ବଜରଙ୍ଗି ଖଲାସି ସଂଘ ତରଫରୁ ବଜରଙ୍ଗୀ ମୃତ୍ତି ପ୍ରତିଷ୍ଠା

ଚିତ୍ରକୋଣ୍ଡା (ରାଜ କମଲ) : ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ସ୍ଥାନୀୟ ଚିତ୍ରକୋଣ୍ଡା ର ବଜରଙ୍ଗି ଖଲାସି ସଂଘ ଦୀର୍ଘ ଦିନ ହେବ ପଞ୍ଜିକରଣ ହୋଇ କାର୍ଯ୍ୟ କରିଆସୁଥିଲା l ବଜରଙ୍ଗୀ ଖଲାସି ସଂଘ ଏକ ଧାର୍ମିକ ଚିନ୍ତାଧାରା ନେଇ ଚିତ୍ରକୋଣ୍ଡା ପଞ୍ଜାବୀ ଛକ ବାଲାଜୀ ମନ୍ଦିର ନିକଟରେ ଏକ ବହୁ ଉଚ୍ଚତା ବିଶିଷ୍ଠ ବଜରଙ୍ଗବାଲି ପ୍ରତ୍ତିମୃତ୍ତି ନିର୍ମାଣ କରି ଆଜି ସଂଘ ତରଫରୁ ହନୁମାନ ମୃତ୍ତି ପ୍ରତିଷ୍ଠା କରାଯାଇଛି l ଚିତ୍ରକୋଣ୍ଡା ଢ଼େପସାହି, ପଞ୍ଜାବୀ ଛକ, ମାର୍କେଟ ଲାଇନ ଓ ପଣଷଗଛ ସାହିର ବହୁ ମହିଳାମାନଙ୍କୁ ନେଇ ପୂଜାର୍ଚନା ବାଦ୍ୟ ଯନ୍ତ୍ର ସହ ଏକ ବିରାଟ କଳସ ଶୋଭାଯାତ୍ରା କରାଯାଇଥିଲା l ପରେ ବଜରଙ୍ଗୀ ମୃତ୍ତି ପ୍ରତିଷ୍ଠା ନିମନ୍ତେ ରୀତିନୀତି ଅନୁଯାଇ ପୂଜାର୍ଚନା କରାଯାଇଥିଲା l ସାମାଜିକ ଦୂରତା ମାନି ବହୁ ବଜରଙ୍ଗୀ ଭକ୍ତ ଦର୍ଶନ କରିବା ସହ ପ୍ରସାଦ ସେବନ କରିଥିଲେ l ଉକ୍ତ ବଜରଙ୍ଗୀ ମୃତ୍ତି ପ୍ରତିଷ୍ଠା ନିମନ୍ତେ ଚିତ୍ରକୋଣ୍ଡା ବହୁ ରାମ ଏବଂ ବଜରଙ୍ଗୀ ପ୍ରେମୀ ଯୋଗଦାନ ସେବା ସହ ସହଯୋଗର ହାତ ବଢ଼ାଇଥିଲେ l ବଜରଙ୍ଗୀ ମୃତ୍ତି ପ୍ରତିଷ୍ଠା ଅବସରରେ ଜୟ ଶ୍ରୀରାମ, ଜୟ ବଜରଙ୍ଗବାଲି କି ଜୟ ଧୂନି ଶବ୍ଧ ରେ ଚିତ୍ରକୋଣ୍ଡା ସହର ତଥା କଲୋନୀ ଉଛୁଳି ପଡିଥିଲା l ବଜରଙ୍ଗୀ ମୃତ୍ତି ନିକଟସ୍ଥ ସାହି ତଥା ବସ୍ତି ଢ଼େପସାହି, ପଞ୍ଜାବୀ ଛକ, ମାର୍କେଟ ଲାଇନ ଓ ପଣଷଗଛ ସାହି, କଳାହାଣ୍ଡି ସାହି, ଚିତ୍ରକୋଣ୍ଡା ପଞ୍ଜାବୀ ଛକ ମୁଖ୍ୟ ରାସ୍ତା ରେ ଥିବା ପରିବାର ତଥା ଚିତ୍ରକୋଣ୍ଡା ସହର ଓ କଲୋନୀ ଅଞ୍ଚଳରେ ଏକ ବଡ଼ ଧରଣର ଧାର୍ମିକ ବାତାବରଣ ସୃଷ୍ଟି ହୋଇଥିଲା l ଚିତ୍ରକୋଣ୍ଡା ବଜରଙ୍ଗୀ ଖଲାସି ସଂଘ ଧାର୍ମିକ ଚିନ୍ତାଧାରା ନେଇ ବଜରଙ୍ଗୀ ମୃତ୍ତି ନିର୍ମାଣ କାର୍ଯ୍ୟକୁ ଚିତ୍ରକୋଣ୍ଡା ର ଜନସାଧାରଣ ପ୍ରଶଂସା କରିଛନ୍ତି l ଉକ୍ତ ବଜରଙ୍ଗୀ ମୃତ୍ତି ପ୍ରତିଷ୍ଠା କାର୍ଯ୍ୟକ୍ରମ କୁ ବଜରଙ୍ଗୀ ଖଲାସି ସଂଘ ର ସଭାପତି ନରେଶ ବାଘ, ସମ୍ପାଦକ ଧନୁ ଖୋସଲା, ସଂଘ ସଦସ୍ୟ ମାଧବ କୁଶପାରିଆ, କୃପା ମାଛ, ଈଶ୍ୱର ହିଆଲ, ମନୋଜ ତୁରୁକୁ ସହ ଅନ୍ୟ ସଦସ୍ୟ ମାନେ ପରିଚାଳନା କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ