ପାଇକ ବିଦ୍ରୋହ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମ ମାନ୍ୟତା ଦେବାକୁ କେନ୍ଦ୍ର ସରକାର ମନା କରିଦେବା ପରେ ରାଜ୍ୟର ବିଭିନ୍ନ ମହଲରେ ପ୍ରତିକ୍ରିୟା ସୃଷ୍ଟି ହୋଇଛି । ରାଜ୍ୟର କୌଣସିସ୍ତରରେ ଏହାକୁ ଗ୍ରହଣ କରାଯାଉ ନଥିବାରୁ ଓଡ଼ିଶା ନାଗରିକ ସମାଜ ଏହି ଘଟଣାକୁ ଏକ ଚ୍ୟାଲେଞ୍ଜ ଭାବରେ ଗ୍ରହଣ କରିଛି । ଆବଶ୍ୟକ ହେଲେ ଦିଲ୍ଲୀ ଯାଇ କେନ୍ଦ୍ର ସରକାରଙ୍କ ନିକଟରେ ଓଡ଼ିଶାର ବହୁସଂଖ୍ୟକ ପାଇକ ଧାରଣା ଦେବେ । ଏଭଳି ଏକ ସମ୍ବେଦନଶୀଳ ବିଷୟକୁ ଆଲୋଚନା କରିବା ପାଇଁ ଓଡ଼ିଶା ନାଗରିକ ସମାଜ ତାର ପ୍ରତିଷ୍ଠା ଦିବସରେ ଏକ ଆଲୋଚନାଚକ୍ରର ଆୟୋଜନ କରିଛି । ଏହି ଆଲୋଚନାଚକ୍ର ଡ଼ିସେମ୍ବର ୧୮ ତାରିଖ ୧୦.୩୦ମିନିଟ୍ ସମୟରେ ଗୀତଗୋବିନ୍ଦ ସଦନରେ ଅନୁଷ୍ଠିତ ହେବ । ଏହି ଉତ୍ସବରେ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ, ବିଜେପିର ପୃଥ୍ୱୀରାଜ ହରିଚନ୍ଦନ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜକିଶୋର ତ୍ରିପାଠୀ, ପୂର୍ବତନ ମନ୍ତ୍ରୀ ପ୍ରସାଦ ରହିଚନ୍ଦନ, ପ୍ରଫେସର ନାରାୟଣ ରାଓ ଅତିଥି ଭାବେ ଯୋଗ ଦେବେ । ଏହି ଉତ୍ସବରେ କଟକର ବଦାନ୍ୟ ମହିୟସୀ ମହିଳା ମୀନତି ପଟ୍ଟନାୟକ, ଇଞ୍ଜିନିୟର ଶଶୀଭୂଷଣ ନାଏକ ଐତିହାସିକ ପ୍ରଫେସର ନାରାୟଣ ରାଓଙ୍କୁ ସମ୍ମାନିତ କରାଯିବ ବୋଲି ସଭାପତି ଲଳିତ ମୋହନ ପଟ୍ଟନାୟକ, ଉପସଭାପତି ରମେଶ ଚନ୍ଦ୍ର ମହାନ୍ତି, ପ୍ରତିଷ୍ଠାତା ସମ୍ପାଦକ ମନୋଜ ଜେନା ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ