ଡକାୟତି ଘଟଣାର ପର୍ଦ୍ଦାଫାସ : ୩ ଗିରଫ

ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ପାଟପୁର ପୋଲିସ ଏକ ଡକାୟତି ଘଟଣାର  ପର୍ଦ୍ଦାଫାସ କରିଛି। ମଙ୍ଗଳବାର ରାତି ପ୍ରାୟ ସାଢେ ୮ ଟାରେ ଜଗତସିଂହପୁର ଅଞ୍ଚଳର ଡାଏରୀ ଫାର୍ମ ମାଲିକ ତପନ ମଲ୍ଲିକ ଏକ ପିକ୍ଅପ୍ ଭ୍ୟାନ ରେ ମଇଁଷି ନେଇ ରାୟଗଡ଼ା ଯାଉଥିଲେ।ବ୍ରହ୍ମପୁର – ରାୟଗଡ଼ା ୩୨୬ ନଂ. ଜାତୀୟ ରାଜପଥ ର ମାର୍ଥାପୁର ନିକଟରେ ଅଭିଯୁକ୍ତ ମାନେ ସଂଘବଦ୍ଧ ହୋଇ ପିକ୍ଅପ୍ ଭ୍ୟାନ କୁ ଜବରଦସ୍ତ ଅଟକାଇ ଥିଲେ।ପରେ ଭ୍ୟାନ ରେ ବସିଥିବା ଡାଏରୀ ଫାର୍ମ ମାଲିକ ତପନ ଙ୍କୁ ଭ୍ୟାନ ରୁ ଘୋଷାଡି ନେଇ ନିସ୍ତୁକ ମାଡ଼ ମାରିବା ସହ ତାଙ୍କ ନିକଟରୁ ୪ ହଜାର ଟଙ୍କା ଓ ୨ ଟି ମୋବାଇଲ ଫୋନ୍ ଛଡାଇ ନେଇ ଚମ୍ପଟ ମାରିଥିଲେ। ତପନ ଏନେଇ ପାଟପୁର ଥାନାରେ ଏତଲା ଦେବାପରେ ଆଇଆଇସି ଦୀପ୍ତି ରଞ୍ଜନ ବେହେରା ମାମଲା ନଂ.୨୪୨/୨୬ ବିଏନ୍ଏସ ର ଦଫା – ୩୧୦(୨) ଅନୁଯାୟୀ ମକଦ୍ଦମା ରୁଜୁ କରିଥିଲେ।ତଦନ୍ତକାରୀ ଅଧିକାରୀ ଏସ.ଆଇ ତ୍ରିନାଥ ଭୋଇ ସଦଳବଳେ ବିଭିନ୍ନ ରାସ୍ତା କୁ ନାକାବନ୍ଦୀ କରି ରାସ୍ତାରେ ଯାଉଥିବା ସମସ୍ତ ଗାଡ଼ି ମୋଟର ଖାନ ତଲାସି କରିଥିଲେ। ପରେ ପ୍ରାପ୍ତ ସୂଚନା କୁ ଭିତ୍ତିକରି ଏହି ଡକାୟତି ଘଟଣାରେ ସାମିଲ ୩ ଅଭିଯୁକ୍ତ ଙ୍କୁ ତଦନ୍ତକାରୀ ଅଧିକାରୀ ଗିରଫ କରିବାରେ ସଫଳ ହୋଇଥିଲେ ।ଅଭିଯୁକ୍ତ ମାନେ ହେଲେ ପାଟପୁର ମୁଖ୍ୟରାସ୍ତା ଶ୍ରୀ ରାଧାକୃଷ୍ଣ ମନ୍ଦିର ନିକଟରେ ରହୁଥିବା ଦିଗପହଣ୍ଡି ଥାନା ଚୁଡୁଙ୍ଗପୁର ଗ୍ରାମର ଧର୍ମେନ୍ଦ୍ର ଓରଫ ଧରମା ସେଠୀ(୩୩), ପାଟପୁର ଥାନା ପୋଡ଼ାମାରି ଗ୍ରାମ ଗେଟ୍ ସାହିର କେ.କାହ୍ନା ପାତ୍ର(୨୩),ନୂଆ ଜଲମରା ଗ୍ରାମରେ ରହୁଥିବା ଗାଙ୍ଗପୁର ଥାନା ଖଣ୍ଡରାବଳି ଗ୍ରାମର ରୋସନ ବିଷୋୟୀ(୨୭)। ଅଭିଯୁକ୍ତ ମାନଙ୍କୁ ପୋଲିସ  ବୁଧବାର ସନ୍ଧ୍ୟାରେ ପାଟପୁର ସ୍ଥିତ ସାନଖେମୁଣ୍ଡି ଗ୍ରାମ୍ୟ ନ୍ୟାୟାଳୟ କୁ ଚାଲାଣ କରିଥିଲେ ।ମାମଲା ନଂ.୨୪୨/୨୬ ବିଏନ୍ଏସ ର ଦଫା – ୩୧୦(୨) ଅନୁଯାୟୀ ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତ ମାନଙ୍କୁ ଦିଗପହଣ୍ଡି ସବ ଜେଲ ହାଜତକୁ ପଠାଇ ଦିଆଯାଇଛି। ସେହିପରି ଏହି ମାମଲା ରେ ସମ୍ପୃକ୍ତ ଥିବା ଅଭିଯୋଗରେ ୪ ନାବାଳକ ଙ୍କୁ  ସନ୍ଧ୍ୟାରେ ଛତ୍ରପୁର ସ୍ଥିତ ଯୁଭେନାଇଲ ଜଷ୍ଟିସ ବୋର୍ଡ ରେ ହାଜର କରାଯିବା ପରେ ସେମାନଙ୍କୁ ବାଳସୁଧାର ଗୃହ କୁ ପଠାଇ ଦିଆଯାଇଛି। ଅଭିଯୁକ୍ତ ମାନେ ତପନ ଙ୍କୁ ମାଡ଼ ମାରି ଲୁଟି ନେଇଥିବା ୪ ହଜାର ଟଙ୍କା ମଧ୍ୟରୁ ୩୫୦୦ ଟଙ୍କା,୨ ଟି ମୋବାଇଲ ଫୋନ୍ ଏବଂ ତାଙ୍କୁ ଆକ୍ରମଣରେ ବ୍ୟବହୃତ ୨ ଠେଙ୍ଗା ସମେତ ଅଭିଯୁକ୍ତ ମାନଙ୍କ ନିକଟରୁ ସେମାନଙ୍କ ବ୍ୟବହୃତ ୨ ବାଇକ, ୬ ଟି ମୋବାଇଲ ଫୋନ୍ ଜବତ କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ