟ ଚନ୍ଦ୍ର ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ