ଭଞ୍ଜନଗର ବ୍ଳକ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ଗଠିତ
ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ଆଜି ଭଞ୍ଜନଗର ବ୍ଳକ ଏନ୍.ପି.ଏସ୍ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ନେଇ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ(PSTA) ଗଠନ କରାଯାଇଛି ଏଥିରେ ସର୍ବ ସମ୍ମତିକ୍ରମେ କାଳୀ ଚରଣ ସେଠୀ ସଭାପତି ,ତ୍ରିନାଥ ବେହେରା ସଂପାଦକ ,ମନବିନ ଜେନା କୋଷାଧ୍ଯକ୍ଷ ରୂପେ ମନୋନିତ ହୋଇଛନ୍ତି ଏହା ସହିତ ଷୋହଳଟି କ୍ଳଷ୍ଟରୁ ଷୋହଳ ଜଣ କ୍ଳଷ୍ଟର ସେକ୍ରେଟାରୀ ମଧ୍ୟ ମନୋନିତ ହୋଇଛନ୍ତି ଏଥି ନିମିତ୍ତ ଆୟୋଜିତ ସଭାରେ ବରିଷ୍ଠ ଶିକ୍ଷକ ଗୋପାଳ କୃଷ୍ଣ ବେହେରା ସଭାପତିତ୍ବ କରିଥିବା ବେଳେ ଶିକ୍ଷକ , ଅଜିତ କୁମାର ଗୌଡ, ନାରାୟଣ ମହାପାତ୍ର, ସନ୍ତୋଷ କୁମାର ସାହୁ,ମୋହନ ସାହୁ,ଅବିନାଶ ପଣ୍ଡା,ଶିକ୍ଷୟିତ୍ରୀ ରଞ୍ଜୁଲତା ବେହେରା,ରାଜ୍ୟ ସଂଗଠନ ସମ୍ପାଦକ ସୁଦାମ ଦଳବରା ପ୍ରମୁଖ ମଞ୍ଚାସୀନ ରହି ମନୋନୟନ ପ୍ରକ୍ରିୟା ସମାପନ କରାଇଥିଲେ ପରେ ନବ ମନୋନିତ କର୍ମକର୍ତ୍ତାଙ୍କ ଏକ ବୈଠକ ବସିଥିଲା ଏଥିରେ ଆସନ୍ତା ସୋମବାର ରାଜ୍ୟ ସଂଘର ଆହ୍ବାନ କ୍ରମେ ପୁରୁଣା ପେନସନ ତଥା କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ ଆଦି ପ୍ରମୁଖ ଦାବୀ ସମ୍ବଳିତ ମେମୋରାଣ୍ଡମ ବି.ଇ.ଓ ଙ୍କୁ ପ୍ରଦାନ ସହ ଆସନ୍ତା ଡିସେମ୍ବର ୨୩ ତାରିଖରେ ଭୁବନେଶ୍ବର ଯାଇ ସଂଘର ଆନ୍ଦୋଳନରେ ଅଂଶ ଗ୍ରହଣ ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା କାର୍ଯ୍ୟକ୍ରମରେ ଗଙ୍ଗାଧର ପଣ୍ଡା,ଜଗଦିଶ ନାୟକ,ସୁରେନ୍ଦ୍ର ପ୍ରଧାନ,ବୈରାଗୀ ଗୌଡ,ବିଦିତ୍ୟ ପ୍ରସାଦ ନାୟକ, ଭକ୍ତ ବନ୍ଧୁ ବିଷୋୟୀ, ପ୍ରଭାତୀ ମଞ୍ଜରୀ ବେହେରା, ଅନୁପମା ସାହୁ ପ୍ରମୁଖ ସହଯୋଗ କରିବା ସହ ନୂତନ ସଂଘ କର୍ମକର୍ତ୍ତାଙ୍କୁ ସ୍ବାଗତ କରିଥିଲେ