ଗୋଦାବରୀଶ ମିଶ୍ରଙ୍କ ସ୍ମୃତିଚାରଣ ଓ ସଫେଇ

ଭୁବନେଶ୍ୱର,(ଯୁଗାବ୍ଦ ନ୍ୟୁଜ୍) : ସ୍ଥାନୀୟ ପିଏମ୍ଜି ଛକସ୍ଥିତ ବିଶିଷ୍ଟ ଶିକ୍ଷାବିତ୍, ରାଜନୀତିଜ୍ଞ, ବିଶିଷ୍ଟ ସାହିତ୍ୟିକ, ସମାଜସେବୀ ତଥା ବହୁମୁଖୀ ପ୍ରତିଭାର ଅଧିକାରୀ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ସ୍ମୃତିଚାରଣ ଓ ସଫେଇ କାର୍ଯ୍ୟ ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ତାଙ୍କ ପ୍ରତିମୂର୍ତ୍ତିସ୍ଥଳଠାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଅଭିଯାନର ଅଧ୍ୟକ୍ଷ ତଥା ବରିଷ୍ଠ ସାମ୍ବାଦିକ, ସମାଜ ସଂସ୍କାରକ ପ୍ରଦ୍ୟୁମ୍ନ ଶତପଥୀ ସ୍ମୃତି•ରଣ ପୂର୍ବକ ମତବ୍ୟକ୍ତ କରିଥିଲେ ଯେ, ପଣ୍ଡିତ ଗୋଦାବରୀଶ ଥିଲେ ଓଡ଼ିଆ ଭାଷା, ସଂସ୍କୃତି, ସାହିତ୍ୟ, ସମାଜସେବା ତଥା ରାଜନୀତି କ୍ଷେତ୍ରରେ ମୁଖ୍ୟ କାଣ୍ଡାରୀ । ଓଡ଼ିଶା ସାହିତ୍ୟରେ ସେ ପ୍ରଥମ ଗାଥା କବିତାର ଜନକ ଭାବେ ସୁପରିଚିତ ଥିଲେ । ସତ୍ୟବାଦୀ ବନ ବିଦ୍ୟାଳୟରେ ପଞ୍ଚସଖାମାନଙ୍କ ମଧ୍ୟରେ ସେ ଥିଲେ ଅନ୍ୟତମ । କେନ୍ଦ୍ର ସାହିତ୍ୟ ଏକାଦେମୀ ପୁରସ୍କାର ଓ ତାଙ୍କର ଅମର କୃତୀ କାଳିଜାଈ, ସକାଳ ଓ ଆତ୍ମଜୀବନୀ ‘ଅର୍ଦ୍ଧ ଶତାବ୍ଦୀର ଓଡ଼ିଶା ଓ ତହିଁରେ ମୋ ସ୍ଥାନ’ ପ୍ରମୁଖ ଅବିସ୍ମରଣୀୟ । ବରପୁତ୍ରମାନଙ୍କ କୀର୍ତ୍ତି ଓ କୃତୀ ସମ୍ବନ୍ଧରେ ନାମ ଫଳକରେ ଉଲ୍ଲେଖ କରିବା ସହିତ ବିଶିଷ୍ଟ ଶିକ୍ଷାବିତ୍, ଆଇନ୍ ବିଶାରଦ ଗଙ୍ଗାଧର ପାଣିଗ୍ରାହୀଙ୍କ ପ୍ରତିମୂର୍ତ୍ତି ରାଜଧାନୀରେ ସ୍ଥାପନ କରିବା ପାଇଁ ସରକାରଙ୍କୁ ଦାବି ଓ ଅନୁରୋଧ କରାଯିବ ବୋଲି ଅଧ୍ୟକ୍ଷ ଶ୍ରୀ ଶତପଥୀ ମତବ୍ୟକ୍ତ କରିଥିଲେ । ଆଜିର ଯୁବପୀଢି ବରପୁତ୍ର ଓ ମହାପୁରୁଷମାନଙ୍କ ସମ୍ବନ୍ଧରେ ନିହାତି ଜାଣିବା ଜରୁରୀ ବୋଲି ମତପ୍ରକାଶ କରାଯାଇଥିଲା ।ଏହି ଅଭିଯାନରେ ଆବାହକ କିଶନ ବରାଇ ଓ ଯୁଗ୍ମ ସଂଯୋଜକ ନାରାୟଣ ଚନ୍ଦ୍ର ଓଝାଙ୍କ ସମେତ ସୀତାବଲ୍ଲଭ ମହାପାତ୍ର, ପଣ୍ଡିତ ଚକ୍ରଧର ତ୍ରିପାଠୀ, ନିରଞ୍ଜନ ସାହୁ, କୈଳାସ ମୁଦୁଲି, ସୀତାଂଶୁ ଶେଖର ମହାରଣା, ବୁଦ୍ଧିମାନ ନାୟକ, ବି. ମୁରଲୀଧର, ରବୀନ୍ଦ୍ରନାଥ କର, ସଂଗ୍ରାମ ବଳିୟାର ସିଂ, ସମିତା ମହାରଣା, ମନ୍ଜିତ୍ କୌର, ଶିବ ଶଙ୍କର ଡ଼ାକୁଆ, ବିଜୟ ପରିଡ଼ା, ନିଳମଣୀ ମିଶ୍ର, ନାରାୟଣ ଖୁଣ୍ଟିଆ ଓ ତନ୍ମୟ ସାମନ୍ତରାୟ ପ୍ରମୁଖ ସାମିଲ ହୋଇଥିଲେ ବୋଲି ମୁଖପାତ୍ର ଅରବିନ୍ଦ ତ୍ରିପାଠୀ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ